Posted inଜାତୀୟ

୧୭ରେ ମୋଦି-ହାସିନା ଆଲୋଚନା

ନୂଆଦିଲ୍ଲୀ, ୧୬ା୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ଗୁରୁବାର ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଏହି ଭର୍ଚୁଆଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇପାରେ। ଆସନ୍ତା ବର୍ଷ ଶେଷ ହେବାକୁ ଥିବା ଏକ ତେଲ ପାଇପଲାଇନ ପ୍ରକଳ୍ପ, ୩ଟି ସୀମାପାର ରେଳ ସଂଯୋଗ ନିର୍ମାଣ ସମେତ ଅନ୍ୟ ଦ୍ୱିପାକ୍ଷିକ ପ୍ରକଳ୍ପଗୁଡିକର ଅଗ୍ରଗତିର ସମୀକ୍ଷା କରାଯାଇପାରେ। ଏହା ପୂର୍ବରୁ ବାଂଲାଦେଶ ବହିର୍ବ୍ୟାପାର ସଚିବ ମାସୁଦ ବିନ୍‌ ମୋମେନ ନୂଆଦିଲ୍ଲୀ ଗସ୍ତ କରି ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକତ୍ୱ ସଂଶୋଧନ ଆକ୍ଟ (ସିଏଏ)କୁ ନେଇ ଦୁଇ ଦେଶ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୈଠକ ପରେ ପୁଣି ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିପାରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବାଂଲାଦେଶ ସ୍ବାଧୀନ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ ଅତିଥି ଭାବେ ଢାକା ଆମନ୍ତ୍ରଣ କରିଛି। ଗତ ମାର୍ଚ୍ଚରେ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ମୋଦିଙ୍କ ବାଂଲାଦେଶ ଗସ୍ତ କାର୍ଯ୍ୟକ୍ରମ ଥିଲେ ମଧ୍ୟ କୋଭିଡ୍‌ ମହାମାରୀ ଯୋଗୁ ତାହାକୁ ବାତିଲ କରାଯାଇଥିଲା। ଗତ ଜୁଲାଇରେ ଭାରତ ବାଂଲାଦେଶକୁ ୧୦ଟି ରେଳ ଇଞ୍ଜିନ ଯୋଗାଇ ଦେଇଥିଲା। ଏହାପୂର୍ବରୁ ପ୍ରଥମ କଣ୍ଟେନର ଟ୍ରେନ୍‌ ବାଂଲାଦେଶରେ ପହଞ୍ଚିଥିଲା ଏବଂ ଚାଟ୍ଟୋଗ୍ରାମ୍‌ ବନ୍ଦର ଦେଇ କୋଲକାତାରୁ ତ୍ରିପୁରାକୁ ପଠାଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ। ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ହେଉଛି କଶ୍ମୀର ସ୍ଥିତି

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଓ ହିଂସା ଏଡ଼ାଇବା ପାଇଁ ଜାରି ହୋଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ଧୀରେ ଧୀରେ ଉଠାଇ...

‘ପ୍ରଧାନମନ୍ତ୍ରୀ ହେବା ପାଇଁ ଅଣ୍ଡରୱାଲର୍‌ଡ ଡନ ଦାଉଦ ସହ ହାତ ମିଳାଇପାରନ୍ତି ନୀତୀଶ କୁମାର’

ପାଟନା,୧୨।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ଭାଜପା ସହ ସମ୍ପର୍କ କାଟି ନୀତୀଶ କୁମାର ପୁଣି ବିରୋଧୀଙ୍କ ସହ ମିଶି ସରକାର ଗଢିଛନ୍ତି।...

ଭାରତ ସରକାରଙ୍କୁ ତାଲିବାନ୍‌ର ଚିଠି…

ନୂଆଦିଲ୍ଲୀ/କାବୁଲ,୨୯।୯: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ୍‌ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରୟାସ କରିଛି। ତାଲିବାନ୍‌ ଭାରତ ସରକାରଙ୍କ...

‘ଗତ ୮ ବର୍ଷ ମଧ୍ୟରେ ଭାଜପା ସରକାର ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ କରିପାରିଛି’

ନୂଆଦିଲ୍ଲୀ,୨୩।୫: ଭାଜପା ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ ଓ ମଜବୁତ କରିଛି । ଜାପାନ ଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର...

ନୂଆ ଆଇଟି ଆଇନକୁ ଚ୍ୟାଲେଞ୍ଜ କଲା ଏନ୍‌ବିଏ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ଆଇନକୁ କେରଳ ହାଇ କୋର୍ଟରେ ଚ୍ୟାଲେଞ୍ଜ କରିଛି ଦେଶର ୨୫ ଅଗ୍ରଣୀ ଖବର ପ୍ରଦାନକାରୀ...

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ...

ଦିଲ୍ଲୀ-ଉତ୍ତର ପ୍ରଦେଶ ପୋଲିସ ହାଇଦ୍ରାବାଦ୍‌ ପୋଲିସଠାରୁ କିଛି ଶିଖିବା ଉଚିତ୍‌: ମାୟାବତୀ

ନୂଆଦିଲ୍ଲୀ, ୬।୧୨: ହାଇଦ୍ରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତ ଶୁକ୍ରବାର ଏନକାଉଣ୍ଟରେ ନିହତ ହୋଇଛନ୍ତି। ଏହି ଘଟଣାରେ ପରେ ରାଜନୈତିକ ପ୍ରତିକ୍ରିୟା...

ସ୍କୁଲ ଖୋଲୁ ଖୋଲୁ ଭୟ: ଗାଜିଆବାଦ ପରେ ଏବେ ନୋଏଡାର ଏକ ସ୍କୁଲରେ ୧୩ ବିଦ୍ୟାର୍ଥୀ, ୩ ଶିକ୍ଷକ କରୋନା ସଂକ୍ରମିତ

ନୋଏଡା,୧୨ ।୪: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ...

Advertisement
Archives

Model This Week