Posted inଜାତୀୟ

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ ଊର୍ଦ୍ଧ୍ୱ ଇଥାଇଲ୍‌ ଆଲକୋହଲ ଥିବା ଏବଂ ୩୦ ମିଲିଲିଟରରୁ ବଡ଼ ବୋତଲରେ ବିକ୍ରି ହେଉଥିବା ଖାଇବା ଔଷଧକୁ ସରକାର ସିଡ୍ୟୁଲ ଏଚ୍‌-୧ ଅଧୀନକୁ ଆଣିଛନ୍ତି। ଏକ ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ଉକ୍ତ ସଂଶୋଧନ ପ୍ରକାଶ ପାଇଛି। ଉକ୍ତ ଔଷଧଗୁଡ଼ିକ ଏଣିକି ପ୍ରେସ୍‌କ୍ରିପଶନ ଏବଂ କଡ଼ାକଡ଼ି ନିୟମାବଳୀ ଅନୁଯାୟୀ ବିକ୍ରି କରାଯିବ। ଉକ୍ତ ଔଷଧ ପ୍ରସ୍ତୁତି ପାଇଁ ଲାଇସେନ୍ସକୁ ବାଧ୍ୟତାମୂଳକ କରାଯାଇଛି।
ଅଧିକ ଆଲ୍‌କୋହଲ ଥିବା କେତେକ କଫ୍‌ ସିରପ୍‌, ଟନିକ୍‌ ଓ ଅନ୍ୟାନ୍ୟ ଖାଇବା ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଥିଲା। ବିଶେଷକରି ଡାକ୍ତରଙ୍କ ବିନା ପରାମର୍ଶ ବା ପ୍ରେସ୍‌କ୍ରିପ୍‌ଶନ ଏବଂ ବିନା ଉପଯୁକ୍ତ ତଦାରଖରେ ବିକ୍ରି ହେଉଥିବା ଔଷଧଗୁଡ଼ିକର ଦୁରୁପଯୋଗ ହୋଇଥାଏ। ସେଗୁଡ଼ିକୁ ଏଚ୍‌୧ ବର୍ଗରେ ରଖାଯାଇଥିବାରୁ ଏହା ଉପରେ ଅଧିକ ତଦାରଖ କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଔଷଧର ଅପବ୍ୟବହାରକୁ କମାଇବା, ସେଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ବିତରଣ ବା ବିକ୍ରି ନିଶ୍ଚିତ କରିବା ଏବଂ ଔଷଧ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା। ଔଷଧ ବିକ୍ରି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଅର୍ଥ ରୋଗୀମାନଙ୍କ ପାଇଁ ଏହା ଅସୁରକ୍ଷିତ କି ନିଷିଦ୍ଧ ନୁହେଁ। ତେବେ ସେଗୁଡ଼ିକ ଉପଯୁକ୍ତ ଡାକ୍ତରୀ ତଦାରଖରେ ବ୍ୟବହାର ହେବା ଆବଶ୍ୟକ। ସେହିପରି ସଂଶୋଧିତ ନିୟମ ଅନୁଯାୟୀ ଏଣିକି ଔଷଧ କମ୍ପାନୀଗୁଡ଼ିକୁ କଡ଼ାକଡ଼ି ଭାବେ ଔଷଧ ବିକ୍ରିର ରେକର୍ଡ ରଖିବା ସହ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ନିଜ ପାଖରେ ସାଇତି ରଖିବାକୁ ହେବ। ଏଚ୍‌୧ ବର୍ଗରେ ଆସୁଥିବା ବିଭିନ୍ନ ଆଣ୍ଟିବାୟୋଟିକ୍ସ, ଆଣ୍ଟି-ଟ୍ୟୁବରକୁଲୋସିସ୍‌ ଔଷଧ ଏବଂ ଅଧିକ ବିପଦ ଥିବା ଔଷଧ ପାଇଁ ଏହି ନିୟମ ପ୍ରଚଳିତ ରହିଛି। ଏଚ୍‌୧ ସିଡ୍ୟୁଲରେ ଆସୁଥିବା ଔଷଧଗୁଡ଼ିକ କାଉଣ୍ଟରରେ ମୁକ୍ତ ଭାବରେ ବିକ୍ରି ହୋଇ ନ ଥାଏ। ଏଥିପାଇଁ ଫାର୍ମାସିଷ୍ଟମାନଙ୍କୁ ପଞ୍ଜୀକୃତ ଡାକ୍ତରଙ୍କ ବୈଧ ପ୍ରେସ୍‌କ୍ରିପ୍‌ଶନ ଚାହିଁଥାନ୍ତି। ପ୍ରତ୍ୟେକ ବିକ୍ରିକୁ ଏକ ସ୍ବତନ୍ତ୍ର ରେଜିଷ୍ଟରରେ ରେକର୍ଡ କରିଥାନ୍ତି। ପ୍ରେସ୍‌କ୍ରିପଶନ୍‌ ଓ ଡିସ୍‌ପେନ୍ସିଂ ରେକର୍ଡକୁ ନିୟମିତ ଯାଞ୍ଚ ପାଇଁ ଅନୂ୍ୟନ ୩ ବର୍ଷ ସଂରକ୍ଷିତ ରଖିଥାନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?