ମୀରା ରାଜପୁତଙ୍କ ମେସେଜ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ, ଏଥିରେ ସ୍ବାମୀଙ୍କ ନାଁ କ’ଣ ରହିଛି ଜାଣନ୍ତୁ

ମୁମ୍ବାଇ : ଶାହିଦ କପୁର ଏବଂ ମୀରା ରାଜପୁତଙ୍କୁ ବଲିଉଡ୍‌ର ପର୍‌ଫେକ୍ଟ ଯୋଡ଼ି କୁହାଯାଏ। ଲକ୍‌ଡାଉନ୍‌ ସମୟରେ ଏହି ଯୋଡ଼ି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରତିଦିନ କିଛି ନା କିଛି ଫଟୋ, ଭିଡିଓ ଶେୟାର କରୁଛନ୍ତି। ଏବେ ମୀରା ଏକ ମେସେଜ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଇନ୍‌ଷ୍ଟାଗ୍ରାମରେ ମୀରା ଯେଉଁ ସ୍କ୍ରିନ୍‌ଶଟ୍‌ ଶେୟାର କରିଛନ୍ତି, ସେଥିରେ ତାଙ୍କ ପୁଅ ଏବଂ ସ୍ବାମୀ ଶାହିଦ୍‌ କପୁରଙ୍କ ମଧ୍ୟରେ ହୋଇଥିବା କିଛି କଥାବାର୍ତ୍ତା। ଶାହିଦ ଏବଂ ମୀରାଙ୍କ ଦୁଇ ପିଲା ମୀଶା ଏବଂ ଜୈନ। ଦୁଇଜଣ କେତେବେଳେ ମା’ ମୀରାଙ୍କର ତ କେତେବେଳେ ପିତା ଶାହିଦଙ୍କ ଫୋନ୍‌ ନେଇ ଚାଟ୍‌ କରନ୍ତି। ଯାହା ଏହି ସ୍କ୍ରିନ୍‌ଶଟ୍‌ରୁ ଜଣାପଡୁଛି। ଏଥିରୁ ମୀରା ଶାହିଦଙ୍କ ନାମଙ୍କୁ କେଉଁ ନାମରେ ସେଭ୍‌ କରିଛନ୍ତି ତାହା ମଧ୍ୟ ପ୍ରଶଂସକଙ୍କ ଆଗରେ ଧରା ପଡ଼ିଯାଇଛି। ମୀରା ଶାହିଦଙ୍କ ନାମକୁ ‘ଟମି’ ନାମରେ ସେଭ୍‌ କରିଛନ୍ତି।
କହିରଖୁଛୁ, ଫିଲ୍ମ ‘ଉଡ୍‌ତା ପଞ୍ଜାବ’ରେ ଶାହିଦଙ୍କ ନାମ ଥିଲା ଟମି। ଏକ ସାକ୍ଷାତକାରରେ ଶାହିଦ୍‌ କହିଥିଲେ, ମୀରା ଟମି ନାମରେ ତାଙ୍କ ନାଁ ମୋବାଇଲ୍‌ରେ ସେଭ୍‌ କରିଛନ୍ତି। ଏହା ପଛରେ ଥିବା କାରଣ ହେଲା ଶାହିଦ୍‌ ଏବଂ ମୀରାଙ୍କ ସାକ୍ଷାତ୍‌ ଫିଲ୍ମ ‘ଉଡ୍‌ତା ପଞ୍ଜାବ’ର ଶୁଟିଂ ସମୟରେ ହିଁ ହୋଇଥିଲା। ମୀରା ଏହି ସ୍କ୍ରିନ୍‌ଶଟ୍‌ ଶେୟାର କରିବା ସହ କ୍ୟାପଶନ୍‌ ଲେଖିଛନ୍ତି, ଅନୁମାନ କରନ୍ତୁ ଇଏ କିଏ? ଏ ତ ଗଲା ତାଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ଫିଲ୍ମ କଥା ଦେଖିବା ତେବେ ଶାହିଦ୍‌ଙ୍କୁ ଆଗାମୀ ଫିଲ୍ମ ‘ଜର୍ସି’ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ତେଲ୍‌ଗୁର ରିମେକ୍‌। ଫିଲ୍ମରେ ଶାହିଦଙ୍କ ବିପକ୍ଷରେ ନାୟିକା ଅଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

ନାଗା-ସାମନ୍ଥାଙ୍କ ବିଚ୍ଛେଦର କାରଣ ଏହି ବ୍ୟକ୍ତି!

ହାଇଦ୍ରାବାଦ: ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ...

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ...

ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ...

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

ବିଶ୍ୱ ପରିବେଶ ଦିବସ: ଟାଇଗର-ଦିୟା ଲଗାଇଲେ ଗଛ, ବାଣ୍ଟିଲେ ସଚେତନତା ବାର୍ତ୍ତା

ମୁମ୍ବାଇ: ଗୁରୁବାର ବିଶ୍ୱ ପରିବେଶ ଦିବସ। ଚଳିତ ଥର ଏହି ଦିବସର ଥିମ୍‌ ରହିଛି ‘ବିଟ୍‌ ଏୟାର ପଲ୍ୟୁଶନ’। ଏହି ଅବସରରେ ଲୋକଙ୍କୁ ସଚେତନ କରାଉଛନ୍ତି...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ...

ବିରୁଷ୍କା ଶେୟାର କରିଥିବା ଗୁଡ୍‌ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍‌

ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ...

ଲତା ମଙ୍ଗେଶକରଙ୍କୁ ଅସୁନ୍ଦରୀ କହିଥିଲେ ଏହି ଅଭିନେତା: ଲକ୍ଷେ ଅନୁରୋଧ ପରେବି…

ଗାୟିକା ଲତା ମଙ୍ଗେଶକର ତାଙ୍କ ସୁମଧୁର ସ୍ବର ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ବଲିଉଡରେ ସଙ୍ଗୀତର ଦେବୀ କୁହାଯାଏ । ଅନେକ ଲୋକ ଜାଣନ୍ତି...

Advertisement
Archives

Model This Week