ଏଲନ ମସ୍କଙ୍କ ବେଳା ଖରାପ

ଓ୍ବାଶିଂଟନ୍‌, ୪ା୭: କୋଭିଡ୍‌-୧୯ ମହାମାରୀ ନ ଯାଉଣୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଥିବାବେଳେ ଏହାର ଦୁଷ୍ପରିଣାମରୁ ବାଦ୍‌ ପଡ଼ିନାହାନ୍ତି ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। କିଛି ମାସ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଅଧିଗ୍ରହଣ ଯୋଜନା ସମ୍ପର୍କରେ ଘୋଷଣା କରି ବହୁଚର୍ଚ୍ଚିତ ହୋଇଥିବା ଟେସ୍‌ଲା ସିଇଓ ମସ୍କ କେବଳ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ନୁହେଁ, ବରଂ ନିଜର କେତେକ ବ୍ୟକ୍ତିଗତ ଭୁଲ୍‌ ପାଇଁ ଜନମାନସରେ ମଧ୍ୟ ନିନ୍ଦିତ ହୋଇଛନ୍ତି। ଏପରି କି ଦକ୍ଷିଣ ଆମେରିକାରେ ଜନ୍ମିତ ଏହି ୫୧ ବର୍ଷୀୟ ପ୍ରଭାବଶାଳୀ ଆମେରିକୀୟଙ୍କଠାରୁ ତାଙ୍କ ଟ୍ରାନ୍ସଜେଣ୍ଡର ଝିଅ ମଧ୍ୟ ଦୂରେଇ ଯାଇଛନ୍ତି। ଏଥିପାଇଁ ମସ୍କ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଶରଣାପନ୍ନ ହୋଇଛନ୍ତି।
ପର୍ଯ୍ୟଟନର ବ୍ୟବସାୟୀକରଣକୁ ନୂଆ ଦିଗ ଦେଖାଇଥିବା ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କଙ୍କ ସାମାନ୍ୟ ଗୋଟିଏ ଟୁଇଟ୍‌ ନ୍ୟୁୟର୍କର ଓ୍ବାଲ୍‌ଷ୍ଟ୍ରିଟ୍‌ଠାରୁ ନେଇ ମୁମ୍ବାଇସ୍ଥିତ ଦଲାଲ ଷ୍ଟ୍ରିଟ୍‌ ପର୍ଯ୍ୟନ୍ତ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟକୁ ତଳଉପର କରିଥାଏ। ଖାସ୍‌ ଏଇଥିପାଇଁ ମସ୍କଙ୍କ ମନ୍ତବ୍ୟ ଉପରେ ସମସ୍ତଙ୍କ ନଜର ରହିଥାଏ। ସେ କ’ଣ କହୁଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବା ପାଇଁ ଟ୍ରେଡର୍ସଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥାଏ। ମସ୍କଙ୍କ ଟିପ୍ପଣୀକୁ ଅନେକେ ଶେୟାର ବଜାର ବଢ଼ିବା ଖସିବାର ସଙ୍କେତ ରୂପେ ଧରି ନେଇ ଅନୁରୂପ ଟ୍ରେଡିଂ କରିଥାନ୍ତି। ତାଙ୍କ ପ୍ରଖର ବୁଦ୍ଧିକୁ ଦେଖି କେହି କେହି କହନ୍ତି ‘ମସ୍କ ଜଣେ ଏଲିଅନ୍‌’। ଏହା ସତ୍ତ୍ୱେ ପୃଥିବୀବାସୀଙ୍କ ପାଇଁ ଯେଉଁ ନିୟମ ଲାଗୁ ହୋଇଥାଏ ସେଥିରୁ ମସ୍କ ବର୍ତ୍ତିବା ଅସମ୍ଭବ।

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ବିଶ୍ୱ ବଜାର ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରୁଛି। ସେମିକଣ୍ଡକ୍ଟର-ଗ୍ରେଡ୍‌ ନିଅନ୍‌ ଓ ଲିଥିୟମ ଭଳି ମୂଲ୍ୟବାନ ଧାତବ ପଦାର୍ଥର ସର୍ବାଧିକ ରପ୍ତାନିକାରୀ ରାଷ୍ଟ୍ର ହେଉଛି ୟୁକ୍ରେନ୍‌। ଏସବୁ ଧାତୁୁ କମ୍ପ୍ୟୁଟର ସମେତ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଭେହିକିଲ(ଇଭି)ର ଚିପ୍ସରେ ବ୍ୟବହୃତ ହୋଇଥାଏ। ଯୁଦ୍ଧ ପରେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଟେସ୍‌ଲା କାର୍‌ ଉତ୍ପାଦନ ଧିମେଇ ଯାଇଛି। ସେହିପରି କରୋନା ମହାମାରୀ ମଧ୍ୟ ନିର୍ମାଣ ଓ ଯୋଗାଣ ଶୃଙ୍ଖଳକୁ ଦୁର୍ବଳ କରିଦେଇଛି। ବିଶେଷକରି ଚାଇନାରେ କୋଭିଡ୍‌ କଟକଣା ଯୋଗୁ ମସ୍କଙ୍କ ଇଭି ନିର୍ମାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ମସ୍କ ନିକଟରେ ନିରାଶା ବ୍ୟକ୍ତ କରିଥିଲେ। ଜୁନ୍‌ ୨ରେ ଆସିଥିବା କାର ବିକ୍ରି ସମ୍ପର୍କିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଟେସ୍‌ଲାର ଇଭି ରପ୍ତାନି ଦ୍ୱିତୀୟ ତ୍ରୈମାସରେ ୧୭.୯% ହ୍ରାସ ପାଇଛି। ବିଶ୍ୱର ସର୍ବବୃହତ୍‌ ଇଭି ନିର୍ମାତା ଗତ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨ ଲକ୍ଷ ୫୪ ହଜାର ୬୯୫ କାର୍‌ ବିକ୍ରି କରିଛି। ପୂର୍ବ କ୍ୱାର୍ଟରରେ ଏହି ସଂଖ୍ୟା ୩ ଲକ୍ଷ ୧୦ ହଜାର ୪୮ ଥିଲା। ମସ୍କଙ୍କ କାର୍‌ ଫ୍ୟାକ୍ଟ୍ରିରେ ବର୍ଣ୍ଣବୈଷମ୍ୟ ଶିକାର ହୋଇଥିବା ଅନୂ୍ୟନ ୧୫ ଜଣ କର୍ମଚାରୀ ଅଭିଯୋଗ ଆଣିଛନ୍ତି। ନିଜ ସହକର୍ମୀ, ମ୍ୟାନେଜର ଏବଂ ମାନବସମ୍ବଳ କର୍ମଚାରୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ନେଇ ଏହି କୃଷ୍ଣକାୟମାନେ କାଲିଫର୍ନିଆ ସମେତ ଅନ୍ୟ କେତେକ ରାଜ୍ୟର କୋର୍ଟରେ ଟେସ୍‌ଲା ବିରୋଧରେ ଏତଲା ଦେଇଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ମସ୍କଙ୍କ ସମ୍ପତ୍ତିର ପରିମାଣ ୬୨ ବିଲିୟନ ଡଲାର ହ୍ରାସ ପାଇଛି। ନିକଟ ