ମୟୂରଭଞ୍ଜ ଜିଲା: ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜ ଜିଲାର ବିପଦପୂର୍ଣ୍ଣ ସ୍ଥାନ। ପ୍ରତି ମାସରେ ଏଠି ୨ରୁ ୩ଟି ଦୁର୍ଘଟଣା ଘଟୁଛି। ଡିଆର୍‌ଏସ୍‌ସି ବୈଠକରେ ଏହି ସମସ୍ୟା ଉପରେ ନିୟମିତ ଆଲୋଚନା ହେଉଛି। ହେଲେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏନେଇ ଅସହଯୋଗ କରାଯାଉଛି। ଡିଆର୍‌ଏସ୍‌ସି ବୈଠକରେ ଯୋଗଦେବା ପାଇଁ ଡକାଯିବା ସତ୍ତ୍ବେ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡି ନିଜେ ଯୋଗ ଦେଉନାହାନ୍ତି କିମ୍ବା ତାଙ୍କର ପ୍ରତିନିଧିଙ୍କୁ ମଧ୍ୟ ପଠାଉନାହାନ୍ତି। ଏହା ସଡ଼କ ସୁରକ୍ଷା ଦିଗରେ ଏନ୍‌ଏଚ୍‌ଏଆଇର ଅବହେଳା ମନୋଭାବକୁ ଦର୍ଶାଉଛି। ମୟୂରଭଞ୍ଜ ଜିଲାପାଳଙ୍କ ଚିଠିକୁ ଆଧାରକରି ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଜାତୀୟ ରାଜପଥ ପ୍ରାଧିକରଣର ଚିଫ୍‌ ଜେନେରାଲ ମ୍ୟାନେଜର ଏବଂ ଆର୍‌ଓଙ୍କୁ ଚିଠି ଲେଖି ଏ ବାବଦରେ ମଙ୍ଗଳବାର ଅବଗତ କରାଇଛନ୍ତି। ଏଥିସହ ଦ୍ୱାରଶୁଣୀ ଘାଟିକୁ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡିଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ସଚିବ ସେଠୀ ତାଙ୍କ ଚିଠିରେ ଲେଖିଛନ୍ତି, ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁ କମାଇବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଗତ ଦଶନ୍ଧିରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଯୁବ ଏବଂ ସେମାନେ ପରିବାରର ରୋଜଗାରିଆ ଥିଲେ। ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୂରଭଞ୍ଜ ଅତ୍ୟନ୍ତ ସମ୍ବେଦନଶୀଳ ଜିଲା। ୨୦୨୧ରେ ଜିଲାରେ ୫୪୦ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୩୧୨ ଲୋକଙ୍କ ଜୀବନ ଯାଇଛି। ୨୦୧୭-୧୯ ଦୁର୍ଘଟଣା ତଥ୍ୟ ଅନୁସାରେ ଜିଲାରେ ୧୩ଟି ବ୍ଲାକ୍‌ସ୍ପଟ୍‌ ରହିଥିବା ଚିହ୍ନଟ ହୋଇଛି। ମୟୂରଭଞ୍ଜ ଜିଲାପାଳଙ୍କ ସୂଚନାନୁଯାୟୀ ଡିଆର୍‌ଏସ୍‌ସି ବୈଠକରେ ଏ ସମସ୍ୟା ଉପରେ ନିୟମିତ ଆଲୋଚନା କରାଯାଉଛି। ହେଲେ ଏନ୍‌ଏଚ୍‌ଏଆଇର ବାଲେଶ୍ୱର ପିଡି ଏହି ବୈଠକରେ ଯୋଗ ନ ଦେଇ ତାଙ୍କର ଅସହଯୋଗ ମନୋଭାବକୁ ଦର୍ଶାଉଛନ୍ତି। ନିୟମିତ ଭାବେ ଡିଆର୍‌ଏସ୍‌ସି ବୈଠକ ପାଇଁ ସୁପ୍ରିମକୋର୍ଟ କମିଟି ଗୁରୁତ୍ୱ ଦେଇଛନ୍ତି। ବାଲେଶ୍ୱରର ଏନ୍‌ଏଚ୍‌ଏଆଇ ପିଡିଙ୍କ ତରଫରୁ ବୈଠକରେ ଯୋଗ ଦେଇଥିବା ପ୍ରତିନିଧି ୪ ଥାକିଆ କାମ ନ ସରିବା ଯାଏ ରାସ୍ତାର ମରାମତି ନେଇ ଅକ୍ଷମତା ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଆର୍‌ଟିଓଙ୍କ ଦ୍ୱାରା ଦ୍ୱାରଶୁଣୀ ଘାଟି ଉପରେ ଏକ ସର୍ଭେ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫ୍‌ ନିଆଯାଇଥିଲା। ଏଗୁଡ଼ିକ ଅବଗତି ନିମନ୍ତେ ସଂଲଗ୍ନ କରାଯାଇଛି। ଫଟୋଗ୍ରାଫ୍‌ରୁ ସ୍ପଷ୍ଟ ଭାବେ ଜଣାଯାଉଛି ଯେ, ସେଠାରେ ବହୁ ଗର୍ତ୍ତ ଓ ବିପଦପୂର୍ଣ୍ଣ ରୋଡ୍‌ ସୋଲ୍‌ଡର ରହିଛି। ରାସ୍ତାରେ କୌଣସି ଡ୍ୟାମେଜ୍‌ କ୍ରାସ୍‌ ବ୍ୟାରିଅର ନ ଥିବାବେଳେ ସାଇନେଜ୍‌ କିମ୍ବା ରିଫ୍ଲେକ୍ଟିଭ୍‌ ଟେପ୍‌ ଆଦି ନାହିଁ। ସଡ଼କର ଘୋର ଅବ୍ୟବସ୍ଥା ଏହି ଫଟୋରେ ଦେଖାଯାଉଛି। ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାର ବିସ୍ତାର ଅତ୍ୟନ୍ତ ନିମ୍ନସ୍ତରର। ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁ କମାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଦ୍ୱାରଶୁଣୀ ଘାଟି ପରିଦର୍ଶନ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡିଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରମୁଖ ସଚିବ ସେଠୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହାସହ ମୟୂରଭଞ୍ଜ ଜିଲାପାଳ, ଆର୍‌ଟିଓଙ୍କ ସହ ପରାମର୍ଶ କରି ତ୍ରୁଟି ଚିହ୍ନଟ ସହ ଏହାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri