କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ଭାଜପା। ମନ୍ତ୍ରୀ ଉମରକୋଟ ଏବଂ ରାଇଘର ଗସ୍ତ ବେଳେ ଉଭୟ ସ୍ଥାନରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ଉମରକୋଟ ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଭାଜପାକର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ। ଏହାକୁ ନେଇ ଉଭୟ ଭାଜପା ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ ପୋଲିସ ୩ ଜଣ ଭାଜପା କର୍ମୀଙ୍କୁ ଉମରକୋଟ ଥାନାରେ ଅଟକ ରଖିଛି। ସେହିପରି ରାଇଘରଠାରେ ମଧ୍ୟ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଆଉ ୨ ଭାଜପା କର୍ମୀ ଅଟକଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏକ ଖବରଦାତା ସମ୍ମିଳନୀରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗସ୍ତବେଳେ ବିଧାୟକଙ୍କୁ ଅପମାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ବିଧାୟକଙ୍କ ଅଭିଯୋଗ ମୁତାବକ, ଉମରକୋଟ ମିନି ଷ୍ଟାଡିୟମଠାରେ ଶନିବାର ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ତାଙ୍କୁ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷଙ୍କ ବ୍ୟତୀତ ଅନ୍ୟ କେହି ଯୋଗାଯୋଗ କରି ନ ଥିଲେ। ଏପରି କି ମନ୍ତ୍ରୀଙ୍କ ଗସ୍ତର ସୂଚୀ ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା। ପୌର ପରିଷଦ ଅଧ୍ୟକ୍ଷଙ୍କ ମାଧ୍ୟମରେ ପାଇଥିବା ଖବର ଅନୁଯାୟୀ ବିଧାୟକ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ୪୦ମିନିଟ୍‌ ଅପେକ୍ଷାକରି ମନ୍ତ୍ରୀ ନ ପହଞ୍ଚିବାରୁ ଫେରିଥିଲେ। ମନ୍ତ୍ରୀ ତାଙ୍କ ନିର୍ଦ୍ଧାରିତ ଗସ୍ତ ସମୟ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ। ତେବେ ବିଧାୟକ ପୂର୍ବରୁ ପହଞ୍ଚି ଫେରିଥିବା ବେଳେ ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ବିଧାୟକ ନିତ୍ୟାନନ୍ଦ ପ୍ରଶ୍ନ କରିଛନ୍ତି। ଏହା ଏକ ଅସାମ୍ବିଧାନିକ କାର୍ଯ୍ୟ ଓ ସ୍ଥାନୀୟ ବିଧାୟକଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।

ସେହିପରି କଳାପତାକା ପ୍ରଦର୍ଶନ ଅଭିଯୋଗରେ ଭାଜପା କର୍ମୀଙ୍କୁ ଅଟକ ଘଟଣାର ପ୍ରତିବାଦ କରି ବିଧାୟକ ଦଳୀୟ କର୍ମୀଙ୍କ ସହ ଉମରକୋଟ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଟକ କର୍ମୀଙ୍କୁ ଥାନାରୁ ନ ଛାଡ଼ିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ନବରଙ୍ଗପୁର ଜିଲାର ଉନ୍ନତି ପାଇଁ ଆସିଥିବା ମନ୍ତ୍ରୀଙ୍କୁ ବିରୋଧ କରି କଳାପତାକା ପ୍ରଦର୍ଶନ ଘଟଣାର ପ୍ରତିବାଦ କରି ବିଜୁ ଛାତ୍ର ଜନତା ଦଳର ସଭାପତି ସୁଧାଂଶୁ ଦାସଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଉମରକୋଟ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ଥାନା ଅଧିକାରୀ ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri