ହ୍ରାସ ହୋଇପାରେ ପାମ୍‌ ତୈଳ ଆମଦାନୀ

ନୂଆଦିଲ୍ଲୀ,୨୬।୫: ବିଶ୍ୱରେ ସର୍ବାଧିକ ପାମ୍‌ ତୈଳ ଆମଦାନୀ କରୁଥିବା ଭାରତ ଅନେକ ମାତ୍ରାରେ ଏହା ହ୍ରାସ କରିବା ସମ୍ଭାବନା ଦେଖାଦେଇଛି। ଡିଲରମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତର ପାମ୍‌ ତୈଳ ଆମଦାନୀରେ ୧୯% ହ୍ରାସ ଘଟି ୧୧ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିପାରେ। ବର୍ତ୍ତମାନ ସୋୟା ତୈଳ ଶସ୍ତା ହୋଇଥିବା ସହ ଇଣ୍ଡୋନେସିଆର ପାମ୍‌ ତୈଳ ରପ୍ତାନି ଉପରେ କଟକଣା କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଛି। ସରକାରଙ୍କର ସୋୟା ତୈଳର ଡ୍ୟୁଟି ଫ୍ରି ଆମଦାନୀର ଅନୁମତି କାରଣରୁ ସୋୟାବିନ୍‌ ତୈଳର ବଜାର ଭାଗୀଦାରି ବୃଦ୍ଧି ଘଟିବା ସମ୍ଭାବନା ଦେଖାଦେଇଛି। ବିଶ୍ୱର ସର୍ବବୃହତ୍‌ ଭେଜିଟେବଲ୍‌ ଅଏଲ୍‌ ଆମଦାନୀକାରୀ ପକ୍ଷରୁ ପାମ୍‌ ତୈଳ କ୍ରୟ ହ୍ରାସ ଦ୍ୱାରା ମାଲେସିଆର ପାମ୍‌ ତୈଳ ଦର ଉପରେ ପ୍ରଭାବ ପଡ଼ିପାରେ।
ଭାରତ ସୋୟାବିନ୍‌ ତୈଳ ଆମଦାନୀରେ ଆଖିଦୃଶିଆ ବୃଦ୍ଧି କରିବା ସହ ଆମେରିକାର ସୋୟାବିନ୍‌ ତୈଳ ଦରକୁ ସମର୍ଥନ କରିପାରେ। ଗଣମାଧ୍ୟମ ସୂଚନା ଅନୁସାରେ ଅକ୍ଟୋବର ୩୧ରେ ଶେଷ ହେବାକୁ ଥିବା ମାର୍କେଟିଂ ବର୍ଷ ୨୦୨୧-୨୨ରେ ଦେଶର ପାମ୍‌ ତୈଳ ଆମଦାନୀ ହ୍ରାସ ଘଟି ୬.୭ ମିଲିୟନ ଟନ୍‌ ରହିପାରେ। ୨୦୧୦-୧୧ ବର୍ଷ ପରେ ଏହି ଆମଦାନୀ ହାର ସର୍ବନିମ୍ନ । ଏହାଛଡ଼ା ତୈଳ ଡିଲରମାନଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ସୋୟାବିନ୍‌ ତୈଳ ଆମଦାନୀରେ ପୂର୍ବ ବର୍ଷ ଅପେକ୍ଷା ୫୭% ବୃଦ୍ଧି ଘଟି ୪୫ଲକ୍ଷ ଟନ୍‌ରେ ପହଞ୍ଚିପାରେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମଙ୍ଗଳବାର ରନ୍ଧନ ତୈଳ ଦର ଉପରେ ଲଗାମ ଲଗାଇବା ପାଇଁ ଚଳିତ ଆର୍ଥିକ ବର୍ଷ ଏବଂ ଆଗାମୀ ଆର୍ଥିକ ବର୍ଷରେ ଅଶୋଧିତ ସୋୟାବିନ୍‌ ତୈଳ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତୈଳ ୨-୨ ମିଲିୟନ ଟନ୍‌ ଡ୍ୟୁଟି ଫ୍ରି ଆମଦାନୀର ଅନୁମତି ଦେଇଛନ୍ତି। ଡ୍ୟୁଟି ଷ୍ଟ୍ରକ୍‌ଚର ସୋୟାବିନ୍‌ ତୈଳ କ୍ରୟକୁ ପାମ୍‌ ତୈଳଠାରୁ ଅଧିକ ଆକର୍ଷକ କରିଦେଇଥିବା ଭେଜିଟେବଲ ଅଏଲ୍‌ ବ୍ରୋକ୍‌ରେଜ ଏବଂ କନ୍‌ସଲ୍‌ଟାନ୍ସି ଫାର୍ମ ସନ୍‌ବିନ୍‌ ଗ୍ରୁପ୍‌ର ମୁଖ୍ୟ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ସନ୍ଦୀପ ବାଜୋରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?