୫ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୫ ହଜାର ଟପିଛି। ଏହା ୫ ହଜାର ୨୩୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୭ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୨୮ ହଜାର ଟପିଛି। ଏହା ୨୮ ହଜାର ୮୫୭ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୩ ହଜାର ୩୪୫ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୯୦ ହଜାର ୨୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୩୬ ହଜାର ୭୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୪ କୋଟି ୪୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୮୮୧ ଜଣ, କେରଳରେ ୧,୪୯୪ ଜଣ, ଦିଲ୍ଲୀରେ ୪୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୩୪୮ ଜଣ, ହରିୟାଣାରେ ୨୨୭ ଜଣ, ତାମିଲନାଡୁରେ ୧୪୪ ଜଣ, ଉତ୍ତରପ୍ରଦେଶରେ ୧୨୭ ଜଣ, ତେଲେଙ୍ଗାନାରେ ୧୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସିରେ ଉତ୍ତେଜନା: ୪ଟି ସ୍ଥାନରେ ଭାରତ ଚାଇନା ମୁହାଁମୁହିଁ

ଲେହ, ୧୯।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପୂର୍ବ ଲଦାଖରେ ପୋଙ୍ଗାଙ୍ଗ ହ୍ରଦ ନିକଟ ବର୍ତ୍ତୀ ଅଞ୍ଚଳରେ ୪ଟି ସ୍ଥାନରେ ଭାରତ...

ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ

ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ...

ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ/କିଭ୍‌, ୧୮ା୮: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌....

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୪୦କୁ ବୃଦ୍ଧି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ରବିବାର ମଧ୍ୟ ୧୦ କୋଭିଡ ପଜିଟିଭ୍‌ ରୋଗୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

କରୋନା ସଂକ୍ରମଣ ତଥ୍ୟ ଲୁଚାଉଛି ଚାଇନା, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକାଇଲା ଚାପ…

ଜେନେଭା/ବେଜିଂ,୧୫।୧୨ : ବୁଧବାର ଠାରୁ ଚାଇନା ଏହାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ରିପୋର୍ଟକୁ ହ୍ରାସ କରିଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ରେକର୍ଡ...

ମୋଦି ସରକାର ଏତେ ଦୁର୍ବଳ ବୋଲି ମୁଁ ଜାଣି ନ ଥିଲି: ଚିଦାମ୍ବରମ…

ନୂଆଦିଲ୍ଲୀ,୧୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଆମେରିକୀୟ ବିଲିୟନେୟାର ଜର୍ଜ ସୋରେସଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ନିଜର...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ...

Advertisement
Archives

Model This Week