ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି। ରାୟର ଅନୁପାଳନ ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍‌ ସହମତି ପ୍ରକାଶ କରିବା ଦରକାର। କିନ୍ତୁ ଏହି ମାମଲାରେ ସହମତି ପ୍ରକାଶ ପାଇବା ସମ୍ଭବ ନୁହେଁ ବୋଲି କ୍ରେମଲିନ୍‌ର ଜଣେ ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ରୁଷିଆ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କରେ ଗଣହତ୍ୟା କରାଯାଉଥିବା ଦର୍ଶାଇ ଯୁଦ୍ଧର ଯଥାର୍ଥତା ପ୍ରତିପାଦିତ କରୁଥିବା ବେଳେ ନିକଟରେ କ୍ୱିଭ୍‌ର ପ୍ରତିନିଧି ଆଣ୍ଟୋନ୍‌ କୋରିନେଭିକ୍‌ ତୁରନ୍ତ ମିଲିଟାରୀ ଅପରେଶନ ବନ୍ଦ ନିର୍ଦ୍ଦେଶ ଦାବି କରି ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅନ୍ତର୍ଜାତୀୟ ବିବାଦର ଶୁଣାଣି ବେଳେ ରୁଷିଆ ଆଇସିଜେ କୋର୍ଟ ବର୍ଜନ କରିଥିଲା। ଜାତିସଂଘର ୧୯୪୮ ଜେନୋସାଇଡ୍‌ କନ୍‌ଭେନଶନ୍‌ ପରିଧିରେ ୟୁକ୍ରେନ୍‌ର ନିବେଦନ ଆସୁ ନ ଥିବାରୁ ଆଇସିଜେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ମସ୍କୋ ଯୁକ୍ତି ବାଢ଼ିଥିଲା। ଆଇସିଜେରେ ଅଧ୍ୟକ୍ଷତା କରୁଥିବା ଆମେରିକୀୟ ବିଚାରପତି ଜୋଆନ୍‌ ଡୋନୋଗ୍‌ହୁ ବୁଧବାର ରାୟ ଶୁଣାଇବା ସମୟରେ କହିଥିଲେ, ରୁଷୀୟ ସଂଘ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ବିରୋଧରେ ଆରମ୍ଭ କରିଥିବା ସାମରିକ ଅପରେଶନକୁ ତୁରନ୍ତ ବନ୍ଦ କରୁ। ୟୁକ୍ରେନ୍‌ରେ ମାନବୀୟ ସଙ୍କଟ ଦୂର କରିବା ଲାଗି ରୁଷିଆ ଏହାକୁ ମାନିବା ଦରକାର। ଜାତିସଂଘର ଚାର୍ଟର ଅନୁସାରେ ଆଇସିଜେ ଏହି ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଦୁଇରାଷ୍ଟ୍ର ଯୁଦ୍ଧ ଆଇନ ସମେତ ଅନ୍ୟ ଅନ୍ତର୍ଜାତୀୟ ଆଇନ ଅନୁସାରେ ନିଜ ଉତ୍ତରଦାୟିତ୍ୱ ତୁଲାଇବା ଉଚିତ ବୋଲି ପ୍ରାଇସ୍‌ କହିଛନ୍ତି। ଅନ୍ୟପକ୍ଷେ ଜାତିସଂଘର ସର୍ବୋଚ୍ଚ ଅଦାଲତ ପକ୍ଷରୁ ପ୍ରକାଶିତ ଏହି ରାୟର ଦିନକ ପରେ କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି, ଏହାକୁ ଆମେ ପାଳନ କରିବୁ ନାହିଁ। ରାୟର ଅନୁପାଳନ ଲାଗି ଉଭୟ ପକ୍ଷ ରାଜି ହେବା ଦରକାର। ସଂଘର୍ଷ ବନ୍ଦ କରିବା ଲାଗି ଆଲୋଚନା ବେଳେ ମସ୍କୋର ପ୍ରତିନିଧି ଦଳ କ୍ୱିଭ୍‌ ତୁଳନାରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଆଇସିଜେ ନିର୍ଦ୍ଦେଶକୁ ଆମେରିକା ସ୍ବାଗତ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri