ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା କର୍ମୀମାନେ ପୋଲିସ ଉପରକୁ ଅଣ୍ଡାମାଡ଼ କରିଥିବା ବେଳେ ଠେଲାପେଲାରେ ୨ଜଣ କର୍ମୀ ଆହତ ହୋଇଛନ୍ତି। ପୋଲିସ ଉପରକୁ ଏଭଳି ଅଣ୍ଡାମାଡ଼ ଘଟଣାକୁ ଜିଲାର ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଭାଜପା ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଥିବା ବେଳେ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ଭାଜପା କର୍ମୀଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୋଷୀଙ୍କ ଗିରଫ ଦାବି ଓ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଭାଜପା ଯୁବ ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ମଧୁବନଠାରୁ ଏକ ରାଲିରେ ଆସି ଏସ୍‌ପି ଅଫିସ ସମ୍ମୁଖରେ ପହଞ୍ଚିିଥିଲେ। କାର୍ଯ୍ୟାଳୟଠାରୁ ଶହେ ମିଟର ଦୂର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇ ପୋଲିସ ଛାଉଣି କରାଯାଇଥିଲା। ଫଳରେ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିପାରି ନ ଥିଲେ। ବାରିପଦା, ସାରସକଣା, ଉଦଳା ଓ ବଡ଼ସାହି ବିଧାୟକଙ୍କ ସହ ବରିଷ୍ଠ ଭାଜପା ନେତୃବୃନ୍ଦ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି କହିବାରୁ ପୋଲିସ କର୍ମଚାରୀମାନେ ପ୍ରତିରୋଧ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସହ ଠେଲାପେଲା ପରେ ଭାଜପା କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ତେବେ ଏହି ଅଣ୍ଡା ମାଡ଼ ଘଟଣାକୁ ଭାଜପା ପକ୍ଷରୁ ଖଣ୍ଡନ କରାଯାଇଛି। ଭାଜପା ଜିଲା (ପୂର୍ବ) ସଭାପତି କାନ୍ଦରା ସୋରେନ କୁହନ୍ତି ଶାନ୍ତିଶୃଙ୍ଖଳାର ସହ ଦାବିପତ୍ର ଦେବାକୁ ଯାଉଥିବା ଭାଜପା କର୍ମୀମାନେ ଅଣ୍ଡା ମାଡ଼ ଘଟଣାରେ ଜଡ଼ିତ ନାହାନ୍ତି। ଅବସରପ୍ରାପ୍ତ ଏସ୍‌ପି ବ୍ରହ୍ମାନନ୍ଦ ଦଣ୍ଡପାଟ କୁହନ୍ତି, କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରକୁ ଅଣ୍ଡାମାଡ଼ କରିବା ଅତ୍ୟନ୍ତ ନିନ୍ଦନୀୟ। ପୋଲିସ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଅଣ୍ଡା ମାଡ଼ କରି ଆନ୍ଦୋଳନକାରୀ କେବେ ସେମାନଙ୍କ ଉଦ୍ଦେଶ୍ୟ ସଫଳ କରିପାରିବେ ନାହିଁ। ଆଇନଜୀବୀ ପରମାନନ୍ଦ ଷଡ଼ଙ୍ଗୀ କୁହନ୍ତି, ପ୍ରତ୍ୟେକ ଘଟଣାକୁ ନେଇ ଆଇନ ବ୍ୟବସ୍ଥା ରହିଥିବା ବେଳେ ପୋଲିସ ନିରପେକ୍ଷ ଭାବେ କାର୍ଯ୍ୟ କରୁଛି। ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଇନର ରକ୍ଷକଙ୍କ ଉପରେ ଏପରି ଅଶୋଭନୀୟ ଆଚରଣକୁ ସେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷରେ ଲାଗୁନି ଅଧାରୁ ଅଧିକ ଚେକ୍‌ଡ୍ୟାମ

ଯାଜପୁର ଅଫିସ,୪ା୭: ରାଜ୍ୟରେ ଶିଳ୍ପାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅଧିକ ରୋଜଗାର କରିବା ଆଶାରେ ଶିଳ୍ପ ପ୍ରତି ଆଗ୍ରହ ଦେଖାଇ ରାଜ୍ୟର ବହୁ ଛାତ୍ରୀଛାତ୍ର ବୈଷୟିକ...

ସୁରଙ୍କୁ ନବଙ୍କ ଜବାବ: ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ଡିଜିଟାଲରେ କାମ କରିପାରିବେ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗୁରୁବାର ‘୫-ଟି’କୁ କଟାକ୍ଷ କରିବା ସହ ମନ୍ତ୍ରୀ ପ୍ରଚାରରେ ଥିବା ବେଳେ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଉଛି ଏବଂ...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ସକାଳ ୮ରୁ ଭୋଟଗଣତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ଭୋଟ୍‌ ଗଣତି କରାଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ...

ଯୋରନ୍ଦାର ବିକାଶ ପାଇଁ ୯୩ କୋଟି ମଞ୍ଜୁର

ଢେଙ୍କାନାଳ,୧୧ା୭(ରତନ ନାୟାର): ଢେଙ୍କନାଳ ଜିଲା ଯୋରନ୍ଦାସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ମହିମାଗାଦିକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀ କରିବା ଏବଂ ଇଣ୍ଟିଗ୍ରେଟେଡ୍‌ ଡେଭେଲପମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ...

ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣାଯିବ:ମନ୍ତ୍ରୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଣ୍ଡିରେ ମଧ୍ୟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।...

ଆଜିଠାରୁ ପ୍ରଥମ ସପ୍ତଶଯ୍ୟା ମହୋତ୍ସବ

ଢେଙ୍କାନାଳ ଅଫିସ, ୧୦।୬ ଢେଙ୍କାନାଳ ଜିଲା କଳାକୃତି ଗ୍ରାମ ସଦେଇବେରେଣୀରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ। ଜିଲା ପ୍ରଶାସନ,...

ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୩୦ା୧୨(ଡି.ଏନ.ଏ)-ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ସୋମବାର ହସ୍ତାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା ଇଚ୍ଛାପୁରମ୍‌ ଗୋଲା...

ସହାୟତା ଦେଲା ବରିଷ୍ଠ ନାଗରିକ ମଞ୍ଚ

ବାଲିଆପାଳ, ୨୦।୪(ସ୍ବ.ପ୍ର)-କରୋନା ମୁକାବିଲା ପାଇଁ ଲଙ୍ଗଳେଶ୍ୱର ଉତ୍କଳମଣି ବରିଷ୍ଠ ନାଗରିକ ମଞ୍ଚ ଲଙ୍ଗଳେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ...

Advertisement
Archives

Model This Week