‘ମୋ ସ୍କୁଲ୍‌’ ଦେଶରେ ଉଦାହରଣ ସୃଷ୍ଟି କରିଛି: ମନ୍ତ୍ରୀ

ଭୁବନେଶ୍ୱର, ୨୯।୩(ବ୍ୟୁରୋ):‘ମୋ ସ୍କୁଲ୍‌’ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି। ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ ସଦୃଶ ହୋଇଛି। ଏହା କେବଳ ଏକ ପ୍ଲାଟ୍‌ଫର୍ମ ନୁହେଁ, ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବା ପାଇଁ ଏକ ସୁଯୋଗ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସମ୍ମିଳନୀ କକ୍ଷରେ ‘ମୋ ସ୍କୁଲ୍‌’ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ପକ୍ଷରୁ ଏକ ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ସାହୁ ଯୋଗଦେଇ କହିଲେ, ପୁରାତନ ଛାତ୍ରୀଛାତ୍ରଙ୍କଠାରୁ ଆର୍ଥିକ ସହଯୋଗ ନେବା ଅଭିଯାନର ଲକ୍ଷ୍ୟ ନୁହେଁ। ଏହା ମାଧ୍ୟମରେ ନିଜେ ପଢ଼ିଥିବା ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ରଖିବା ଓ ଶିକ୍ଷାଦାନ ପ୍ରକ୍ରିୟାରେ ସହଯୋଗର ହାତ ବଢ଼ାଇବାକୁ ଆମେ ଉତ୍ସାହିତ କରୁଛୁ। ଏହି ଅଭିଯାନ ଆରମ୍ଭ ହେବା ପରେ ସରାକାରୀ ବିଦ୍ୟାଳୟର ରୂପ ବଦଳିଛି। ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଯେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି, ସେମାନେ ଦେଶ ଓ ରାଜ୍ୟ ପାଇଁ ମହତ୍‌ କାର୍ଯ୍ୟ କରୁଛନ୍ତି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଶିକ୍ଷାର ବିକାଶ ପାଇଁ ସହଯୋଗର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରିଛି। ‘ମୋ ସ୍କୁଲ୍‌’ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମଧ୍ୟରେ ସ୍ବାକ୍ଷର ହୋଇଥିବା ଏହି ଏମ୍‌ଓୟୁ ଦ୍ୱାରା ନୟାଗଡ଼ ଜିଲାର ୩ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନିଆଯିବ। ସେଗୁଡ଼ିକ ହେଲା ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ୍‌, କେ.ସି. ନୋଡାଲ ବିଦ୍ୟାପୀଠ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସଙ୍ଗ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ। ଭିତ୍ତିଭୂମି ସହ ସ୍କୁଲ୍‌ରେ ଶୈକ୍ଷିକ ପରିବେଶର ବିକାଶକୁ ପ୍ରାଥମିକତା ଦେବା ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ମନ୍ତ୍ରୀ ସାହୁ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ‘ମୋ ସ୍କୁଲ୍‌’ ସହ ୭ ଲକ୍ଷରୁ ଊଦ୍ଧର୍‌ବ ପୁରାତନ ଛାତ୍ରୀଛାତ୍ର ଓ ବହୁ ବ୍ୟକ୍ତିବିଶେଷ ଯୋଡ଼ିହୋଇ ସ୍କୁଲ୍‌ର ବିକାଶ ପାଇଁ ଆର୍ଥିକ ତଥା ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିଛନ୍ତି। ଶିକ୍ଷାର ବିକାଶ ଦିଗରେ ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ।
ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ଅନୁପମ ସାହା ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଓଡ଼ିଶା ଶାଖା ଡେପୁଟି ଭାଇସ୍‌ ପ୍ରେସିଡେଣ୍ଟ ଅଜିତ କୁମାର ପାଢ଼ୀ ଉପସ୍ଥିତ ରହି ଏହି ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଆଗାମୀ ଦିନରେ ଏଚ୍‌ଡିଏଫ୍‌ସି ପକ୍ଷରୁ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପଦକ୍ଷେପ ନିଆଯିବ ଏବଂ ମୋ ସ୍କୁଲ୍‌ ଅଭିଯାନ ସହ ମିଶି ବ୍ୟାଙ୍କ୍‌ ଆହୁରି ଅଧିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଓଡ଼ିଶା ଶାଖା ଭାଇସ୍‌ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ କହିଥିଲେ। ‘ମୋ ସ୍କୁଲ୍‌’ ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri