ଆଢୁଆଳରେ ଚାଲିଛି ଖଣିଜ ଲୁଟ୍‌

ଖଇରା, ୫।୧(ଡି.ଏନ.ଏ.) ନିର୍ବାଚନରେ ରାଜସ୍ବ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏବେ ଖଣି ମାଫିଆମାନେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରୁ ପଥର ଓ ମାଟି ପାହାଡ ପାହାଡ ସଂଲଗ୍ନ ସରକାରୀ ଜମିରୁ ମାଙ୍କଡା ଏବଂ ମୋରମ ଚୋରିକୁ ୧୦ଗୁଣ ବଢାଇ ଦେଇଛନ୍ତି। ସୋର-କୁପାରୀ ଏବଂ କୁପାରୀ-ରାଣୀତାଲ ରାସ୍ତାରେ ଧରପଗଡକୁ ଏଡାଇବାକୁ ବର୍ତ୍ତମାନ ଖଣି ମାଫିଆମାନେ କଦଳୀଗଡିଆ-କପ୍ତିପଦା ପାହାଡ ରାସ୍ତାରେ ମୟୂରଭଞ୍ଜ ସମେତ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଛନ୍ତି।
ପ୍ରଶାସନ ନୀରବ ରହିଲେ ନିର୍ବାଚନ ସରିବା ପୂର୍ବରୁ ପାହାଡ ଶ୍ମଶାନ ଭୂଇଁରେ ପରିଣତ ହୋଇଯିବ ବୋଲି ପରିବେଶବିତ୍‌ ଓ ପ୍ରକୃତିପ୍ରେମୀମାନେ ପ୍ରକାଶ କରିଛନ୍ତି।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ପରେ ଉକ୍ତ ପାହାଡରେ ପାଖାପାଖି ୯୭ଟି ଖଣିରେ ୧୪୪ ଧାରା ଲାଗୁ କରାଯାଇଛି। ଖାତାପତ୍ରରେ ବନ୍ଦ ଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଖଣି ଚୋରାରେ ଚାଲୁଛି। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେପଟେ ଖଣି ନିଲାମ ପାଇଁ ୩ବର୍ଷ ତଳେ ଆବେଦନ କରିଥିବା ବ୍ୟକ୍ତିବିଶେଷଙ୍କର କୋଟି କୋଟି ସିକ୍ୟୁରିଟି ଟଙ୍କା ବାକି ପଡିଛି। ମାତ୍ର କେତେଜଣ ମୁଣ୍ଡଗଣତି ଖଣିମାଲିକ ଚୋରା କାରବାରରେ ଲିପ୍ତ ରହିବା ଯୋଗୁ ବାକି ଆବେଦନକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ବଗେଇପୁର ନିକଟରେ ପାହାତତଳି ଗ୍ରାମ ନିକଟରେ ସ୍ଥାନେ ସ୍ଥାନେ ଚୋରାପଥର ଗଚ୍ଛିତ ରହିଛି। ଏଥିରେ ରାଜସ୍ବ ଅଧିକାରୀଙ୍କ ନୀରବତା ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଜିଲାସ୍ତରରେ ଉପଜିଲାପାଳ ତଥା ଅନ୍ୟ ଅଧିକାରୀମାନେ ମଝିରେ ମଝିରେ କ୍ରଶରଗୁଡିକ ପରିଦର୍ଶନ କରି ଷ୍ଟକ୍‌ ଅନିୟମିତତା ଉପରେ ଜରିମାନା ଧାର୍ଯ୍ୟ କରୁଥିଲେ। ଏବେ ଦୀର୍ଘ ସମୟ ଧରି ସେମାନଙ୍କ ପାଦ ନ ପଡିବାରେ କ୍ରଶରମାଲିକମାନେ ପାହାଡରୁ ପଥର ଆଣି କ୍ରଶରରେ ଭାଙ୍ଗି ନିରବିଚ୍ଛିନ୍ନ ଭାବେ ବିକ୍ରି କରି ଚାଲିବା ପ୍ରଶାସନର ସ୍ଥାଣୁତାକୁ ପ୍ରମାଣିତ କରୁଛି ା ପ୍ରଶାସନ ବାଲି ଗାଡି ଗୋଡାଇବାରେ ଯେତିକି ସମୟ ନଷ୍ଟ କରୁଛି ଯଦି ସେଥିରୁ କିଛି ସମୟ ବାହାର କରି ଖଣି ଚୋରଙ୍କୁ ଧରନ୍ତେ, ତେବେ ତେବେ କିଞ୍ଚିତ ପରିମାଣରେ ପାହାଡ ସୁରକ୍ଷିତ ରହିପାରନ୍ତା ବୋଲି ପାହାଡତଳ ଗ୍ରାମବାସୀ କହିଛନ୍ତି। ସେହିଭଳି ମାଙ୍କଡା ମୋରମ ଚୋରି ମଧ୍ୟ ବହୁ ମାତ୍ରାରେ ବଢିଯାଇଛି। ଏ ସମ୍ପର୍କରେ ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରାଙ୍କୁ ଯୋଗାଯୋଗ କରିବାରେ ଖୁବଶୀଘ୍ର ବଗେଇପୁର ଯାଇ ପାହାଡ ଚୋରିର ତଦାରଖ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri