ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକଙ୍କୁ ପିଟି ମାରିଦେଇଛନ୍ତି। ନାବାଳିକା ଜଣକ ଦିନକ ପୂର୍ବରୁ ନିଖୋଜ ଥିଲେ। ରବିବାର ସକାଳେ ସୂର୍ଯ୍ୟପୁର ହାଟ ଅଞ୍ଚଳରେ ତାଙ୍କ ମୃତଦେହ ଅଖାରେ ବନ୍ଧାହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିବା ସହ କେତେକ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ।

