ଆଇନର ଅପବ୍ୟବହାର

ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାର ପ୍ରଥମ ଗିରଫଦାରିକୁ ଚଳିତ ମାସରେ ୫ ବର୍ଷ ଚାଲିଲା। ଏହି ଘଟଣାରେ ମୋଟରେ ୧୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଫାଦର ଷ୍ଟାନ୍‌ ସ୍ବାମୀ, ଯାହାଙ୍କର ଜେଲରେ ମୃତ୍ୟୁ ଘଟିଲା। ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସୁଦ୍ଧା ଜେଲରେ ଅଛନ୍ତି। ବିଶେଷକରି ଭୀମା କୋରେଗାଁଓ ମାମଲାରେ ଗିରଫ ହୋଇଥିବା ଆକ୍ଟିଭିଷ୍ଟମାନଙ୍କ ମଧ୍ୟରେ ଅଛନ୍ତି ଶିକ୍ଷାବିତ୍‌, ପ୍ରଫେସର, ଆଇନଜୀବୀ, କବି ଓ ସମାଜସେବୀ। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ସେମାନେ ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ। ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଅଭିଯୋଗ ପରେ ମାମଲାକୁ ବୁଲେଇ ଦିଆଯାଇ ସେଥିରେ ସରକାରକୁ ଭାଙ୍ଗିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପ୍ରୟାସର ଅଭିଯୋଗକୁ ସାମିଲ କରାଗଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ଯେତେବେଳେ ପରାଜୟ ଘଟିଲା, ସେତେବେଳେ ଏହି ମାମଲାକୁ ପୁଣେ ପୋଲିସଠାରୁ କାଢି ନିଆଗଲା। ୨୮ ନଭେମ୍ବର ୨୦୧୯ରେ ଉଦ୍ଧବ ଠାକ୍‌ରେ କ୍ଷମତାକୁ ଆସିଲେ। ୨୪ ଜାନୁୟାରୀ ୨୦୨୦ରେ ଏହି ମାମଲାକୁ ଏନ୍‌ଆଇଏକୁ ଦିଆଯାଇଛି ବୋଲି କେନ୍ଦ୍ର ମହାରାଷ୍ଟ୍ରକୁ କହିଥିଲା। ଏହିସବୁ ବିଷୟରେ ଅଭିଯୁକ୍ତମାନଙ୍କ ପ୍ରତି ସରକାରଙ୍କ ଦୁର୍ବ୍ୟବହାର ହିଁ ନିହିତ ଅଛି। ଗଣମାଧ୍ୟମ କମ୍ପାନୀ ନ୍ୟୁଜ ଲଣ୍ଡ୍ରି ଦୁର୍ବ୍ୟବହାରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି।
ଷ୍ଟାନ୍‌ ସ୍ବାମୀ ପାର୍କିନ୍‌ସନରେ ପୀଡ଼ିତ ଥିଲେ ଏବଂ ତାଙ୍କୁ ଅନେକ ସପ୍ତାହ ଧରି ଏକ ଗ୍ଲାସ୍‌ ଓ ସିପର୍‌ ଷ୍ଟ୍ର ବ୍ୟବହାର ପାଇଁ ଅନୁମତି ଦିଆଯାଇ ନ ଥିଲା। ସୋମା ସେନ୍‌ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଓ ସେ ଜେଲରେ କମୋଡ ବ୍ୟବହାର କରିବା କଷ୍ଟକର ହୋଇପଡ଼ିଲା। ତାଙ୍କ ଝିଅ ଏକ କମୋଡ ଆଣିଥିଲେ କିନ୍ତୁ ତାହାକୁ ମନା କରିଦିଆଗଲା। ସୁରେନ୍ଦ୍ର ଗାଡ୍‌ଲିଙ୍ଗ ୟୁଏପିଏ ଓ ଆଇଟି ଆକ୍ଟର ବହି ସମେତ ଅନ୍ୟସବୁ ବହି ଓ ଲେଖିବାକୁ କଛି