ପ୍ରଚାରରେ ମନ୍ତ୍ରୀ, ଏମ୍‌ପି

ବରଗଡ଼ ଅଫିସ୍‌/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମେତ ବିଜେପୁର, ବରପାଲି ଏବଂ ପଦ୍ମପୁରରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସବୁଦଳ ଏବେ ପୌର ପରିଷଦ ଦଖଲ ପାଇଁ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଦଳୀୟ ନେତୃବୃନ୍ଦ ଏବେ ନିର୍ବାଚନୀ ପ୍ରଚାରରେ ମାତିଛନ୍ତି। ଗୁରୁବାର ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବରପାଲି ଗସ୍ତରେ ଆସି ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ ଅନ୍ୟ କାଉନସିଲର ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ସେହିପରି ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ମଧ୍ୟ ବରପାଲି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଅଜିତ ଦାଶ ଏବଂ ଅନ୍ୟ କାଉନସିଲର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କହିଥିଲେ।

ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଆରମ୍ଭରୁ ଦଳୀୟ ପୌରାଧ୍ୟକ୍ଷା ପ୍ରାର୍ଥିନୀ କଳ୍ପନା ମାଝି ଏବଂ ଅନ୍ୟ କାଉନସିଲର ପ୍ରାର୍ଥୀଙ୍କ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏପରିକି ବିଧାୟକଙ୍କ ଗୋଟିଚାଳନାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ବିଜେଡ଼ିରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଲାଗିଥିବା ପରିଲକ୍ଷିତ ହୋଇଛି। ବୁଧବାର ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ରାଜକୁମାରୀ ଦାସ ଭାଜପା ନେତା ବିଜୟ ଦାସ ଓ ସମର୍ଥକଙ୍କ ଗହଣରେ ବିଜେଡ଼ିରେ ଯୋଗଦାନ କରିଥିଲେ। ସେମାନେ ଗୁରୁବାର ବିଜେଡ଼ି ପ୍ରାର୍ଥୀଙ୍କ ପ୍ରଚାରରେ ବାହାରିଛନ୍ତି। ଅନ୍ୟପକ୍ଷେ ୨୦୧୩ ପୌର ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଇଥିବା ପୂର୍ବତନ ବିଧାୟକ ସାଧୁ ନେପାକ ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରୁ ବିଜେଡ଼ିରେ ସାମିଲ ହୋଇ ସାରିଛନ୍ତି। ସେ ମଧ୍ୟ ଏବେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରଚାର କରୁଛନ୍ତି। ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ଼ ନଂ-୧୧ରେ ନେପାକ ଗୁରୁବାର ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?