ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ ଯାଏ ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲାର ତାପମାତ୍ରା କିଛି ଦିନ ହେଲା ୪୦ ଡିଗ୍ରୀ ଉପରେ ରହୁଛି। ଶିଳ୍ପ ବହୁଳ ଜିଲା ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାତି ଏଠାରେ ରେକର୍ଡ କରୁଛି। ଶନିବାର କିଶୋରନଗର ବ୍ଲକରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ଏକ ଘରୋଇ ତାପମାପକ ଯନ୍ତ୍ରରୁ ଜଣାପଡ଼ିଛି। ଏଠାକାର ବିଭିନ୍ନ ଜଙ୍ଗଲ ଏବେ ବି ଜଳୁଥିବାରୁ ଗ୍ରୀଷ୍ମ ପ୍ରବାହ ଅପେକ୍ଷାକୃତ ଅଧିକ ରହୁଛି। ଏଥିଯୋଗୁ ପୂର୍ବାହ୍ନ ୧୦ଟା ପରେ ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି। ଅପରାହ୍ନ ୩ଟା ଯାଏ ତାତି ରହୁଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ଏହାର ମୁକାବିଲା ସହ ଅଂଶୁଘାତରୁ ଲୋକଙ୍କୁ ରକ୍ଷା କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବଜାର, ବସ୍‌ଷ୍ଟପ୍‌, ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜଳଛତ୍ର ଖୋଲାଯାଇ ନାହିଁ। ଯାତ୍ରୀମାନଙ୍କ ନିମନ୍ତେ ବିଶ୍ରାମାଗାର ବ୍ୟବସ୍ଥା କରାଯାଇ ନାହିଁ। ବିଭିନ୍ନ କଲେଜରୁ ଖରାରେ ବସ୍‌ ଧରିବାକୁ ଆସୁଥିବା ଛାତ୍ରୀଛାତ୍ରମାନେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି। ସେହିପରି ୨୩ଟି ପଞ୍ଚାୟତରେ ବହୁ ସଂଖ୍ୟାରେ ନଳକୂଅ ଅଚଳ ଥିବାବେଳେ ସେଗୁଡ଼ିକ ସଚଳ କରିବାକୁ ଜଳଯୋଗାଣ ବିଭାଗ ପଦକ୍ଷେପ ନେଉନାହିଁ। ବ୍ଲକର ଟକବା, ବାମୁର, ସଞ୍ଜାମୁରା, ହଣ୍ଡାପା, ଆନନ୍ଦମୁଣ୍ଡା, ଶରଧାମୁଣ୍ଡା, କଣ୍ଟେଇକୁଳିଆ ଜଙ୍ଗଲଗୁଡ଼ିକରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁ ଉତ୍ତାପ ବଢୁଥିବା ବଇଣ୍ଡା ଗ୍ରାମବାସୀ କହିଛନ୍ତି। ଅନେକ କୂଅ, ପୋଖରୀ, ନାଳ ଶୁଖି ଯାଇଥିବାବେଳେ ଜଳସ୍ତର ଖସିଯିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଜଳକଷ୍ଟ ଭୋଗୁନ୍ତି। ସେହିପରି ଜଙ୍ଗଲଗୁଡ଼ିକରେ ଥିବା ଜଳାଶୟ ଶୁଖିଯାଇଥିବାରୁ ବନ୍ୟଜନ୍ତୁମାନେ ପିଇବା ପାଣି ନ ପାଇ ଗାଁ ଭିତରକୁ ପଶି ଆସୁଛନ୍ତି। ତେଣୁ ଏ ନେଇ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଯାଉ
ଗ୍ରୀଷ୍ମ ପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଜଙ୍ଗଲ ଜଳିବା ଓ ଅଧିକ କଳକାରଖାନା ଯୋଗୁ ଜିଲାର ତାପମାତ୍ରା ବଢ଼ିଚାଲିଛି। ଗାଁ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି। ତୁରନ୍ତ ପ୍ରତ୍ୟେକ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହେଉ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି

ଅସ୍ଥାୟୀ କୁଣ୍ଡ ନିର୍ମାଣ ହେଉ
ତାପମାତ୍ରା ବୃଦ୍ଧି ଯୋଗୁ ସମସ୍ତେ ପ୍ରଭାବିତ ହେଉଛନ୍ତି। ବିଶେଷକରି ଜୀବଜନ୍ତୁଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି। ଜଙ୍ଗଲରେ ନିଆଁ ଯୋଗୁ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଉ।
-ରଞ୍ଜନ ପ୍ରଧାନ, କଦଳୀମୁଣ୍ଡା

ବିଶ୍ରାମାଗାର, ଜଳଛତ୍ର ଲୋଡ଼ା
ପ୍ରବଳ ଖରା ସାଙ୍ଗକୁ ପାନୀୟ ଜଳ ଅଭାବ ଦେଖାଯାଇଛି। କୌଣସି ବସ୍‌ଷ୍ଟପ୍‌ରେ ଜଳଛତ୍ର ଖୋଲାଯାଇନାହିଁ। ବାଟୋଇ ଓ ବସ୍‌ଯାତ୍ରୀମାନେ ପିଇବାକୁ ପାଣି ପାଉନାହାନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ରାମାଗାର ସହ ଜଳଛତ୍ର ବ୍ୟବସ୍ଥା କରାଯାଉ।
-ଲମ୍ବୋଦର ସାହୁ, ନାକିଚି

ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି
ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବୈଠକ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ଜଳଛତ୍ର ଖୋଲିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂଅଗୁଡ଼ିକ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର ପଦକ୍ଷେପ ନିଆଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ

ଜଙ୍ଗଲକୁ ସୁରକ୍ଷା ଦେବା ଜରୁରୀ
ଖଣି, ଶିଳ୍ପ ପାଇଁ ଜଙ୍ଗଲ ହ୍ରାସ ପାଇ ଚାଲିଛି। ନିଆଁ ଲାଗି ବନ୍ୟସମ୍ପଦ ନଷ୍ଟ ହେଉଛି। ରାସ୍ତା ପାଇଁ ବହୁ ସଂଖ୍ୟାରେ ଗଛ କଟାଯିବା ଓ ସିମେଣ୍ଟ ରାସ୍ତା ନିର୍ମାଣ ତାପମାତ୍ରାରେ ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ଜଙ୍ଗଲକୁ ସୁରକ୍ଷା ଦିଆଗଲେ ତାପମାତ୍ରା ନିୟନ୍ତ୍ରଣକୁ ଆସିବ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?