ହ୍ରାସ ହୋଇପାରେ ପାମ୍‌ ତୈଳ ଆମଦାନୀ

ନୂଆଦିଲ୍ଲୀ,୨୬।୫: ବିଶ୍ୱରେ ସର୍ବାଧିକ ପାମ୍‌ ତୈଳ ଆମଦାନୀ କରୁଥିବା ଭାରତ ଅନେକ ମାତ୍ରାରେ ଏହା ହ୍ରାସ କରିବା ସମ୍ଭାବନା ଦେଖାଦେଇଛି। ଡିଲରମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତର ପାମ୍‌ ତୈଳ ଆମଦାନୀରେ ୧୯% ହ୍ରାସ ଘଟି ୧୧ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିପାରେ। ବର୍ତ୍ତମାନ ସୋୟା ତୈଳ ଶସ୍ତା ହୋଇଥିବା ସହ ଇଣ୍ଡୋନେସିଆର ପାମ୍‌ ତୈଳ ରପ୍ତାନି ଉପରେ କଟକଣା କାରଣରୁ ଏଭଳି ପରିସ୍ଥିତି ଦେଖାଦେଇଛି। ସରକାରଙ୍କର ସୋୟା ତୈଳର ଡ୍ୟୁଟି ଫ୍ରି ଆମଦାନୀର ଅନୁମତି କାରଣରୁ ସୋୟାବିନ୍‌ ତୈଳର ବଜାର ଭାଗୀଦାରି ବୃଦ୍ଧି ଘଟିବା ସମ୍ଭାବନା ଦେଖାଦେଇଛି। ବିଶ୍ୱର ସର୍ବବୃହତ୍‌ ଭେଜିଟେବଲ୍‌ ଅଏଲ୍‌ ଆମଦାନୀକାରୀ ପକ୍ଷରୁ ପାମ୍‌ ତୈଳ କ୍ରୟ ହ୍ରାସ ଦ୍ୱାରା ମାଲେସିଆର ପାମ୍‌ ତୈଳ ଦର ଉପରେ ପ୍ରଭାବ ପଡ଼ିପାରେ।
ଭାରତ ସୋୟାବିନ୍‌ ତୈଳ ଆମଦାନୀରେ ଆଖିଦୃଶିଆ ବୃଦ୍ଧି କରିବା ସହ ଆମେରିକାର ସୋୟାବିନ୍‌ ତୈଳ ଦରକୁ ସମର୍ଥନ କରିପାରେ। ଗଣମାଧ୍ୟମ ସୂଚନା ଅନୁସାରେ ଅକ୍ଟୋବର ୩୧ରେ ଶେଷ ହେବାକୁ ଥିବା ମାର୍କେଟିଂ ବର୍ଷ ୨୦୨୧-୨୨ରେ ଦେଶର ପାମ୍‌ ତୈଳ ଆମଦାନୀ ହ୍ରାସ ଘଟି ୬.୭ ମିଲିୟନ ଟନ୍‌ ରହିପାରେ। ୨୦୧୦-୧୧ ବର୍ଷ ପରେ ଏହି ଆମଦାନୀ ହାର ସର୍ବନିମ୍ନ । ଏହାଛଡ଼ା ତୈଳ ଡିଲରମାନଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ସୋୟାବିନ୍‌ ତୈଳ ଆମଦାନୀରେ ପୂର୍ବ ବର୍ଷ ଅପେକ୍ଷା ୫୭% ବୃଦ୍ଧି ଘଟି ୪୫ଲକ୍ଷ ଟନ୍‌ରେ ପହଞ୍ଚିପାରେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମଙ୍ଗଳବାର ରନ୍ଧନ ତୈଳ ଦର ଉପରେ ଲଗାମ ଲଗାଇବା ପାଇଁ ଚଳିତ ଆର୍ଥିକ ବର୍ଷ ଏବଂ ଆଗାମୀ ଆର୍ଥିକ ବର୍ଷରେ ଅଶୋଧିତ ସୋୟାବିନ୍‌ ତୈଳ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତୈଳ ୨-୨ ମିଲିୟନ ଟନ୍‌ ଡ୍ୟୁଟି ଫ୍ରି ଆମଦାନୀର ଅନୁମତି ଦେଇଛନ୍ତି। ଡ୍ୟୁଟି ଷ୍ଟ୍ରକ୍‌ଚର ସୋୟାବିନ୍‌ ତୈଳ କ୍ରୟକୁ ପାମ୍‌ ତୈଳଠାରୁ ଅଧିକ ଆକର୍ଷକ କରିଦେଇଥିବା ଭେଜିଟେବଲ ଅଏଲ୍‌ ବ୍ରୋକ୍‌ରେଜ ଏବଂ କନ୍‌ସଲ୍‌ଟାନ୍ସି ଫାର୍ମ ସନ୍‌ବିନ୍‌ ଗ୍ରୁପ୍‌ର ମୁଖ୍ୟ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ସନ୍ଦୀପ ବାଜୋରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହାଲୁଆ ସେରିମନି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୧ ପହିଲାରେ ଆସିବାକୁ ଥିବା ବେଳେ ପ୍ରତିବର୍ଷ ପ୍ରଥା ଅନୁସାରେ ଚାଲି ଆସୁଥିବା ହାଲୁଆ ସେରିମନି ଶନିବାର ଅନୁଷ୍ଠିତ ହେବ। କେନ୍ଦ୍ର...

ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ...

୩୫ହଜାରଙ୍କୁ ଛଟେଇ କରିବ ଏଚ୍‌ଏସ୍‌ବିସି

ଲଣ୍ଡନ,୧୮।୬: ଇଂଲଣ୍ଡ ଭିତ୍ତିକ ଦି ହଂକଂ ଆଣ୍ଡ ସାଂଘାଇ ବ୍ୟାଙ୍କିଙ୍ଗ୍‌ କର୍ପୋରେଶନ (ଏଚ୍‌ଏସ୍‌ବିସି) ମଧ୍ୟବର୍ତ୍ତୀ କାଳୀନ ସମୟ ପାଇଁ ତା’ର ପ୍ରାୟ ୩୫ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ...

୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ...

ଟିଏସ୍‌ଏମ୍‌ଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲଏଜ କାରଖାନାକୁ...

ଏନ୍‌ବିବିଏଲ୍‌ ପକ୍ଷରୁ ୟୁପିଏମ୍‌ଏସ୍‌ର ଶୁଭାରମ୍ଭ

ମୁମ୍ବାଇ,୬।୧: ବିଲ୍‌ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍‌ପିସିଆଇ ଭାରତ...

ବଡ଼ ଜମା-ଉଠାଣ ଲାଗି ଜରୁରୀ ହେବ ଆଧାର

ନୂଆଦିଲ୍ଲୀ,୨୩-୭: କଳାଧନ ଉପରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ସିଧାସଳଖ ପ୍ରଭାବ ସାଧାରଣରେ ଦେଖାଯିବ। ବ୍ୟାଙ୍କ...

ସେବା କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ; ପିଏମ୍‌ଆଇ ୫୨.୪ ପଏଣ୍ଟକୁ ହ୍ରାସ

ନୂଆଦିଲ୍ଲୀ,୫।୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ମାଡି ଚାଲିଛି। ସର୍ଭିସ ସେକ୍ଟର ବା ସେବା କ୍ଷେତ୍ର ସେଥିରୁ ବାଦ...

Advertisement
Archives

Model This Week