ପଞ୍ଚାୟତ ନିର୍ବାଚନ: ହେବିୱେଟ୍‌ଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଗୁଣପୁର,୧୪ା୨(ଡି.ଏନ୍‌.ଏ.)  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧୬ରୁ ଆରମ୍ଭ ହେବ। ଏହି କ୍ରମରେ ରାୟଗଡ଼ା ଜିଲା ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନ ଚନ୍ଦ୍ରପୁରରେ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ରାମନାଗୁଡ଼ା ଓ ଗୁଣପୁରରେ ୧୮ ଏବଂ ଗୁଡାରୀ ଓ ପଦ୍ମପୁର ବ୍ଲକରେ ୨୪ରେ ନିର୍ବାଚନ ହେବ। ଏଥିଲାଗି ଗଁା ଦାଣ୍ଡ ଏବେ ପ୍ରଚାରରେ ଫାଟିପଡ଼ୁଛି। ପ୍ରାର୍ଥୀଙ୍କ ସହ ନେତା ଓ କର୍ମୀମାନେ ଘରକୁ ଘର ଯାଇ ପ୍ରଚାର ଚଳାଇଛନ୍ତି। ହେଲେ ଏହି ପ୍ରଚାର ତଥା ନିର୍ବାଚନ କେତେକ ହେଭିୱେଟ୍‌ ନେତାଙ୍କ ପାଇଁ ପ୍ରତିଷ୍ଠା ଏବଂ ସମ୍ମାନର ବିଷୟ ହୋଇଛି। ବିଜୟ ଓ ପରାଜୟ ଉପରେ ସେମାନଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି। ସେହି ନେତାମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ପୌର ଓ ଏନ୍‌ଏସି ନିର୍ବାଚନ ନେଇ ଦାୟିତ୍ବ ମିଳିବ କି ନାହିଁ, ବିଧାୟକ ଟିକେଟ ପାଇବେ ନଁା ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର। ସେମାନଙ୍କ ପାଇଁ ଏହି ନିର୍ବାଚନ ରାଜନୀତି ଭବିଷ୍ୟତ ନିର୍ଦ୍ଧାରଣ କରିବ।
ବିଜେଡିର ସୁଧୀର ଦାସ ଦଳର ଜିଲା ସଭାପତି ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ଅଛନ୍ତି। ତେଣୁ ତାଙ୍କୁ ଏହି ନିର୍ବାଚରେ ସଫଳ ହେବା ସହ ଜିଲା ପରିଷଦ ଅଧ୍ୟକ୍ଷ ଆସନ କବ୍‌ଜା କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଚ୍ୟାଲେଞ୍ଜରେ ସେ କେତେଦୂର ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ। ଜିଲାରେ ବିଜେଡିର ହେଭିୱେଟ ନେତାମାନେ ରହିଥିଲେ ମଧ୍ୟ ସମସ୍ତଙ୍କୁ ଚକମା ଦେଇ ଗତ ଥର କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଜିଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ନେଇଥିଲେ। ଏବେ ପରିସ୍ଥିତି ବଦଳିଥିଲେ ମଧ୍ୟ ବିଜେଡି କିପରି ରଣନୀତି କରି ଅଧ୍ୟକ୍ଷ ପଦ ହାସଲ କରିବ ଏବଂ ଜିଲା ପରିଷଦ ସଭ୍ୟଙ୍କ ସଂଖ୍ୟା ବଢ଼ାଇବ ତାହା ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି।
ଗତ ପଞ୍ଚାୟତ ନିର୍ବାଚନରେ ୨୨ ଜିଲା ପରିଷଦ ଆସନରୁ କଂଗ୍ରେସ ୧୧, ବିଜେଡି ୭ ଏବଂ ଭାଜପା ୪ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ଗତ ନିର୍ବାଚନରେ ୧୧ ଆସନ ଦଖଲ କରିବା ପରେ ଏବେ ବିଜେଡି ତଥା ଜିଲା ସଭାପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିଛି। ସେହିପରି ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଯଥା ଗୁଣପୁର, ପଦ୍ମପୁର, ଗୁଡ଼ାରି, ରାମନାଗୁଡ଼ା ଏବଂ ଚନ୍ଦ୍ରପୁର ଅଞ୍ଚଳକୁ ବାରମ୍ବାର ଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରୁଛନ୍ତି। ଆଉ ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ପରବର୍ତ୍ତୀ ଭାଗ୍ୟ ନିର୍ଦ୍ଧାରଣ କରିବ। ଗୁଣପୁର ନିର୍ବାଚନମଣ୍ଡଳୀରେ ବିଜେଡିରୁ ବିଧାୟକ ଜିତିଲେ ଦ୍ବିତୀୟ ଥର ପାଇଁ ଟିକେଟ ନ ପାଇବା ନଜିର ରହିଛି। ଏହି ଧାରାରେ ସେ ଯୋଡ଼ି ହେଉଛନ୍ତି ନା ବିଧାୟକ ଟିକେଟ ପାଉଛନ୍ତି ତ୍ରିସ୍ତରୀୟ ପଞ୍ଚାୟତର ଫଳାଫଳ ଉପରେ ଭାଗ୍ୟ ନିର୍ଭର କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଏବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଗୁଣପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ମଙ୍ଗ ଧରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ତଥା ଦଳୀୟ ପ୍ରାର୍ଥୀ ବିରୋଧରେ ଠିଆ ହୋଇ ବିଜୟ ଗମାଙ୍ଗ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଲମ୍ବିତ ହୋଇଥିଲେ। ନିଲମ୍ବନ ହଟିବା ପରେ ଏବେ ସେ କଂଗ୍ରସରେ ଖୁବ୍‌ ସକ୍ରିୟ ଥିବାବେଳେ ଜୋର୍‌ଦାର ପ୍ରଚାର ଚଳାଇଛନ୍ତି। ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଏବେ ବିଧାୟକ ପ୍ରାର୍ଥୀ ପାଇଁ ବିଜୟ ଗମାଙ୍ଗ ବଡ଼ ଦାବିଦାର ଥିବାବେଳେ ସେ ଏହାକୁ ନେଇ ଖୁବ୍‌ ଆଶାବାଦୀ ମଧ୍ୟ ରିହଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନରେ ପ୍ରତିଷ୍ଠାକୁ ବାଜି ଲଗାଇ ଦେଇଛନ୍ତି। ସେହିଭଳି ଆଗାମୀ ଦିନରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଭାଜପାର ବରିଷ୍ଠ ନେତା ତଥା ଜିଲା ଉପସଭାପତି ୱାଇ.ଗଣପତି ତାଙ୍କ ସ୍ତ୍ରୀଙ୍କ ପାଇଁ ଅଧ୍ୟକ୍ଷ ଟିକେଟ କରାଇବା ପାଇଁ ଖୁବ ଆଶାବାଦୀ ରହିଛନ୍ତି। ସେ ମଧ୍ୟ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି। ସେହିଭଳି କଂଗ୍ରେସ ପାଇଁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ମଧ୍ୟ ପ୍ରଚାରକୁ ଜୋର୍‌ଦାର କରିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ କିଛି ଦିନ ହେଲା ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସର ଡ. ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଏମ୍‌ପି ସପ୍ତଗିରି ଉଲାକାଙ୍କ ପାଇଁ ଜିଲା ପରିଷଦ ଦଖଲ କରିବା ସମ୍ମାନର ବିଷୟ ହୋଇଛି। ସେ ରାଜ୍ୟରୁ ଏକମାତ୍ର କଂଗ୍ରେସ ଏମ୍‌ପି ଏବଂ ଛତିଶଗଡର ପ୍ରଭାରୀ ମଧ୍ୟ ଅଛନ୍ତି। ଜିଲା ପରିଷଦ ପଦବୀ ଦଖଲ ତାଙ୍କ ପାଇଁ ସହାୟକ ହେଉଛି ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ ଭାଜପା ପାଇଁ କେତେ ଲାଭବାନ ତାହା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଗୁଡ଼ାରୀରୁ ଭୁବନେଶ୍ୱର ସିଧାସଳଖ ସରକାରୀ ବସ୍‌ ଦାବି: ଗାନ୍ଧୀ ଜୟନ୍ତୀରେ ସାଇକେଲ ଯାତ୍ରା ଆରମ୍ଭ କଲେ ପ୍ରମୋଦ

