ଆସନ୍ତା ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ: ଆଜି ତାରିଖ ଘୋଷଣା

ଭୁବନେଶ୍ୱର,୪ା୭(ବ୍ୟୁରୋ): ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଜୁନ୍‌ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ପରୀକ୍ଷାଫଳ ପ୍ରକାଶ ପାଇପାରିନାହିଁ। ଏ ସମ୍ପର୍କରେ ମନ୍ତ୍ରୀ ଦାଶ କହିଛନ୍ତି, ବୋର୍ଡ ଆସନ୍ତା ସପ୍ତାହରେ ପରୀକ୍ଷାଫଳ ଘୋଷଣା କରିବ। କେବେ ପରୀକ୍ଷାଫଳ ପ୍ରକାଶ ପାଇବ ସେ ନେଇ ସୋମବାର ତାରିଖ ଘୋଷଣା କରାଯିବ। ପରୀକ୍ଷାଫଳ ପ୍ରକାଶନ ପରେ ଛାତ୍ରୀଛାତ୍ରମାନେ ବୋର୍ଡ ଓ୍ବେବ୍‌ସାଇଟ bseodisha.ac.in ଏବଂ orissaresults.nic.inରେ ନିଜ ପରୀକ୍ଷାଫଳ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ଦୁଇବର୍ଷ ହେବ କରୋନା ପାଇଁ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଥିଲା। କିନ୍ତୁ ଏଥର କରୋନା ସଂକ୍ରମଣ କମିଯାଇଥିବାରୁ ଅଫ୍‌ଲାଇନ ପରୀକ୍ଷା କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଗତ ଏପ୍ରିଲ ୨୯ରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମେ’ ୨୧ରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ଚଳିତବର୍ଷ ପ୍ରାୟ ୫ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ କ୍ୱାରାଣ୍ଟାଇନରେ ଥିବା ଯୁବକଙ୍କ ଆତ୍ମହତ୍ୟା:୧୦ ଗ୍ରାମବାସୀ ଅଟକ

ଧର୍ମଶାଳା,୧୪ା୪(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଥାନା ଦେଉଦା ଗ୍ରାମର ସୁରେଶ ସାହୁ (୩୨) ନାମକ ଜଣେ ଯୁବକ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ସୋମବାର ରଶି ଲଗାଇ...

ମହାଶିବରାତ୍ରି ଉପଲକ୍ଷେ ଜାତୀୟସ୍ତରୀୟ ଭଜନ ସମାରୋହ: ୧୦ଜଣଙ୍କୁ ‘ଏକାମ୍ର ଶ୍ରୀ’ ସମ୍ମାନ

ପୁରୁଣା ଭୁବନେଶ୍ୱର,୨୨।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଅସ୍ଥାୟୀ ଭଜନ ମଣ୍ଡପରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଅନୁଷ୍ଠାନ ପକ୍ଷରୁ ଅହୋରାତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଜନ୍ମନେଲେ ୨୮ ଘଡ଼ିଆଳ ଶାବକ

ବନ୍ତଳା,୨୩ା୫(ଡି.ଏନ.ଏ.): ସାତକୋଶିଆ ଅଭୟାରଣ୍ୟର ଅନୁଗୋଳ ଜିଲା ମହାନଦୀ ଗଣ୍ଡରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଣ୍ଡର ଉପରମୁଣ୍ଡ ବଳଦମରା ଠାରେ ୨୮ ଘଡ଼ିଆଳ...

ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି...

ନଗଦ ୩୩ ଲକ୍ଷ ଦେଇ କାର୍‌ କିଣିଥିଲେ ଅର୍ଚ୍ଚନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗତ ୧୧ ତାରିଖରୁ ୧୦ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା...

୫୫ ନଂ. ଏନ୍‌ଏଚରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର: ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ବଇଣ୍ଡା,୩।୩(ଡି.ଏନ.ଏ.)-ଅନୁଗୋଳ ଜିଲା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା କମରେଇ ନିକଟରେ ମଙ୍ଗଳବାର ଅପରାହ୍ନ ୪.୩୦ରେ ଏକ ପ୍ରୋପେନ ଗ୍ୟାସ ବୋଝେଇ ଟ୍ୟାଙ୍କର(...

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୫ ଆହତ

କାଲିମେଳା, ୩୦ା୪(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡl ଓ ବଦଲିଗୁଡା ଗ୍ରାମ ମଧ୍ୟରେ ଶୁକ୍ରବାର ଅପରାହ୍ନ ୧ଟାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିପଡିଛି।...

Advertisement
Archives

Model This Week