Posted inଜାତୀୟ

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସୁଖବୀର ବାଦଲଙ୍କ ପତ୍ନୀ ହରସିମରତ କୌର ବାଦଲଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଗୁରୁବାର ମହାରାଷ୍ଟ୍ରର ନାନ୍ଦେଦରେ ଏକ ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣରେ ବାଦଲ ଆହତ ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।
ମହାରାଷ୍ଟ୍ରର ନାନ୍ଦେଦରେ ଥିବା ଗୁରୁଦ୍ୱାର ମାତା ସାହିବ ଦେବାନ ଜୀ ମୁଗତରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ କିରପାଣ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା, ଯାହା ତାଙ୍କୁ ଆହତ କରିଥିଲା। ନାନ୍ଦେଦ ପୋଲିସ ଅଧୀକ୍ଷକ (SP) ନୀଳାଭ ରୋହନ କହିଛନ୍ତି ଯେ ଜଣେ ନିହାଙ୍ଗ ଗୁରୁଦ୍ୱାର ଭିତରେ ବାଦଲଙ୍କୁ କିରପାଣ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କୁ ହେପାଜତକୁ ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଦଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି; ତାଙ୍କ ହାତରେ ତିନୋଟି ଷ୍ଟିଚ ଲାଗିଛି।
ଘଟଣା ପରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫଡନାଭିସ ମଧ୍ୟ ବାଦଲଙ୍କୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବାକୁ ଫୋନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ…

ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍‌ ପ୍ରତ୍ୟାଖ୍ୟାନ କଲେ ବୁମ୍‌ରାହ? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ…

IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ କରିଥିବା ୫ ଖେଳାଳି: ଶୀର୍ଷରେ କୋହଲି, ଟପ-୩ରେ ରୋହିତ, ତାଲିକାରେ ଧୋନୀ…

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ IPL ୨୦୨୭ ପୂର୍ୱରୁ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତିନି ବର୍ଷ ପରେ ଅଧିନାୟକ ପଦକୁ…

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ

ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ…

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

PCBର ବଡ଼ ଝଟକା: ଏକାଥରକେ ୧୨ ଖେଳାଳିଙ୍କୁ କଣ୍ଟ୍ରାକ୍ଟରୁ ଆଉଟ୍‌, ମାତ୍ର ୮ ଜଣଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମହିଳା କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତି (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ)ରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ୨୦୨୬-୨୭ ସିଜିନ ପାଇଁ କେନ୍ଦ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?