ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ ଧରି ଆକାଶରୁ ଉଲ୍‌କା ବର୍ଷା ହେବ। ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ, ମେ ୩୦ ଏବଂ ୩୧ରେ ଟାଉ ହର୍କୁଲିଡସ ମେଟେରାଇଟ ପୃଥିବୀରେ ବର୍ଷା ହେବାକୁ ଯାଉଛି। ନାସା କହିଛି ଯେ ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଆକାଶରେ ମେଟେରାଇଟ ର ଏପରି ଶକ୍ତିଶାଳୀ ଆଲୋକ ଦେଖିବାକୁ ମିଳିବ।

ନାସା କହିଛି ଯେ ଏହି ଉଲ୍‌କା ବର୍ଷା ଏକ ଧୂମକେତୁ ଯୋଗୁ ହେବ। ଧୂମକେତୁ ହେଉଛି ବରଫ ଏବଂ ଧୂଳିରେ ନିର୍ମିତ ଏକ ବସ୍ତୁ ଯାହାର ଲାଞ୍ଜ ପରି ଆକୃତି ରହିଛି। ଏହା ସାଧାରଣତଃ ସୂର୍ଯ୍ୟ ଚାରିପଟେ ଘୂରି ବୁଲିଥାଏ। ଯେତେବେଳେ ଧୂମକେତୁ ପୃଥିବୀର କକ୍ଷପଥର ଅତି ନିକଟତର ହୁଏ, ସେତେବେଳେ ପୃଥିବୀର ମାଧ୍ୟାକର୍ଷଣର ଶକ୍ତି ଏହାକୁ ପୃଥିବୀର ବାୟୁମଣ୍ଡଳ ଆଡକୁ ଟାଣିଥାଏ। ଫଳରେ ଏହାକୁ କେତେକ ଖଣ୍ଡଗୁଡ଼ିକ ପୃଥିବୀର ବାୟୁମଣ୍ଡଳକୁ ପଶି ଆସେ। ବାୟୁରେ ଘର୍ଷଣ ଯୋଗୁ ସେଗୁଡ଼ିକ ଜଳିଯାଏ ଏବଂ ଏହି କାରଣରୁ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକ ଦେଖାଯାଏ। ଏହାକୁ ଉଲ୍‌କା ପିଣ୍ଡ କୁହାଯାଇଥାଏ।

 

ଏହି ଉଲ୍‌କା ପିଣ୍ଡ ଗୁଡିକ ଧୂମକେତୁ ଏସଡବ୍ଲ୍ୟୁ-୩ ରୁ ବାହାରି ପୃଥିବୀ ଆଡକୁ ଆସିବେ। ରାତିର ଆକାଶରେ ପୃଥିବୀରେ ଉଲ୍‌କା ବର୍ଷା ହେବ। ଦୁଇ ଶତାବ୍ଦୀ ପୂର୍ବରୁ ଦୁଇ ଜଣ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ଏହି ଧୂମକେତୁ ଚିହ୍ନଟ କରାଯାଇଥିଲା। ଏହାର ନାମ ଏସଡବ୍ଲ୍ୟୁ-୩ ରଖାଯାଇଛି । ଏହି ଧୂମକେତୁ ୫.୪ ବର୍ଷରେ ଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରେ କିନ୍ତୁ ଏହା ଗତ ୪୦ ବର୍ଷ ପର୍ଯ୍ୟନ୍ତ ରହସ୍ୟମୟ ଭାବରେ ଅଦୃଶ୍ୟ ହୋଇ ଯାଇଥିଲା। ୧୯୩୫ ରୁ ୧୯୭୪ ମଧ୍ୟରେ ଏହା ୮ ଥର ଦୃଶ୍ୟମାନ ହୋଇଥିଲା। ମାର୍ଚ୍ଚ ୧୯୭୯ରେ ଏହା ପୁନର୍ବାର ଦେଖାଗଲା । ଶେଷଥର ପାଇଁ ଏହା ୧୯୯୫ ରେ ଦେଖାଯାଇଥିଲା। ସେତେବେଳେ ଏହା ପୂର୍ବ ଅପେକ୍ଷା ୬୦୦ ଗୁଣା ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା।

 

ନାସା କହିଛି ଯେ ୩୧ ମେ’ରାତିରେ ପ୍ରତି ଘଣ୍ଟାରେ ୧୦୦୦ରୁ ଅଧିକ ଉଲ୍‌କା ପିଣ୍ଡ ବର୍ଷା ହେବାର ସମ୍ଭାବନା ଅଛି। ନାସା ଅନୁଯାୟୀ, ମଙ୍ଗଳବାର ଦିନ ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୦ ସମୟରେ ପୃଥିବୀରେ ଉଲ୍‌କା ବର୍ଷା ହେବ। ଦିନ ଥିବାରୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଅବଶ୍ୟ, ଏହା ଦେଖାଯାଉଥିବା ଅନେକ ସ୍ଥାନରୁ ୟୁଟ୍ୟୁବରେ ସିଧା ପ୍ରସାରଣ ହେବ। ଆମେରିକା, କାନାଡା, ମେକ୍ସିକୋ ଏବଂ ଲାଟିନ ଆମେରିକାରେ ରହୁଥିବା ଲୋକମାନେ ଏହି ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?