କାନକୁ ଶୁଭେ ଭୟଙ୍କର ଶବ୍ଦ…

ବେଳେ ବେଳେ ନିଦ ଆସିଲା ବେଳେ ବା ନିଦରୁ ଉଠିଲା ବେଳେ ଅବାସ୍ତବ ଭୟଙ୍କର ଶବ୍ଦ କାନକୁ ଶୁଭାଯାଏ। ଏହା ଯୋଗୁ ମନରେ ଭୟ ଜାତ ହୋଇଥାଏ। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ କୁହାଯାଇଥାଏ। ଏଭଳି ଶବ୍ଦ ଅଳ୍ପ ସମୟ ପାଇଁ ଶୁଣାଯାଏ। ଏହାକୁ ହାଲ୍ୟୁସିନେସନ ସ୍ଥିତି ମଧ୍ୟ କୁହାଯାଏ । ଏଭଳି ସମସ୍ୟା ସାଂଘାତିକ ନ ହେଲେ ବି ଏହା ଜୀବନ ଶୈଳୀକୁ ପରିବର୍ତ୍ତନ କରି ଦେଇଥାଏ। ବହୁ ସମୟରେ ଧପ୍‌ କରି ଏକ ଆଲୋକ ଆଖି ଆଗରେ ଦେଖାଯାଇଥାଏ। ଏହି ସମସ୍ୟାରେ ମାନସିକ ଯନ୍ତ୍ରଣା ହୋଇଥାଏ। ଆଖି ବନ୍ଦ କଲେ ଡର ଲାଗେ। ସମସ୍ୟା ଭୋଗୁଥିବା ଲୋକ ନ ଶୋଇ ସମୟ ବିତାଏ।
ଏହି ରୋଗର ସୃଷ୍ଟି ନେଇ ଡାକ୍ତରୀ ଚିକିତ୍ସାରେ କୌଣସି ଏକ ନିଦ୍ଦିଷ୍ଟ କାରଣ ସମ୍ପର୍କରେ କୁହାଯାଇ ନ ଥାଏ। କାନ ସମସ୍ୟା, ଟେମ୍ପୋରାଲ ଲୋବ ସିଜର, ସ୍ନାୟୁ ଗୋଳମାଳ ଅବା କିଛି ଜେନେଟିକ ପରିବର୍ତ୍ତନ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ଏହାକୁ ନିଦ୍ରା ହୀନତା ଏବଂ ମୁଣ୍ଡ ବିନ୍ଧା ସମସ୍ୟା ଭାବେ ବର୍ଗୀକରଣ କରାଯାଇଥାଏ । ବହୁ ସମୟରେ ଏହି ସମସ୍ୟା ଚିହ୍ନଟ ହୋଇପାରେ ନାହିଁ । ଏହାର କୌଣସି ସଫଳ ଚିକିତ୍ସା ମଧ୍ୟ ନାହିଁ। ଏହି ସମସ୍ୟାରେ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି। ପ୍ରଥମେ ୧୮୭୬ରେ ଏହି ରୋଗ ଚିହ୍ନଟ ହୋଇଥିଲା। ପରେ ୧୯୮୮ରେ ଏହାର ନାମକରଣ କରା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା...

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି...

ଅନେକ ରୋଗରୁ ମୁକ୍ତିଦିଏ ହୋମିଓପ୍ୟାଥି

ହୋମିଓପ୍ୟାଥିର ପ୍ରତିଷ୍ଠାତା ଡ.ସାମୁଏଲ ହାନିମାନଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରତିବର୍ଷ ୧୦ ଏପ୍ରିଲରେ ବିଶ୍ୱ ହୋମିଓପ୍ୟାଥି ଦିବସ ପାଳନ କରାଯାଏ। ଏହି ଦିବସ ପାଳନର...

ଉତ୍ତର ଦିଗର ବାସ୍ତୁ ମହତ୍ତ୍ୱ,ଜାଣନ୍ତୁ କ’ଣ କରିବା ଶୁଭ?

ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ...

ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଖାନ୍ତୁ ଏସବୁ ଜିନିଷ

ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର… ପିଲାଙ୍କ...

ସ୍କିନ୍‌ ଆଲର୍ଜି ଅଛି କି? ଆପଣାନ୍ତୁ ଏହି ଉପାୟ

କସ୍‌ମେଟିକ୍‌ ପ୍ରଭାବରୁ କିମ୍ବା ପ୍ରଦୂଷଣ, ଖରା ଆଦି ବିଭିନ୍ନ କାରଣରୁ ତ୍ୱଚାରେ ଆଲର୍ଜି ହୋଇଥାଏ। ଏ ସବୁରୁ ରକ୍ଷାପାଇବା ପାଇଁ ଘରୋଇ ଉପାୟ ଆପଣାନ୍ତୁ… ଧୂଳିଧୂଆଁ...

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସଜାଡିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ସବୁଠୁ ଅଧିକ ଆପଣାର, ସବୁଠୁ ଅଧିକ ଭରସା ଥିବା ମଜଭୁତ ସମ୍ପର୍କ ଥାଏ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ। ସେଥିପାଇଁ ତ ସେମାନଙ୍କର ପରସ୍ପର ଠାରୁ କିଛି ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri