ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର) ମଧୁସୂଦନ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ନିର୍ବାଚନ ଆୟୁକ୍ତ ପାଢ଼ୀ କହିଛନ୍ତି, ୨୦୨୭ରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ନିର୍ଦ୍ଦିଷ୍ଟ ସୂଚୀ ଅନୁଯାୟୀ ହେବାକୁ ଯାଉଛି। ମାତ୍ର ଉପରଲିଖିତ ଦୁଇ ପ୍ରକ୍ରିୟା ଚାଲୁ ରହିଥିବାରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଆବଶ୍ୟକତାକୁ ନେଇ ଏହା ସାମାନ୍ୟ ବିଳମ୍ବ ହେବ। ୨୦୨୭ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନର ଅବଧି ଶେଷ ହେଉଛି। ଏହି ଦୃଷ୍ଟିରୁ ଦେଖିଲେ ସାମାନ୍ୟ ବିଳମ୍ବ ହେବ ବୋଲି କମିଶନର କହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଏପ୍ରିଲ-ମେ’ ୨୦୨୭ରେ ପ୍ରକାଶ ପାଇପାରେ। ପଞ୍ଚାୟତ ନିର୍ବାଚନ ପରେ ତୁରନ୍ତ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସେହି ସମୟ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଶେଷ ହୋଇଯିବ ଏବଂ ଚୂଡ଼ାନ୍ତ ଭୋଟରତାଲିକା ଉପଲବ୍ଧ ହୋଇଥିବ।
ସେପ୍ଟେମ୍ବର ୨୦୨୬ରେ ଭାରତ ନିର୍ବାଚନ ଆୟୋଗଙ୍କ ଭୋଟରତାଲିକା ମିଳିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘରକୁ ଘର ସର୍ଭେ କରିବେ। ଏହା ସହ ବୁଥ୍‌ଭିିତ୍ତିକ ସର୍ଭେ ମଧ୍ୟ କରାଯିବ; ଯଦ୍ଦ୍ବାରା ଗୋଟିଏ ୱାର୍ଡର ସମସ୍ତ ଭୋଟର ଏକ ନିର୍ଦ୍ଦିିଷ୍ଟ ବୁଥ୍‌ରେ ଭୋଟ ଦେଇପାରିବେ।
ଜନଗଣନା କାର୍ଯ୍ୟରେ ସରକାରୀ କର୍ମଚାରୀମାନେ ନିୟୋଜିତ ରହିବାରୁ ମାର୍ଚ୍ଚ ପ୍ରଥମ ସପ୍ତାହ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରାଇବା ସମ୍ଭବ ନୁହେଁ ବୋଲି ଦାଶ ସ୍ପଷ୍ଟ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ରାଜସ୍ବ ଡିଭିଜନ ଗସ୍ତ ସମୟରେ ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଜୁଲାଇ ୨୧ ତାରିଖ ସକାଳ ୧୧.୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମସ୍ତ ଜିଲାପାଳଙ୍କ ସହ ନଗରାଞ୍ଚଳ ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟରତ ଅତିରିକ୍ତ ଜିଲାପାଳ (ଏଡିଏମ୍‌), ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆର୍‌ଓ), ସହକାରୀ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଏଇଆର୍‌ଓ) ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବେ। ୨୦୨୨ ପୌର ନିର୍ବାଚନ ସମ୍ପର୍କିତ ବକେୟା ବିସ୍ତୃତ କଣ୍ଟିଜେଣ୍ଟ ବିଲ୍‌ ଓ ବିନିଯୋଗ ପ୍ରମାଣପତ୍ର(ୟୁସି) ସ୍ଥିତି ସମ୍ପର୍କରେ ଜିଲା ପ୍ରଶାସନ ଉପସ୍ଥାପନା କରିବେ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମୀକ୍ଷା ସହ ନିର୍ବାଚନ ପ୍ରସ୍ତୁତି ଠିକ୍‌ ସମୟରେ ଶେଷ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri