Odisha Elections 2024
Posted inଜାତୀୟ

ଲୋକଙ୍କୁ ଲୁଟିବାକୁ ମୋଦି ସୁପାରି ନେଇଛନ୍ତି :ଖାର୍ଗେ

ନୂଆଦିଲ୍ଲୀ, ୩ା୪(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭୋପାଳରେ ଉଦ୍‌ବୋଧନ ଦେଲାବେଳେ ତାଙ୍କ ଛବିକୁ ଖରାପ କରିବା ପାଇଁ କେତେଜଣ ବଦ୍ଧପରିକର ଏବଂ ସେମାନେ ଏଥିପାଇଁ ସୁପାରି ଦେଇଛନ୍ତି ବୋଲି କହିଥିଲେ। ଭାରତରେ ତଥା ଦେଶ ବାହାରେ କେତେଜଣ ଏହି ଗୁପ୍ତ ଯୋଜନାରେ ସାମିଲ ଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏହାର ଦୃଢ଼ ଜବାବ ଦେଇଛନ୍ତି।

ଆପଣ ଲୋକଙ୍କ ପକେଟ ଲୁଟିବାକୁ ସୁପାରି ନେଇଛନ୍ତି ବୋଲି ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। କେତେକ ଅତ୍ୟାବଶ୍ୟକ ଔଷଧର ଦାମ୍‌ ବଢ଼ାଇ ଦିଆଯାଇଥିବାରୁ ଖାର୍ଗେ ଏଭଳି ଅଭିଯୋଗ ଆଣିଛନ୍ତି। ଏପ୍ରିଲ ୧ରୁ ୩୮୪ଟି ଅତ୍ୟାବଶ୍ୟକ ଔଷଧ ଏବଂ ୧,୦୦୦ରୁ ଊର୍ଦ୍ଧ୍ୱ ଫର୍ମୁଲେଶନର ଦାମ୍‌ ୧୧ ପ୍ରତିଶତ ବଢ଼ିବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବାରୁ ଖାର୍ଗେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।

ଛବି ମଳିନ କରିବା ଲାଗି କେଉଁମାନେ ସୁପାରି ଦେଇଛନ୍ତି, ପ୍ରଧାନମନ୍ତ୍ରୀ ସେମାନଙ୍କ ନାମ ପ୍ରକାଶ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ କପିଲ ସିବଲ କହିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଆହ୍ବାନ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

ନୂଆ ଆପରାଧିକ ଆଇନ ବିରୋଧରେ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୧ା୫ (ପି.ଟି.):କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ମନା କରିଦେବା...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

୫ମ ପର୍ଯ୍ୟାୟରେ ୬୦% ମତଦାନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ...

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri