Posted inଖେଳ

ପୁରୁଷ ସିଙ୍ଗଲ୍ସ: ଜୋକୋଭିଚ୍‌- କାରାସେଭ ସେମିଫାଇନାଲ

ମେଲବୋର୍ନ,୧୭।୨(ଏପି): ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଏଥିରେ ଟପ୍‌ ସିଡ୍‌ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ରୁଷିଆର କ୍ୱାଲିଫାୟର ତଥା ବିଶ୍ୱର ୧୧୪ ନମ୍ବର ଖେଳାଳି ଅସଲାନ କାରାସେଭ ପରସ୍ପରକୁ ଭେଟିବେ। ଟେନିସର ପ୍ରଫେଶନାଲ ଏରାରେ ୨୭ ବର୍ଷୀୟ କାରାସେଭ ପ୍ରଥମ ଖେଳାଳି ଭାବେ ପଦାର୍ପଣରେ କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ୯ଥର ପ୍ରୟାସ କରିବା ପରେ ଗତ ମାସରେ ସେ ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ଏବେ ମେଲବୋର୍ନ ପାର୍କରେ ୫ଟି ମ୍ୟାଚ୍‌ ଜିତିଛନ୍ତି। ଏହି କ୍ରମରେ ସେ ୩ଜଣ ସିଡେଡ ଖେଳାଳିଙ୍କୁ ହରାଇଛନ୍ତି। ମଙ୍ଗଳବାର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସେ ବୁଲଗେରିଆର ୧୮ତମ ସିଡ୍‌ ଖେଳାଳି ଗ୍ରିଗର ଡିମିଟ୍ରୋଭଙ୍କୁ ୬-୨, ୪-୬, ୧-୬, ୨-୬ ସେଟ୍‌ରେ ହରାଇ ସେମିକୁ ଉଠିଛନ୍ତି। ଏହାପୂର୍ବରୁ ସେ ୮ ନମ୍ବର ଖେଳାଳି ଡିଏଗୋ ସ୍ବାର୍ଜମ୍ୟାନ ଓ ୨୦ ନମ୍ବର ଖେଳାଳି ଫେଲିକ୍ସ ଅଗେର- ଆଲିଆଜିମଙ୍କୁ ହରାଇଥିଲେ। ପ୍ୟାଟ୍ରିକ ମ୍ୟାକଏନ୍‌ରୋଙ୍କ ପରେ କାରାସେଭ ସର୍ବନିମ୍ନ ର଼୍ୟାଙ୍କର ଖେଳାଳି ଭାବେ ଅଷ୍ଟ୍ରେଲିଆନ୍‌ ଓପନ ସେମିକୁ ଉଠିଛନ୍ତି।
ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲରେ ୮ଥର ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିବା ଜୋକୋଭିଚ୍‌ ଷଷ୍ଠ ସିଡ୍‌ ରୁଷିଆର ଆଲେକଜାଣ୍ଡର ଜେଭେରେଭଙ୍କୁ ୭-୭, ୬-୨, ୬-୪, ୭-୬ ସେଟ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ଜୋକୋଭିଚ୍‌ଙ୍କୁ ମଙ୍ଗଳବାର ଏହି ମ୍ୟାଚ ଜିତିବାକୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ଏଥିସହ ୩୩ ବର୍ଷୀୟ ଜୋକୋଭିଚ୍‌ କ୍ୟାରିୟରର ୩୯ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା କ୍ରିକେଟ୍‌: ଭାରତର ସିରିଜ ସୁଇପ୍‌

ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଭାରତ ୬...

କ୍ୱାରାଣ୍ଟାଇନ୍‌ ଆରମ୍ଭ କଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ, ୭ା୮ : ଦୁବାଇରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଷ୍ଟାଣ୍ଡାର୍ଡ ଅପରେଟିଂ...

ଆଇପିଏଲ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍‌ସିବି-ସିଏସ୍‌କେ ମ୍ୟାଚ୍‌ !

ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏଭଳି...

ବିବାହ ପୂର୍ବରୁ ୫୩ କୋଟି ଟଙ୍କା ଦେଇ ଘର କିଣିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିୟ କ୍ରିକେଟର୍‌ ପ୍ୟାଟ୍‌ କମିନ୍ସ ଏକ ନୂଆ ଘର କିଣିଛନ୍ତି। ଯାହାର ମୂଲ୍ୟ ୫୩ କୋଟି ଟଙ୍କା ରହିଛି। ଆଇପିଏଲ୍‌ରେ କୋଲକତା ନାଇଟ୍‌ ରାଇଡର୍ସ ପକ୍ଷରୁ...

ଆର୍‌ସିବି ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ,୨୫।୮ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଆଇପିଏଲର ୟୁଏଇ ଲେଗ୍‌ ପାଇଁ ଦଳରେ ଜର୍ଜ ଗାର୍ଟନଙ୍କୁ ସାମିଲ କରିଛି। ଆରସିବି ଦଳରେ ସ୍ଥାନ ପାଇବାରେ...

ସେମିଫାଇନାଲରେ ଟିମ୍‌ ଇଣ୍ଡିଆ…

ମେଲବୋର୍ନ,୬।୧୧ : ରବିବାର ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ-୨ ରୁ...

୨୦୨୦ରେ ଆଖିବୁଜିଛନ୍ତି ଏହି ସବୁ ଖେଳାଳି

ଜନ୍ମ ଏବଂ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ୨୦୨୦ରେ ମହାମାରୀ କରୋନା ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷ ଆମକୁ ଏତେ ଖରାପ...

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ...

Advertisement
Archives

Model This Week