ରାୟଗଡା/ଗୁଣପୁର,୨।୧୦(ଜଗନ୍ନାଥ ଗୌଡ/ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ ଚଳାଚଳ ଦାବିରେ ଶୁକ୍ରବାର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ପ୍ରମୋଦ ପତି। ଗୁଡ଼ାରୀରୁ…

ସିଡିପିଓ ମମତାରାଣୀ ଦାସଙ୍କ ଗୁଣୁପୁର ବଦଳି, କଲ୍ୟାଣସିଂହପୁରରେ ସମ୍ବର୍ଦ୍ଧନା….

କଲ୍ୟାଣସିଂହପୁର,୨।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) କାର୍ଯ୍ୟାଳୟ ପରିସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମମତାରାଣୀ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

ବଡ଼ ଡେଙ୍ଗନେଲି ନିକଟରେ ଭୁଶୁଡ଼ିଲା କଲଭର୍ଟ, ନିୟମଗିରି ଅଞ୍ଚଳକୁ ବନ୍ଦ ହୋଇଗଲା ଯାତାୟାତ

କଲ୍ୟାଣସିଂହପୁର,୧ା୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପକ୍ଷରୁ ନିର୍ମିତ ମୁଖ୍ୟ ରାସ୍ତା ଏବେ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?