Posted inଜାତୀୟ

ମୋଦି ସରକାର ଆରବ ଦେଶ ସମ୍ମୁଖରେ ଠିଆ ହୋଇପାରିବେ ନାହିଁ, କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ସ୍ବାମୀ…

ନୂଆଦିଲ୍ଲୀ, ୮।୬ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ପୁଣିଥରେ ନୁପୁର ଶର୍ମା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଆରବ ଦେଶ ବିରୁଦ୍ଧରେ ଠିଆ ହୋଇପାରିବେ ନାହିଁ। ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ଦ୍ୱାରା ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଲାଗି ରହିଛି।

ଅନେକ ଆରବ ଦେଶ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ନିଜର ଆପତ୍ତି ଜଣାଇଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଉପଯୁକ୍ତ ଉତ୍ତର ପ୍ରଦାନ କରାଯାଇଛି।

ସୁବ୍ରମଣ୍ୟମ ସ୍ବାମୀ ନୁପୁର ଶର୍ମାଙ୍କୁ ଭାଜପାରୁ ୬ ବର୍ଷ ପାଇଁ ନିଲମ୍ବନ କରିବା ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି। ସେ ମୋଦି ସରକାରଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଭାରତ ସରକାର ଇସ୍ରାଏଲ ବିରୋଧରେ ଏବଂ ଆତଙ୍କବାଦୀ ସଂଗଠନ ହାମାସ ସପକ୍ଷରେ ମତ ଦେଇଥିଲେ।

ଆଫଗାନିସ୍ତାନ ସଙ୍କଟ ସମୟରେ ଭାରତ ସରକାର କାତାର ସହିତ ଯୋଗାଯୋଗରେ ରହିଥିଲେ, ଯାହାଫଳରେ ତାଲିବାନ ସହ ସମ୍ପର୍କ ସ୍ଥାପନ କରିପାରିବେ ବୋଲି ସେ ଅଭିଯୋଗ କରିଛନ୍ତି। ଦୁବାଇରେ ମନି ଲଣ୍ଡରିଂ ହୋଇଥାଏ ଏବଂ ଏହା ବିସିସିଆଇକୁ ନିୟନ୍ତ୍ରଣ କରିଥାଏ ବୋଲି ସେ କହିଛନ୍ତି।

ବିବାଦୀୟ ବିବୃତ୍ତି ପାଇଁ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ପୋଲିସ ତାଙ୍କୁ ଡକାଇଛି। ବିବୃତ୍ତି ପରେ ତାଙ୍କୁ ହତ୍ୟା କରିବାର ଧମକ ପରେ ଦିଲ୍ଲୀ ପୋଲିସ ନୁପୁର ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେଇଛି।

ଅପରପକ୍ଷରେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପୁଣିଥରେ ଏହି ପ୍ରସଙ୍ଗରେ ବିବାଦ ସୃଷ୍ଟି କରିଛନ୍ତି। ମହାରାଷ୍ଟ୍ରର ଲାଟୁର ଠାରେ ଏକ ରାଲିକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାରତର ମୁସଲମାନମାନଙ୍କ କଥା ନ ଶୁଣି ମୁସଲମାନ ଦେଶମାନଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ନୁପୁର ଶର୍ମା କିମ୍ବା ନବୀନ ଜିନ୍ଦଲଙ୍କ ନାମ ନ ନେଇ ସେ କହିଛନ୍ତି ଯେ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଉଭୟଙ୍କୁ ଗିରଫ କରାଯିବା ଉଚିତ। ଯେତେବେଳେ ଆମ ଦେଶର ମୁସଲମାନମାନେ ଏହି ପ୍ରସଙ୍ଗ ଉଠାଉଥିଲେ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ସେ କହିଛନ୍ତି। ମାତ୍ର ଏବେ ସରକାର ମୁସଲମାନ୍‌ ଦେଶଙ୍କ ଆପତ୍ତି ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଭାରତର ମୁସଲମାନ୍‌ଙ୍କ କଥା ପ୍ରତି ଦେଇ ନଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ହିମାଚଳ ପ୍ରଦେଶ

ସିମ୍‌ଲା,୧୪।୨: ହିମାଚନ ପ୍ରଦେଶର ରବିବାର ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ମପାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିଳାଶପୁର ବୋଲି ଜଣାପଡିଛି। ଏହି...

ବିବାଦୀୟ ମନ୍ତବ୍ୟ: କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗିଲେ ହନୁମାନ ସେନା

ଚେନ୍ନାଇ,୧୬।୫: କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ମର୍ମରେ ହନୁମାନ ସେନା ପକ୍ଷରୁ କମଲଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି। ସେ...

ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି...

ଆଇନକୁ ବେଖାତିର: ହିଂସାକାଣ୍ଡ ପରେ ପୋଲିସ ସମ୍ମୁଖରେ ବାହାରିଗଲେ ଦୁର୍ବୁତ୍ତ; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ବୁତ୍ତମାନେ...

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ...

କରୋନା ନେଲା କିସିଂ ବାବାଙ୍କ ଜୀବନ

ଭୋପାଳ/ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ କିସିଂ ବାବା ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଆସ୍‌ଲାମର ଆତ୍ମଘୋଷିତ ଭଗବାନ ଭୂତାଣୁ ଆକ୍ରାନ୍ତ ହୋଇ...

୪ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୭୦୦ ଯୁବକ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ୭୦୦ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୧୪୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି।...

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା...

Advertisement
Archives

Model This Week