କାଗଜ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଲିଖିତ ୪ଟି ବହି ପାଇଁ କହିଥିଲେ। କିନ୍ତୁ ସରକାର ଏହାକୁ ଦୃଢ ବିିରୋଧ କଲେ। ତେବେ କୋର୍ଟ ବହି ଆଣିବା ଲାଗି ଅନୁମତି ଦେଇଥିଲେ ବି ଜେଲ କର୍ତ୍ତୃପକ୍ଷ ସେହି ବହିଗୁଡ଼ିକୁ ଗାଡଲିଙ୍ଗଙ୍କୁ ଦେବା ଲାଗି ଅନୁମତି ଦେଇ ନ ଥିଲେ। ଏପରିକି କୋର୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ତାଙ୍କୁ ଏକ ସ୍ବେଟର ଦେବା ଲାଗି ଅନୁମତି ଦେଇ ନ ଥିଲେ। ବରଂ ତାଙ୍କୁ କୁହାଯାଇଥିଲା ଯେ,ଉଲ୍‌ ସ୍ବିଟର ନୁହେଁ କେବଳ ଥର୍ମାଲ ସ୍ବେଟର ପାଇଁ ଅନୁମତି ଦିଆଯିବ। ଯେତେବେଳେ ଗାଡ୍‌ଲିଙ୍ଗଙ୍କ ସ୍ତ୍ରୀ ତାଙ୍କ ପାଇଁ ଏକ ଫୁଲ୍‌ ଥର୍ମାଲ ସ୍ବେଟର ଆଣିଲେ ସେତେବେଳେ ତାହାକୁ ଅନୁମତି ନଥିବା କଥା କହିଥିଲେ ଏବଂ କେବଳ ହାଫ୍‌ ସ୍ଲିଭଡ୍‌ ସ୍ବେଟରକୁ ଅନୁମତି ଥିବା କହିଥିଲେ। ଜେଲରେ ୭୦ ବର୍ଷୀୟ ନଭଲାଖାଙ୍କ ଚଷମା ଚୋରି ହୋଇଗଲା। ବିନା ଚଷମାରେ ସେ ବାସ୍ତବରେ କିଛି ଦେଖିପାରନ୍ତି ନାହିଁ। ଆଉ ଏକ ଚଷମା ପାଇଁ କଲ୍‌ କରିବାକୁ ତାଙ୍କୁ ୩ ଦିନଯାଏ ଅନୁମତି ଦିଆଯାଇ ନ ଥିଲା। ତାଙ୍କ ପାର୍ଟନର ଜେଲକୁ ଚଷମା ପଠାଇଲେ ବି ଜେଲ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିବାକୁ ମନା କରିଦେଲେ। ଗାଡ୍‌ଲିଙ୍ଗଙ୍କ ମା’ଙ୍କ ମୃତ୍ୟୁ ହେଲା ପରେ ଅନ୍ତିମ ସଂସ୍କାରକୁ ଯିବା ଲାଗି ସେ ଆବେଦନ କରିଥିଲେ। କିନ୍ତୁ ଆବେଦନ ପତ୍ରରେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ନ ଥିବାରୁ ତାଙ୍କ ମୃତ୍ୟୁକୁ ଏନ୍‌ଆଇଏ ଗ୍ରହଣ କରିବ ନାହିଁ ବୋଲି କୁହାଯାଇଥିଲା ଏବଂ ସେହି ଆଧାରରେ ଗାଡ୍‌ଲିଙ୍ଗଙ୍କ ଆବେଦନକୁ ଗ୍ରହଣ କରାଯାଇ ନ ଥିଲା। ଲକ୍‌ଡାଉନ ଯୋଗୁ ତାଙ୍କ ପରିବାର ପ୍ରମାଣପତ୍ର ପାଇପାରି ନ ଥିଲେ। ପରେ ଯେତେବେଳେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରାଗଲା ସେତେବେଳେ ଏନ୍‌ଆଇଏ କହିଲା, ଯେହେତୁ ଅନ୍ତିମ ସଂସ୍କାର ଶେଷ ହୋଇଯାଇଛି, ସେଥିପାଇଁ ତାଙ୍କୁ ସାମୟିକ ଭାବେ ଛାଡ଼ିବାର କୌଣସି କାରଣ ନାହିଁ। ସୁଧୀର ଧନଓ୍ବାଲେଙ୍କ ଭାଇଙ୍କର ଯେତେବେଳେ ମୃତ୍ୟୁ ଘଟିଲା ସେତେବେଳେ ତା ସପକ୍ଷରେ ସବୁ ତଥ୍ୟ ପ୍ରମାଣ ଦରଖାସ୍ତ ସହ ଦିଆଯାଇଥିଲା। କିନ୍ତୁ ତାଙ୍କ ବିରୋଧରେ ଅଭିଯୋଗ ଗମ୍ଭୀର ଥିଲା