ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ ସେ ପୂର୍ବରୁ ନିଜ ମତ ରଖିଛନ୍ତି। ଏବେ ‘ବାତେଁ ଦିଲ୍ ସେ ୱିଦ୍ ନବିକା କୁମାର’ ପଡ୍‌କାଷ୍ଟରେ ମିକା ସିଂ ପାକିସ୍ତାନ ସହ ନିଜର ବ୍ୟକ୍ତିଗତ ସମ୍ପର୍କ ଓ ସେଠାକାର ଲୋକଙ୍କ ସହ ଅନୁଭୂତି ବିଷୟରେ କହିଛନ୍ତି। ଏହି ସମୟରେ ପାକିସ୍ତାନୀ ମୁସଲମାନ ଏବଂ ଦୁବାଇର ମୁସଲମାନଙ୍କୁ ନେଇ ତାଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି।

ପାକିସ୍ତାନ ବିଷୟରେ ମିକା କହିଛନ୍ତି ଯେ, ପାକିସ୍ତାନ କିମ୍ବା ସେଠାରେ ରହୁଥିବା ଲୋକମାନେ ସ୍ୱଭାବତଃ ଖରାପ ବୋଲି ସେ ଭାବନ୍ତି ନାହିଁ । ୨୦୧୯ରେ ପାକିସ୍ତାନ ଯାତ୍ରା ସମୟର ଅନୁଭୂତିକୁ ମନେ ପକାଇ ସେ ସେଠାକାର ଲୋକଙ୍କ ଆତିଥ୍ୟ ଓ ବ୍ୟବହାର ବିଷୟରେ କହିଛନ୍ତି। ପାକିସ୍ତାନରେ ତାଙ୍କୁ ଏଭଳି ଅନେକ ମୁସଲିମ୍ ଲୋକ ମିଳିଥିଲେ, ଯେଉଁମାନେ ଗୁରୁଦ୍ୱାରର ଯତ୍ନ ନେବା ସହ ପରିଷ୍କାର ପରିଚ୍ଛନ୍ନତା ଭଳି କାମରେ ମଧ୍ୟ ସହଯୋଗ କରିଥିଲେ। ସେମାନଙ୍କୁ ନିଜ ଭାଇ ଭଳି ମନେ କରନ୍ତି ବୋଲି ମିକା କହିଛନ୍ତି।

ମିକା ସିଂ କହିଛନ୍ତି ଯେ, ଭାରତରେ ପାକିସ୍ତାନୀ ମୁସଲିମ୍‌ଙ୍କୁ ନେଇ ଲୋକଙ୍କ ଧାରଣା ଭିନ୍ନ କାହିଁକି ରହିଛି, ତାହା ସେ ବୁଝିପାରନ୍ତି ନାହିଁ। ଅନ୍ୟପଟେ ଦୁବାଇର ମୁସଲିମ୍‌ଙ୍କୁ ନେଇ ଲୋକଙ୍କ ଧାରଣା ଅଲଗା ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର କାରଣ ପାଲଟିଛି । ବିଶେଷକରି ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ସମ୍ବେଦନଶୀଳ ପରିସ୍ଥିତି ମଧ୍ୟରେ ମିକାଙ୍କ ଏହି ବୟାନ ଆସିଛି।ପାକିସ୍ତାନ ସହ ନିଜର ସମ୍ପର୍କ କେବଳ କାମ କିମ୍ବା ପାରିଶ୍ରମିକ ପାଇଁ ନୁହେଁ ବୋଲି ମିକା କହିଛନ୍ତି। ପାକିସ୍ତାନରେ ଥିବା ଶିଖ୍ ଧର୍ମର ପ୍ରମୁଖ ତୀର୍ଥସ୍ଥଳୀ ତାଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ।

ପଡ୍‌କାଷ୍ଟରେ ପାକିସ୍ତାନୀ କଳାକାରଙ୍କ ଭାରତ ଆସିବା ଓ ସେମାନଙ୍କ ସହ କାମ କରିବାକୁ ନେଇ ମଧ୍ୟ ମିକାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଛନ୍ତି ଯେ, ପାକିସ୍ତାନୀ ଗାୟକମାନେ ଭାରତ ଆସିଲେ ତାଙ୍କର କୌଣସି ଆପତ୍ତି ନାହିଁ। ତାଙ୍କ ଅନୁସାରେ, ଅନେକ ପାକିସ୍ତାନୀ କଳାକାର ଭାରତ ଆସିଛନ୍ତି ଏବଂ ବଲିଉଡ୍‌ରେ ସେମାନଙ୍କୁ ସମ୍ମାନ ମଧ୍ୟ ମିଳିଛି। ତେବେ କୌଣସି କଳାକାର ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଯିବା ଓ ତାହାକୁ ସାର୍ବଜନୀନ ଭାବେ ପ୍ରଚାର କରିବା ଦୁଇଟି ଭିନ୍ନ ବିଷୟ ବୋଲି ସେ କହିଛନ୍ତି।

ମିକା ସିଂ ୨୦୧୯ରେ ପାକିସ୍ତାନର କରାଚିରେ ଏକ ବିବାହ ପୂର୍ବ କାର୍ଯ୍ୟକ୍ରମରେ ପରଫର୍ମ କରିଥିଲେ । ସେହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଥିବାରୁ ମିକାଙ୍କ ପାକିସ୍ତାନ ଯାତ୍ରା ଓ ପରଫର୍ମାନ୍ସକୁ ନେଇ ଭାରତରେ ବିବାଦ ସୃଷ୍ଟି ହୋଇଥିଲା।ଏହାପରେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍‌ ପକ୍ଷରୁ ମିକାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିଲା। ପରେ ମିକା ସିଂ ସାର୍ବଜନୀନ ଭାବେ କ୍ଷମା ମାଗିଥିଲେ। ଏହାପରେ ତାଙ୍କ ଉପରେ ଲାଗିଥିବା ବ୍ୟାନ୍ ହଟାଯାଇଥିଲା। ପାକିସ୍ତାନ, ସେଠାକାର ଲୋକ ଏବଂ ଦୁଇ ଦେଶର କଳାକାରଙ୍କ ସମ୍ପର୍କକୁ ନେଇ ମିକା ସିଂହଙ୍କ ଏହି ନୂଆ ବୟାନ ଏବେ ମନୋରଞ୍ଜନ ଜଗତରେ ଚର୍ଚ୍ଚାର ବିଷୟ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?