ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର ଦୁଇ ନମ୍ବର ଉପନିର୍ବାଚନର ସମ୍ମୁଖୀନ ହୋଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୋଟର ସର୍ବାଧିକ ୮୧.୨୯ % ପ୍ରତିଶତ ମତଦାନ କରିଛନ୍ତି। ଯାହାକି ନିର୍ବାଚନ ମଣ୍ଡଳୀ ପାଇଁ ସର୍ବକାଳୀନ ରେକର୍ଡ।
ଗତ ୨୦୦୪ ସାଧାରଣ ନିର୍ବାଚନରେ ୭୪.୦୯%, ୨୦୦୯ରେ ୭୫.୫୧ %, ୨୦୧୪ରେ ୭୯.୧୬ % ଏବଂ ୨୦୧୯ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିବା ବେଳେ ଏଥର ସେହିସବୁ ରେକର୍ଡକୁ ଭାଙ୍ଗିଛି। ସୋମବାର ସକାଳୁ ଦିନ ୧୧ଟା ଯାଏ ଭୋଟ୍‌ ହାର ଅତି ମାନ୍ଦା ରହିଥିଲା। କିନ୍ତୁ ଦିନ ୧୧ଟା ପରେ ମତଦାନ ବଢିଥିଲା। ଏହା ପୂର୍ବରୁ ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଉପନିର୍ବାଚନ ନିଜସ୍ବ ରେକର୍ଡ ଭାଙ୍ଗିଛି । ୧୯୫୪ ଉପନିବାଚନରେ କେବଳ କଂଗ୍ରେସ ଓ ଗଣପରିଷଦର ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏଥର କିନ୍ତୁ ମଇଦାନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ସେହିପରି ଏଥର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ମହିଳା ପ୍ରାର୍ଥୀ ହୋଇଛନ୍ତି। ଆଶାରୁ ବେଶୀ ୮୧.୨୯ % ପୋଲିଂ ରେକର୍ଡ ସୃଷ୍ଟି କରିଛି। ମୋଟ ୨ଲକ୍ଷ ୫୭ ହଜାର ୪୭୪ ଭୋଟରରୁ ୨ ଲକ୍ଷ ୯ ହଜାର ୩୦୩ ଜଣ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସବୁଠାରୁ ବେଶୀ ଝାରବନ୍ଧ ବ୍ଲକରେ ୮୩.୮୧% ମତଦାନ ହୋଇଥିବା ବେଳେ ପଦ୍ମପୁର ଏନ୍‌ଏସିରେ ସର୍ବନିମ୍ନ ୬୯.୧୪% ମତଦାନ ହୋଇଛି। ଝାରବନ୍ଧ ବ୍ଲକର ୬୦,୫୬୬ ମତଦାତାଙ୍କ ମଧ୍ୟରୁ ୫୦,୭୬୨ ଜଣ (୮୩.୮୧%) ମତଦାନ କରିଥିଲେ। ସେହିପରି ପାଇକମାଳ ବ୍ଲକରେ ୮୯,୨୯୮ ଭୋଟରଙ୍କ ମଧ୍ୟରୁ ୭୨,୭୧୦ (୮୧.୪୨%)ଜଣ ମତଦାନ କରିଛନ୍ତି। ପଦ୍ମପୁର ରାଜବୋଡାସମ୍ବର ବ୍ଲକରେ ୯୩,୯୩୬ ମଧ୍ୟରୁ ୭୬,୩୮୩ (୮୧.୩୧%) ଓ ପଦ୍ମପୁର ଏନ୍‌ଏସିରେ ୧୩,୬୩୪ ଭୋଟର ମଧ୍ୟରୁ ୯,୪୫୪ (୬୯.୧୪%) ମତଦାନ କରିଥିବା ପଦ୍ମପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି। ମତଦାନ ହାର ଯାହା ହେଉ ନା କାହିଁକି ଆସନ୍ତା ୮ ତାରିଖ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri