ଆଢୁଆଳରେ ଚାଲିଛି ଖଣିଜ ଲୁଟ୍‌

ଖଇରା, ୫।୧(ଡି.ଏନ.ଏ.) ନିର୍ବାଚନରେ ରାଜସ୍ବ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏବେ ଖଣି ମାଫିଆମାନେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରୁ ପଥର ଓ ମାଟି ପାହାଡ ପାହାଡ ସଂଲଗ୍ନ ସରକାରୀ ଜମିରୁ ମାଙ୍କଡା ଏବଂ ମୋରମ ଚୋରିକୁ ୧୦ଗୁଣ ବଢାଇ ଦେଇଛନ୍ତି। ସୋର-କୁପାରୀ ଏବଂ କୁପାରୀ-ରାଣୀତାଲ ରାସ୍ତାରେ ଧରପଗଡକୁ ଏଡାଇବାକୁ ବର୍ତ୍ତମାନ ଖଣି ମାଫିଆମାନେ କଦଳୀଗଡିଆ-କପ୍ତିପଦା ପାହାଡ ରାସ୍ତାରେ ମୟୂରଭଞ୍ଜ ସମେତ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଛନ୍ତି।
ପ୍ରଶାସନ ନୀରବ ରହିଲେ ନିର୍ବାଚନ ସରିବା ପୂର୍ବରୁ ପାହାଡ ଶ୍ମଶାନ ଭୂଇଁରେ ପରିଣତ ହୋଇଯିବ ବୋଲି ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ପ୍ରକାଶ କରିଛନ୍ତି।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ପରେ ଉକ୍ତ ପାହାଡରେ ପାଖାପାଖି ୯୭ଟି ଖଣିରେ ୧୪୪ ଧାରା ଲାଗୁ କରାଯାଇଛି। ଖାତାପତ୍ରରେ ବନ୍ଦ ଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଖଣି ଚୋରାରେ ଚାଲୁଛି। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେପଟେ ଖଣି ନିଲାମ ପାଇଁ ୩ବର୍ଷ ତଳେ ଆବେଦନ କରିଥିବା ବ୍ୟକ୍ତିବିଶେଷଙ୍କର କୋଟି କୋଟି ସିକ୍ୟୁରିଟି ଟଙ୍କା ବାକି ପଡିଛି। ମାତ୍ର କେତେଜଣ ମୁଣ୍ଡଗଣତି ଖଣିମାଲିକ ଚୋରା କାରବାରରେ ଲିପ୍ତ ରହିବା ଯୋଗୁ ବାକି ଆବେଦନକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ବଗେଇପୁର ନିକଟରେ ପାହାତତଳି ଗ୍ରାମ ନିକଟରେ ସ୍ଥାନେ ସ୍ଥାନେ ଚୋରାପଥର ଗଚ୍ଛିତ ରହିଛି। ଏଥିରେ ରାଜସ୍ବ ଅଧିକାରୀଙ୍କ ନୀରବତା ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଜିଲାସ୍ତରରେ ଉପଜିଲାପାଳ ତଥା ଅନ୍ୟ ଅଧିକାରୀମାନେ ମଝିରେ ମଝିରେ କ୍ରଶରଗୁଡିକ ପରିଦର୍ଶନ କରି ଷ୍ଟକ୍‌ ଅନିୟମିତତା ଉପରେ ଜରିମାନା ଧାର୍ଯ୍ୟ କରୁଥିଲେ। ଏବେ ଦୀର୍ଘ ସମୟ ଧରି ସେମାନଙ୍କ ପାଦ ନ ପଡିବାରେ କ୍ରଶରମାଲିକମାନେ ପାହାଡରୁ ପଥର ଆଣି କ୍ରଶରରେ ଭାଙ୍ଗି ନିରବିଚ୍ଛିନ୍ନ ଭାବେ ବିକ୍ରି କରି ଚାଲିବା ପ୍ରଶାସନର ସ୍ଥାଣୁତାକୁ ପ୍ରମାଣିତ କରୁଛି ା ପ୍ରଶାସନ ବାଲି ଗାଡି ଗୋଡାଇବାରେ ଯେତିକି ସମୟ ନଷ୍ଟ କରୁଛି ଯଦି ସେଥିରୁ କିଛି ସମୟ ବାହାର କରି ଖଣି ଚୋରଙ୍କୁ ଧରନ୍ତେ, ତେବେ ତେବେ କିଞ୍ଚିତ ପରିମାଣରେ ପାହାଡ ସୁରକ୍ଷିତ ରହିପାରନ୍ତା ବୋଲି ପାହାଡତଳ ଗ୍ରାମବାସୀ କହିଛନ୍ତି। ସେହିଭଳି ମାଙ୍କଡା ମୋରମ ଚୋରି ମଧ୍ୟ ବହୁ ମାତ୍ରାରେ ବଢିଯାଇଛି। ଏ ସମ୍ପର୍କରେ ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରାଙ୍କୁ ଯୋଗାଯୋଗ କରିବାରେ ଖୁବଶୀଘ୍ର ବଗେଇପୁର ଯାଇ ପାହାଡ ଚୋରିର ତଦାରଖ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଟିଡିସିକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ

ଭୁବନେଶ୍ୱର,୪।୯(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ସର୍ବଦା ‘ଅତିଥି ଦେବୋ ଭବଃ’କୁ ଗୁରୁତ୍ୱ ଦେଇ ଆସୁଛି। ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍‌...

୪୪୫ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୂପାନ୍ତରିତ ୪୪୫ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ବାଲେଶ୍ୱର ଜିଲାର ୧୩୫ ହାଇସ୍କୁଲ, ପୁରୀର...

ଅନୁମୋଦନ ଅପେକ୍ଷାରେ ରାଜ୍ୟ ଇ-ଭେହିକଲ୍‌ ନୀତି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପେଟ୍ରୋଲ, ଡିଜେଲ, କୋଇଲା ଭଳି ଇନ୍ଧନ ବ୍ୟବହାରକୁ ହ୍ରାସ କରିବା ଉପରେ ବିଶ୍ୱସ୍ତରରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି।...

୨ ଥର ଆଲୋଚନା ପରେ ବି ତୁଟିପାରିଲାନି ଅମଲାଙ୍କ ସମସ୍ୟା

ଭୁବନେଶ୍ୱର,୮ା୬(ବ୍ୟୁରୋ): ତୁଟିପାରୁନି ରାଜ୍ୟସ୍ତରୀୟ ଅମଲା କର୍ମଚାରୀଙ୍କ ଦାବି ସମ୍ପର୍କିତ ସମସ୍ୟା। ୨ଥର ଆଲୋଚନା ପରେ ବି ଏ ପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରିପାରିନାହିଁ। ଗତ...

ରାଜ୍ୟରେ ୨୭୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

୫ ହଜାର କିମି ଦୂରରେ ଥିବା ଶତ୍ରୁକୁ ଧ୍ୱଂସ କରିବ ଅଗ୍ନି-୫

ବାଲେଶ୍ୱର ଅଫିସ, ୨୭ା୧୦- ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର...

ରାଜପଥରେ ହାତୀପଲ

ଦାରିଙ୍ଗବାଡ଼ି,୫।୪: ଗଞ୍ଜାମ-କନ୍ଧମାଳ ସିମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ. ଜାତୀୟ ରାଜପଥ କଡ଼ରେ ରବିବାର ହାତୀପଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ପଲରେ ୧୨ରୁ ୧୫ଟି ହାତୀ...

Advertisement
Archives

Model This Week