ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର ଦୁଇ ନମ୍ବର ଉପନିର୍ବାଚନର ସମ୍ମୁଖୀନ ହୋଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୋଟର ସର୍ବାଧିକ ୮୧.୨୯ % ପ୍ରତିଶତ ମତଦାନ କରିଛନ୍ତି। ଯାହାକି ନିର୍ବାଚନ ମଣ୍ଡଳୀ ପାଇଁ ସର୍ବକାଳୀନ ରେକର୍ଡ।
ଗତ ୨୦୦୪ ସାଧାରଣ ନିର୍ବାଚନରେ ୭୪.୦୯%, ୨୦୦୯ରେ ୭୫.୫୧ %, ୨୦୧୪ରେ ୭୯.୧୬ % ଏବଂ ୨୦୧୯ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିବା ବେଳେ ଏଥର ସେହିସବୁ ରେକର୍ଡକୁ ଭାଙ୍ଗିଛି। ସୋମବାର ସକାଳୁ ଦିନ ୧୧ଟା ଯାଏ ଭୋଟ୍‌ ହାର ଅତି ମାନ୍ଦା ରହିଥିଲା। କିନ୍ତୁ ଦିନ ୧୧ଟା ପରେ ମତଦାନ ବଢିଥିଲା। ଏହା ପୂର୍ବରୁ ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଉପନିର୍ବାଚନ ନିଜସ୍ବ ରେକର୍ଡ ଭାଙ୍ଗିଛି । ୧୯୫୪ ଉପନିବାଚନରେ କେବଳ କଂଗ୍ରେସ ଓ ଗଣପରିଷଦର ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏଥର କିନ୍ତୁ ମଇଦାନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ସେହିପରି ଏଥର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ମହିଳା ପ୍ରାର୍ଥୀ ହୋଇଛନ୍ତି। ଆଶାରୁ ବେଶୀ ୮୧.୨୯ % ପୋଲିଂ ରେକର୍ଡ ସୃଷ୍ଟି କରିଛି। ମୋଟ ୨ଲକ୍ଷ ୫୭ ହଜାର ୪୭୪ ଭୋଟରରୁ ୨ ଲକ୍ଷ ୯ ହଜାର ୩୦୩ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସବୁଠାରୁ ବେଶୀ ଝାରବନ୍ଧ ବ୍ଲକରେ ୮୩.୮୧% ମତଦାନ ହୋଇଥିବା ବେଳେ ପଦ୍ମପୁର ଏନ୍‌ଏସିରେ ସର୍ବନିମ୍ନ ୬୯.୧୪% ମତଦାନ ହୋଇଛି। ଝାରବନ୍ଧ ବ୍ଲକର ୬୦,୫୬୬ ମତଦାତାଙ୍କ ମଧ୍ୟରୁ ୫୦,୭୬୨ ଜଣ (୮୩.୮୧%) ମତଦାନ କରିଥିଲେ। ସେହିପରି ପାଇକମାଳ ବ୍ଲକରେ ୮୯,୨୯୮ ଭୋଟରଙ୍କ ମଧ୍ୟରୁ ୭୨,୭୧୦ (୮୧.୪୨%)ଜଣ ମତଦାନ କରିଛନ୍ତି। ପଦ୍ମପୁର ରାଜବୋଡାସମ୍ବର ବ୍ଲକରେ ୯୩,୯୩୬ ମଧ୍ୟରୁ ୭୬,୩୮୩ (୮୧.୩୧%) ଓ ପଦ୍ମପୁର ଏନ୍‌ଏସିରେ ୧୩,୬୩୪ ଭୋଟର ମଧ୍ୟରୁ ୯,୪୫୪ (୬୯.୧୪%) ମତଦାନ କରିଥିବା ପଦ୍ମପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି। ମତଦାନ ହାର ଯାହା ହେଉ ନା କାହିଁକି ଆସନ୍ତା ୮ ତାରିଖ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

ଦୋକାନବଜାର ବନ୍ଦ, ଗାଡ଼ି ଚଳାଚଳ ଠପ୍‌: କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦର ପ୍ରଭାବ

କର୍ଲାମୁଣ୍ଡା, ୮।୧୦(ପ୍ରଦୀପ କୁମାର ସାହୁ): ଗୁରୁବାର ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ବନ୍ଦ ଯୋଗୁ ସକାଳୁ ବ୍ଲକର…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି…

ବାଇକ୍‌ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?