Posted inଫୁରସତ

କୃଷକଙ୍କ ପୁଅ ପ୍ରସ୍ତୁତ କରୁଛନ୍ତି କରୋନା ଟିକା!

କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଅନେକ ଦେଶ କରୋନା ଟିକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। ଏସବୁ ଭିତରେ ଭାରତର ଜଣେ କୃଷକଙ୍କ ପୁଅ କରୋନା ଟିକା ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛନ୍ତି। ସେ ହେଉଛନ୍ତି ଡା. କ୍ରିଷ୍ଣା ଏଲା। ଦିନରାତି କଡା ପରିଶ୍ରମ କରି ସେ ଏକ ଛୋଟ ଲ୍ୟାବ୍‌ ଖୋଲିଥିଲେ। ଏବେ ସେ କରୋନା ଟିକା ପ୍ରସ୍ତୁତ କରୁଥିବା ଦାବି କରିଛନ୍ତି। ଏହି ଟିକାକୁ ସେ ଆସନ୍ତା ଅଗଷ୍ଟ ୧୫ରେ ଲଞ୍ଚ୍‌ କରିବେ ବୋଲି କହିଛନ୍ତି। ସେ ପ୍ରସ୍ତୁତ କରିଥିବା ଟିକାକୁ ହ୍ୟୁମାନ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ମଧ୍ୟ ଅନୁମତି ମିଳିସାରିଛି। ତାମିଲନାଡୁର ଥିରୁଥାନୀରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ କ୍ରିଷ୍ଣା। ସେ ବାଓଟେକ୍ନୋଲୋଜି ପାଠ ପଢିଥିଲେ। ସେ ୟୁଏସରେ ପିଏଚଡି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ଦରମାରେ ଚାକିରି ମିଳୁଥିଲା। କିନ୍ତୁ ସେ ନିଜ ମା’ କଥା ମାନି ଭାରତ ଫେରିଆସିଥିଲେ। ସୂଚନାଯୋଗ୍ୟ,ଭାରତରେ କରୋନା ଟିକା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାଓଟେକ୍‌ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି କମ୍ପାନୀ ନାଶ୍‌ନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟରୋଲୋଜି ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ସହଯୋଗରେ ଏହି ଟିକା ପାଇଁ ପ୍ରୟାସ କରାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ...

ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ଡେରାଡୁନ୍‌, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ...

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ...

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ...

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର...

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ...

ଓଃ କି ଶୀତ, ଶେଷରେ ଏକାଠି ବସି ନିଆଁ ପୋଇଁହେଲେ ଏମାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍‌ ବେସିନ୍‌’

ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା...

Advertisement
Archives

Model This Week