କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍ବ ଜଣେ ବୟସ୍କ ବ୍ୟକ୍ତି ନାବାଳିକାଙ୍କୁ ଅପହରଣ କରିନେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି।
ଅପହୃତା ନାବାଳିକା ଏବେ କେଉଁଠି ଅଛନ୍ତି, ସୁରକ୍ଷିତ କି ନାହିଁ, ଅପହରଣକାରୀ ବୟସ୍କ ବ୍ୟକ୍ତି ନାବାଳିକାଙ୍କୁ ନେଇ କେଉଁଠି ଲୁଚାଇ ରଖିଛନ୍ତି ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍, ଆଧାରରେ ତଦନ୍ତ କରୁଛି ହେଲେ ଏପର୍ଯ୍ୟନ୍ତ ନାବାଳିକା ଓ ଅପହରଣକାରୀଙ୍କ ଟେର୍ ପାଇନି। ଅପହରଣ ହୋଇଥିବା ନାବାଳିକା ଏବେ କେଉଁଠି ଅଛନ୍ତି, ସୁରକ୍ଷିତ ଅଛନ୍ତି କି ନାହିଁ ଅପହରଣକାରୀ ବୟସ୍କ ବ୍ୟକ୍ତି ନାବାଳିକାଙ୍କୁ ନେଇ କେଉଁଠି ଲୁଚାଇ ରଖିଛନ୍ତି ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ପୋଲିସ ରେଳଷ୍ଟେଶନ ଜିଆରପି ଓ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ମିଳିଥିବା ଗୋଟିଏ ସିସିଟିଭି ଫୁଟେଜରୁ ଅପହରଣ ଫଟୋ ସାମନାକୁ ଆସୁଛି। ଫୁଟେଜରେ ନାବାଳିକାଙ୍କ ସହ ବୟସ୍କ ବ୍ୟକ୍ତି ଜଣକ ଏକ ଦୋକାନରୁ କିଛି କିଣୁଥିବା ନଜରକୁ ଆସୁଛି। ଆଉ ଗୋଟିଏ ଫଟୋରେ ବୟସ୍କ ବ୍ୟକ୍ତି ଜଣକ ଗୋଟିଏ ବ୍ୟାଗ୍ ଧରିଛନ୍ତି ଆଉ ତା’ର ଠିକ୍ ପାଖରେ ନାବାଳିକା ଜଣକ ସାଙ୍ଗରେ ଚାଲିଚାଲି ଯାଉଛନ୍ତି।
ସୂଚନାଯୋଗ୍ୟ, ଦେବଗଡ଼ରୁ ମା’-ବାପା କାମ କରିବାକୁ କଟକ ଆସିଥିଲେ। ସେଠାରୁ ସେମାନେ ଅନ୍ୟ କେଉଁଠାକୁ କାମକୁ ଯାଇଥାନ୍ତେ। ଅବହେଳା ବଶତଃ ନାବାଳିକାଙ୍କଠାରୁ ସେମାନଙ୍କ ନଜର ହଟି ଯାଇଥିଲା। ଆଖପାଖ ବହୁ ଖୋଜାଖୋଜି ପରେ ନାବାଳିକାଙ୍କ ପରିବାର ଲୋକେ ପାଇ ନ ଥିଲେ। ଏନେଇ ପରିବାର ଲୋକ ଚାଉଳିଆଗଞ୍ଜ ଥାନାରେ ଯାଇ ଏତଲା କରିଥିଲେ। ପୋଲିସ ନାବାଳିକା ଅପହରଣ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

