Posted inଜାତୀୟ

ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…

ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ ଯେଉଁଠାରେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ପରାଜିତ ହୋଇଥିଲା ସେଠାରେ ନିଜର ଉପସ୍ଥିତିକୁ ମଜବୁତ କରିବା ଲାଗି ସ୍ବତନ୍ତ୍ର ପ୍ଳାନ୍‌ ପ୍ରସ୍ତୁତ କରାଯାଇଛି। ସଂଗଠନର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ଏହି ଯୋଜନା ଉପରେ ଏକ ଉପସ୍ଥାପନା କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ଏକ ଜନସମ୍ପର୍କ ଅଭିଯାନ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଦଳ ଏହି ୧୪୪ ଲୋକସଭା ଆସନ ଏବଂ ସେମାନଙ୍କ ଅଧୀନରେ ଥିବା ବିଧାନସଭା ଆସନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ଭାଜପା ଅନୁଯାୟୀ ଦଳ ଏହି ଆସନଗୁଡ଼ିକରେ ବୁଥକୁ ମଜବୁତ କରିବ। ଆସନ୍ତା ୧୮ ମାସ ମଧ୍ୟରେ ଏହି ଆସନରେ କାମ କରିବାକୁ ଭାଜପା ତିନି ସ୍ତରର ନେତାଙ୍କୁ ନିୟୋଜିତ କରିବ। ପ୍ରଥମେ ଜାତୀୟ ନେତୃବୃନ୍ଦଙ୍କୁ ନେଇ ଏକ କେନ୍ଦ୍ରୀୟ କମିଟି ଗଠନ ହେବ ଯେଉଁମାନେ ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିବେ।

ଦ୍ୱିତୀୟରେ, ରାଜ୍ୟ କମିଟି ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବ। ତୃତୀୟରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ଏକ କ୍ଲଷ୍ଟର କମିଟି କାର୍ଯ୍ୟକଳାପର ତଦାରଖ କରି କେନ୍ଦ୍ରୀୟ ଏବଂ ରାଜ୍ୟ କମିଟି ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସିଧାସଳଖ ଜଡିତ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ପ୍ରଭାରୀ ପ୍ରତି ୧୫ ଦିନରେ ପ୍ରତ୍ୟେକ ଲୋକସଭା ଆସନରେ ଗୋଟିଏ ରାତି ବିତାଇବେ। ପ୍ରତ୍ୟେକ ଲୋକସଭାର ଦାୟିତ୍ୱରେ ଥିବା ପ୍ରଭାରୀ ପ୍ରଥମ ଦୁଇ ମାସରେ ଲୋକସଭା ଆସନ ଅନ୍ତର୍ଗତ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ରାତି ବିତାଇବେ। ଜାତି, ଦଳର ସପକ୍ଷରେ ତଥା ବିରୋଧର ଭିତ୍ତିରେ ତଥ୍ୟ ପ୍ରସ୍ତୁତ କରିବା ଲୋକ ସଭା ଟିମ୍‌ର ଦାୟିତ୍ୱ ହେବ। ଦୁର୍ବଳ ବିଧାନସଭା ନିର୍ବାଚନମଣ୍ଡଳୀ, ନିର୍ବାଚନ ପୂର୍ବାନୁମାନ ଏବଂ ଜାତି ସମୀକରଣକୁ ଆଧାର କରି ଏକ ଡୋଜିିୟର ପ୍ରସ୍ତୁତ କରାଯିବ। ଏହି ୧୪୪ଟି ଆସନ ପାଇଁ ଦଳର ପ୍ରାର୍ଥୀଙ୍କ ଉପରେ ମଧ୍ୟ ନଜର ରଖାଯିବ। ବିରୋଧୀ ଶାସିତ ରାଜ୍ୟଗୁଡ଼ିକର ନିର୍ବାଚନମଣ୍ଡଳୀରେ ଦଳ ପ୍ରତି ମାସରେ ଅଭିଯାନ ଯୋଜନା ପ୍ରସ୍ତୁତ କରିଛି।

ପ୍ରତ୍ୟେକ ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ମିଡ଼ିଆ ପ୍ରଭାରୀ ନିଯୁକ୍ତ ହେବେ। ଭାଜପା ବିରୋଧରେ ଥିବା ସ୍ଥାନୀୟ ମିଡିଆ ହାଉସକୁ ମନାଇବା ପାଇଁ ସେ କାର୍ଯ୍ୟ କରିବେ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସୋସିଆଲ ମିଡିଆ ଦଳକୁ ଏହି ୧୪୪ ଟି ଲୋକସଭା ଆସନରେ ପ୍ରତିଟିରେ ଅତି କମରେ ୫୦ ହଜାର ଫଲୋୟର୍ସ ବୃଦ୍ଧି କରିବାର ଲକ୍ଷ୍ୟ ଦିଆଯିବ। ବିଭିନ୍ନ ସ୍ତରରେ ଯୁବକ, ହିତାଧିକାରୀ, ମହିଳା, ସଶସ୍ତ୍ର ବାହିନୀର ଲୋକ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ତରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ସେଲଫି ଅପଲୋଡ କରିବାକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ କୁହାଯାଇଛି। ଏହି ବିସ୍ତୃତ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଜୁନ ଠାରୁ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ ମୂଲ୍ୟାଙ୍କନ କରାଯିବ। ସେହି ଅନୁଯାୟୀ, ପରବର୍ତ୍ତୀ ପର୍ଯ୍ୟାୟ ନେଇ ଯୋଜନା ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?