Posted inଜାତୀୟ

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା ଏବଂ ଅଷ୍ଟ୍ରେଲିଆର ବିଜ୍ଞାନାଗାର (ଲାବ୍‌)ରେ ଗବେଷକମାନେ ସଫଳତାର ସହ ‘ବ୍ରେନ୍‌ ଅର୍ଗାନଏଡ୍‌’ ତଥା ‘ମିନି-ବ୍ରେନ୍‌’ ପ୍ରସ୍ତୁତ କରୁଛନ୍ତି। ମେଡିକାଲ ଗବେଷଣାରୁ ଆରମ୍ଭ ହୋଇଥିବା ଏହି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଏବେ ‘ବାୟୋଲୋଜିକାଲ କମ୍ପ୍ୟୁଟିଂ’ ଦିଗରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ଗବେଷକମାନେ ମଣିଷର ତ୍ୱଚା କୋଷିକାକୁ ସଂଗ୍ରହ କରି ସେଗୁଡ଼ିକୁ ‘ଷ୍ଟେମ ସେଲ୍‌’ରେ ରୂପାନ୍ତରିତ କରୁଛନ୍ତି। ପରେ ଏହି ସେଲ୍‌ଗୁଡ଼ିକୁ ମସ୍ତିଷ୍କର ‘ନ୍ୟୁରୋନ୍‌’ରେ ପରିଣତ କରାଯାଉଛି। ଏହି ନ୍ୟୁରୋନ୍‌ଗୁଡ଼ିକ ସ୍ବୟଂ ସଂଗଠିତ ହୋଇ ୩ଡି ଗଠନଶୈଳୀ ବା ‘ବ୍ରେନ୍‌ ଅର୍ଗାନଏଡ୍‌’ ରୂପ ନେଉଛନ୍ତି। ଏଥିରେ ଥିବା ଜୀବନ୍ତ ନ୍ୟୁରୋନ୍‌ଗୁଡ଼ିକ ବୈଦ୍ୟୁତିକ ସଙ୍କେତ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିବାରେ ସକ୍ଷମ ହେଉଛନ୍ତି। ଆଲଜାଇମର, ପାର୍କିନ୍‌ସନ୍ସ୍ସ ଏବଂ ଅନ୍ୟାନ୍ୟ ଜଟିଳ ସ୍ନାୟୁଗତ ସମସ୍ୟାର ଠିକ କାରଣ ଓ ଚିକିତ୍ସା ସନ୍ଧାନ କରିବାରେ ଏହି ଅର୍ଗାନଏଡ୍‌ ଅତ୍ୟନ୍ତ ସହାୟକ ହେଉଛି। ଔଷଧ ପରୀକ୍ଷା ପାଇଁ ପ୍ରାଣୀମାନଙ୍କ ଉପରେ ନିର୍ଭରଶୀଳତା କମାଇବା ଏବଂ ମାନବ ଶରୀରରେ ଔଷଧର ଠିକ୍‌ ପ୍ରଭାବ ଜାଣିବା ପାଇଁ ଏହା ଏକ ବିକଳ୍ପ ସାଜିଛି। ମାନବ-କୋଷିକା ଆଧାରିତ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାର ସ୍ବାସ୍ଥ୍ୟ ସଂସ୍ଥା (ଏନ୍‌ଆଇଏଚ୍‌) ୨୦୨୫ ଏବଂ ୨୦୨୬ରେ ନୂତନ ଅର୍ଗାନଏଡ୍‌ ସେଣ୍ଟର ପାଇଁ ବିପୁଳ ଆର୍ଥିକ ଅନୁଦାନ ଘୋଷଣା କରିସାରିଛି। ଫଳରେ ଜନ୍ସ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଏବଂ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଭଳି ବିଶ୍ୱପ୍ରସିଦ୍ଧ ଗବେଷଣାଗାରଗୁଡ଼ିକରେ ‘ବ୍ରେନ୍‌ ଅର୍ଗାନଏଡ୍‌’ ଓ ‘ଅର୍ଗାନଏଡ ଇଣ୍ଟେଲିଜେନ୍ସ’ (ଓଆଇ) ଉପରେ ବ୍ୟାପକ ଗବେଷଣା ଚାଲିଛି। ସେହିପରିଅଷ୍ଟ୍ରେଲିଆର ‘କୋର୍ଟିକାଲ ଲାବ୍ସ’ର ଗବେଷକମାନେ ଜୀବନ୍ତ ମାନବ ନ୍ୟୁରୋନ୍‌କୁ ଇଲେକ୍ଟ୍ରୋଡ୍‌ ସହ ଯୋଡ଼ି ‘ଡିସ୍‌ବ୍ରେନ୍‌’ ନାମକ ସିଷ୍ଟମ ତିଆରି କରିଥିଲେ। ଏହି ଜୀବନ୍ତ କୋଷିକାଗୁଡ଼ିକ ବୈଦ୍ୟୁତିକ ସଙ୍କେତ ଗ୍ରହଣ କରି ସିମୁଲେଟେଡ ‘ପଙ୍ଗ୍‌’ ଏବଂ ପରବର୍ତ୍ତୀ ସମୟରେ ‘ଡୁମ୍‌’ ଭଳି କ୍ଲାସିକ ଭିଡିଓ ଗେମ୍‌ ଖେଳିବାରେ ସଫଳ ହୋଇଛନ୍ତି। ବିଜ୍ଞାନ ଭାଷାରେ ଏହାକୁ ‘ସିନ୍ଥେଟିକ ବାୟୋଲୋଜିକାଲ ଇଣ୍ଟେଲିଜେନ୍ସ’ କୁହାଯାଉଛି। ପ୍ରଚଳିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କେବଳ ସିଲିକନ୍‌ ଚିପ୍‌ ଏବଂ କମ୍ପ୍ୟୁଟର କୋଡ୍‌ ଉପରେ ଚାଲୁଥିବାବେଳେ ଏବେ ‘ଅର୍ଗାନଏଡ୍‌ ଇଣ୍ଟେଲିଜେନ୍ସ’ (ଓଆଇ) ମାଧ୍ୟମରେ ଜୀବନ୍ତ କୋଷିକାକୁ କମ୍ପ୍ୟୁଟର ପ୍ରୋସେସର ଭାବେ ବ୍ୟବହାର କରିବାର ପ୍ରୟାସ ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?