ବୋଲି ତାଙ୍କୁ ଜାମିନ ଦିଆଯାଇ ନ ଥିଲା ଓ ସେହି ଆଧାରରେ ସେହି ଦରଖାସ୍ତ ଗ୍ରହଣ କରାଯାଇ ନ ଥିଲା। ମେ ୨୦୨୧ରେ ଭେର୍ନନ୍‌ ଗୋନସାଲଭେସ୍‌ଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲାବେଳେ ତାଙ୍କ ପରିବାର ଜାମିନ ପାଇବାର ପ୍ରୟାସରେ ଥିବା କଠିନ ପଥ ଆପଣାଇବାକୁ ସେ ଚାହଁି ନ ଥିଲେ।
ଫେବୃୟାରୀ ୨୦୨୧ରେ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିଲା ଯେ, ରୋନା ଓ୍ବିଲ୍‌ସନଙ୍କ ଲାପ୍‌ଟପ୍‌ରେ ଯେଉଁ ଲେଟରଗୁଡ଼ିକ ପୋଲିସ ପାଇଥିଲା ତାହାକୁ ପ୍ଲାଣ୍ଟ କରାଯାଇଥିଲା। ତାହାକୁ କମ୍ପ୍ୟୁଟରରେ ପ୍ରବେଶ କରାଇବା ଲାଗି ମାଲ୍‌ଓ୍ବେର୍‌ ବ୍ୟବହାର କରାଯାଇଥିଲା। ଏହି ଲେଟରଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା ମୋଦିଙ୍କ ହତ୍ୟା ସମ୍ପର୍କିତ ଯାହାକୁ ମାଇକ୍ରୋସଫ୍ଟ ଓ୍ବାର୍ଡର ନୂତନ ଭର୍ସନ ବ୍ୟବହାର କରାଯାଇ ସୃଷ୍ଟି କରାଯାଇଥିଲା, ଯାହା ଓ୍ବିଲ୍‌ସନଙ୍କ କମ୍ପ୍ୟୁଟରରେ ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏପ୍ରିଲ ୨୦୨୧ରେ ଡିଜିଟାଲ ଫୋରେନସିକ କ୍ଷେତ୍ରରେ ଏକ ଆଗୁଆ କମ୍ପାନୀ ପ୍ରକାଶ କରିଥିଲା ଯେ,ଓ୍ବିଲସନଙ୍କ କମ୍ପ୍ୟୁଟର ହ୍ୟାକ୍‌ କରାଯିବା ପ୍ରକ୍ରିୟାକୁ ଭୁଲ୍‌ ପ୍ରମାଣ କରିବା ଅସମ୍ଭବ। ଭୀମା କୋରେଗାଁଓ ହିଂସାର ୧୧ ଦିନ ପରେ ୧୧ ଜାନୁୟାରୀ ୨୦୧୮ରେ ଫାଇଲଗୁଡ଼ିକ କମ୍ପ୍ୟୁଟରରେ ରଖାଯାଇଥିଲା। ଏସବୁ ସତ୍ତ୍ୱେ ଅଧିକାଂଶ ଅଭିଯୁକ୍ତ ଏବେ ବି ଜେଲରେ ଅଛନ୍ତି। ନିର୍ଦ୍ଦୋଷଙ୍କୁ ଅକଳରେ ପକାଇବା ଲାଗି ସରକାର ଆଇନର ଅପବ୍ୟବହାର କରିବାରେ ଏକ ମାତ୍ର ଦୃଷ୍ଟାନ୍ତ ହେଉଛି ଭୀମା କୋରେଗାଁଓ ଘଟଣା ଏବଂ ଏହା ହେଉଛି ପ୍ରତୀକାମତ୍କ। ଭାରତରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିର୍ଯାତନା ବିରୋଧରେ କହିଲେ ସରକାର କ’ଣ କରିପାରନ୍ତି ଏହା ପ୍ରତିପାଦିତ କରିଛି। ସରକାରଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଯେତେଦିନ ଯାଏ ଆମେ ମୁହଁ ନ ଖୋଲିବା ଓ ଏହାର ଶିକାର ହୋଇଥିବା ଲୋକଙ୍କୁ ଭୁଲିଯିବା, ସେତେଦିନ ଯାଏ ଏହି ପ୍ରକାର ବ୍ୟବହାର ଲାଗିରହିବ। ଏଣୁ ଭୀମା କୋରେଗାଁଓ ଘଟଣାରେ ୧୬ ଜଣଙ୍କୁ ଭୁଲିଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?