Posted inଜାତୀୟ

କାହା ନାଁ ନ ନେଇ ଜୋର୍‌ଦାର ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ନିରନ୍ତର ରହିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ସେ କର୍ନାଟକରେ ଶାସନ କରୁଥିବା କଂଗ୍ରେସରେ ଧର୍ମ ଭିତ୍ତିକ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଛନ୍ତି, କର୍ନାଟକରେ ଧର୍ମ ଆଧାରରେ ସଂରକ୍ଷଣ କାହିଁକି? ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ସେ ସଂରକ୍ଷଣକୁ ନେବାକୁ ଅନୁମତି ଦେବେ ନାହିଁ। ଦେଶର ପୁରାତନ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଆପଣମାନଙ୍କ ସମ୍ପତ୍ତି ଜବତ କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ପ୍ରଧାନମନ୍ତ୍ରୀ କାହା ନାଁ ନ ନେଇ ସାମ୍‌ ପିଟ୍ରୋଡା ଏବଂ ରାହୁଲ ଗାନ୍ଧୀଙ୍କୁ ତେର୍ଚ୍ଛାବାଣ ମାରିଥିଲେ।

PM Modi compares Congress to 'kadwa karela', calls it 'mother of problems' during Maharashtra rally | Mint

ସେ ଆହୁରି ମଧ୍ୟ କହିଛନ୍ତି, ସେ ଜୀବିତ ଥିବା ପର୍ଯ୍ୟନ୍ତ, ସଂରକ୍ଷଣର ଅଧିକାରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ‘ଗୋଟିଏ ପଟେ କଂଗ୍ରେସ କହିଛି ଯେ, ମୋଦି ତୁମର କବର ଖୋଳିବେ। ଗୋଟିଏ ପଟେ ନକଲି ଶିବସେନା ମୋତେ ସମାଧି ଦେବା ବିଷୟରେ କହୁଛନ୍ତି। ମୁଁ ବାଲାସାହେବ ଠାକରେଙ୍କୁ ଅତି ନିକଟରୁ ଦେଖିଛି। ମୋଦିଙ୍କୁ ଜୀବିତ ଥିବାବେଳେ ବି କେହି କବର ଦେବାରେ ସକ୍ଷମ ହେବେ ନାହିଁ।

Sam Pitroda Quits After Landing Congress In New Mess Over Racist Comments

ପୂର୍ବତନ ଭାରତୀୟ ବିଦେଶ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଦଳ ଉପରେ ସିଧା ଆକ୍ରମଣ କରିଥିଲେ। ସେ କହିଛନ୍ତି, ଶେହଜାଦଙ୍କ ଅଙ୍କଲ ଜାତିଭିତ୍ତିକ ମନ୍ତବ୍ୟ ଦେଇଛନ୍ତି। ଶେହଜାଦଙ୍କ ଗୁରୁ ଆମେରିକାରୁ କହିଛନ୍ତି, ରାମମନ୍ଦିରର ରାମ ନବମୀ ପର୍ବ ଭାରତର ଆଇଡିଆର ଖିଲାପ ଅଟେ। ମୋଦି ମନ୍ଦିରକୁ ଯିବାବେଳେ ମଧ୍ୟ ତାଙ୍କ ପେଟରେ ମୂଷା ଦୌଡୁଥାଏ। କ’ଣ ମନ୍ଦିର ଯିବା ଦେଶଦ୍ରୋହ? ଭାରତର ଅସ୍ତିତ୍ୱ ରାମ ଏବଂ ପ୍ରେରଣାର ପୁଞ୍ଜି ମଧ୍ୟ ରାମ।

ଏକ ସାକ୍ଷାତକାରରେ ସାମ୍‌ ପିଟ୍ରୋଡା କହିଥିଲେ, ପୂର୍ବର ଲୋକମାନେ ଚାଇନିଜ ଏବଂ ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?