Posted inଜାତୀୟ

ବିଧାୟକ ମୋକିମ୍‌ଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩୦।୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ଲିଭ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨୦୧୯ରେ ବାରାବାଟୀ-କଟକ ବିଧାନସଭା ଆସନରୁ ମୋକିମ୍‌ଙ୍କ ନିର୍ବାଚନକୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମୋକିମ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇଥିବା ଦେବାଶିଷ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ଉକ୍ତ ପିଟିଶନକୁ ଖାରଜ କରିବା ଲାଗି ମୋକିମ ଆବେଦନ କରିଥିଲେ ହେଁ ହାଇକୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଧାୟକ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ ଦାଏର କରିଥିଲେ। ବିଚାରପତି ଏସ୍‌.କେ. କୌଲ ଏବଂ ଏମ୍‌.ଏମ୍‌ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

‘କକ୍ରୋଚ ଜନତା ପାର୍ଟି’, ପରେ ‘ପିମ୍ପୁଡ଼ି ଜନତା ପାର୍ଟି’ ନୂଆ ଦଳ ଗଠନ କଲେ ପୂର୍ବତନ ଭାଜପା ନେତା

ମେରଠ,୭।୬: ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପରେ ଆଗକୁ କ’ଣ କରିବ କକ୍ରୋଚ ପାର୍ଟି? ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୬: ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ସଂସ୍ଥାପକ ଅଭିଜିତ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri