ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ ହଟହଟା ହେବା ପରେ ଏବେ ଜିଲାର ଚାଷୀଙ୍କୁ ଖରିଫ ଚାଷକାର୍ଯ୍ୟ ପାଇଁ ମଧ୍ୟ ସମସ୍ୟା ପିଛା ଛାଡ଼ୁନାହିଁ। ଚାଷକାର୍ଯ୍ୟ ଆରମ୍ଭରୁ ଜିଲାର ସାରର କୃତ୍ରିମ ସଂକଟ ତଥା କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଜିଲାର ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଆନ୍ଦୋଳନ ଚେତାବନୀ ଦେବା ପରେ ବୁଧବାର ଘେଁସ୍‌ ଧାନମଣ୍ଡି ପରିସରରେ ଉକ୍ତ କୃଷକ ସଂଗଠନ ଓ କୃଷି, ସମବାୟ ବିଭାଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ବସିଥିଲା। ଆସନ୍ତା ୭ ଦିନ ମଧ୍ୟରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି।
ଖରିଫ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ମୁଖ୍ୟତଃ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ପଡ଼ିଥାଏ। ତେବେ ଜିଲାକୁ ଏହି ସାର ଆବଶ୍ୟକତା ଅନୁଯାୟୀ ଆସିଛି ଏବଂ ତାହା ଜିଲାର ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କୁ ଆବଣ୍ଟିତ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି। କିନ୍ତୁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ସାର ପାଇଁ ଗଲେ ବହୁ ହଟହଟା ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ପ୍ରାଥମିକ କୃଷି ସମବାୟ ସମିତିରେ କେବଳ ଋଣୀଚାଷୀଙ୍କୁ ସାର ଦିଆଯାଉଥିବାବେଳେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତା ଚଢ଼ାଦରରେ ସାର ବିକୁଥିବା ଅଭିଯୋଗ ହୋଇଛି। ୟୁରିଆ ସାର ପକେଟ୍‌ ପ୍ରତି ୨୬୮ ଟଙ୍କା ରହିଥିବାବେଳେ ତାକୁ ୫୦୦ରୁ ୭୦୦ ଟଙ୍କା ଏବଂ ଡିଏପି ସାର ଦର ପକେଟ୍‌ ପ୍ରତି ୧୩୫୦ ଟଙ୍କା ରହିଥିବାବେଳେ ତାକୁ ୨୧୦୦ରୁ ୨୨୦୦ଟଙ୍କା ଦରରେ ବିକ୍ରି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ତେବେ ଏଭଳି ଅଭିଯୋଗ ନେଇ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଆନ୍ଦୋଳନ ଚେତାବନୀ ଦେବା ପରେ ବୁଧବାର ଘେଁସ୍‌ ଧାନମଣ୍ଡିକୁ ମୁଖ୍ୟ ଜିଲା କୃଷି ଅଧିକାରୀ ମମତା ତ୍ରିପାଠୀ, ସୋହେଲା କୃଷିଜିଲା ଅଧିକାରୀ ଝୁମି ମେହେର, ବରଗଡ଼ ଏଡିଓ ଅଞ୍ଜନ ନାଏକ, ସୋହେଲା ସହକାରୀ କୃଷି ଅଧିକାରୀ ଅଭିଷେକ ଅଗ୍ରଓ୍ବାଲ, ସମବାୟ ଉପନିବନ୍ଧକ ଯୁଗଳ କିଶୋର ଦାଶ ପ୍ରମୁଖ ପହଞ୍ଚିଥିଲେ। କୃଷକ ସଂଗଠନ ପକ୍ଷରୁ ପ୍ରଭାତ ସାହୁ, କୁଞ୍ଜବିହାରୀ ପ୍ରଧାନ, ସଞ୍ଜୀବ ପ୍ରଧାନ, ଧୀରେନ୍ଦ୍ର ପଟେଲ, କ୍ଷୀରୋଦ୍ର ପଟେଲ, କୃତାର୍ଥ ପ୍ରଧାନ, ମୀନକେତନ ବାରିକ, ଅରୁଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ଅଣଋଣୀ ଚାଷୀମାନଙ୍କୁ ମଧ୍ୟ ପ୍ରାଥମିକ କୃଷି ସମବାୟ ସମିତିରେ ସାର ପ୍ରଦାନ ପାଇଁ ଆସନ୍ତା ସପ୍ତାହକ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?