Posted inଜାତୀୟ

୨୬ ଅଭିଯୁକ୍ତ ଗୁଜରାଟ କୋର୍ଟରେ ନିର୍ଦ୍ଦୋଷ

ଗୋଧ୍ରା, ୩ା୪ : ଗୁଜରାଟରେ ୨୦୦୨ ଦଙ୍ଗା ବେଳେ କାଲୋଲରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ଓ ଗଣବଳାତ୍କାର କରାଯାଇଥିଲା। ମାମଲାର ୨୦ ବର୍ଷ ପରେ ତଥ୍ୟ ପ୍ରମାଣ ଅଭାବରୁ ଗୁଜରାଟର ଏକ ଅଦାଲତ ସମସ୍ତ ୨୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଛନ୍ତି। ଉକ୍ତ ମାମଲାରେ ମୋଟ ୩୯ ଜଣ ଅଭିଯୁକ୍ତ ଥିବାବେଳେ ଇତିମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାରୁ ସେମାନଙ୍କ ବିରୋଧରେ ବିଚାର ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଥିଲା।

ପଞ୍ଚମହଲ ଜିଲା ହାଲୋଲସ୍ଥିତ ଅତିରିକ୍ତ ସେସନ୍ସ ଜଜ୍‌ ଲୀଳାଭାଇ ଚୁଡାସମାଙ୍କ ଅଦାଲତ ଗଣବଳାତ୍କାର ଓ ହତ୍ୟା ମାମଲାର ସମସ୍ତ ୨୬ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଦେଇଥିଲେ।
୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା ଷ୍ଟେଶନରେ ସାବରମତୀ ଟ୍ରେନ୍‌ ପୋଡ଼ି ଘଟଣା ପରେ ମାର୍ଚ୍ଚ ୧ରେ ବନ୍ଦ ଡାକରା ଦିଆଯାଇଥିବାବେଳେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ୨,୦୦୦ରୁ ଊର୍ଦ୍ଧ୍ୱ ଲୋକେ ମାରଣାସ୍ତ୍ର ଓ ଦାହ୍ୟ ସାମଗ୍ରୀ ଧରି ଭଙ୍ଗାରୁଜା ଓ ପୋଡ଼ାଜଳାରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅଭିଯୁକ୍ତମାନେ ଅନ୍ତର୍ଭୁକ୍ତ ଥିଲେ।

ପୋଲିସ ଗୁଳିରେ ଆହତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଅଟୋରିସ୍କା ସହ ଜୀବନ୍ତ ଜାଳିଦିଆଯାଇଥିଲା। ସେହିପରି ମସ୍‌ଜିଦରୁ ଫେରୁଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକେ ମାରି ପୋଡ଼ିଦେଇଥିଲେ। ଅନ୍ୟପକ୍ଷରେ ଡେଲୋଲ ଗ୍ରାମରୁ କାଲୋଲ ଯାଉଥିବା ୩୮ ଜଣ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଜାଳିଦିଆଯାଇଥିଲା। ଜଣେ ମହିଳା ଖସିପଳାଇବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଗଣବଳାତ୍କାର କରାଯାଇଥିଲା। ମାର୍ଚ୍ଚ ୨ରେ କାଲୋଲ ଥାନା ପକ୍ଷରୁ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ମାମଲାର ବିଚାର ବେଳେ ୧୯୦ ସାକ୍ଷୀଙ୍କ ବୟାନ ଏବଂ ୩୩୪ ଦସ୍ତାବିଜ୍‌ ପ୍ରମାଣକୁ ଅନୁଧ୍ୟାନ କରାଯାଇଥିଲା। ତେବେ ସାକ୍ଷୀମାନଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ଏହା ମାମଲାର ପକ୍ଷଙ୍କ ଯୁକ୍ତିକୁ ସମର୍ଥନ କରୁନାହିଁ ବୋଲି ଅଦାଲତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?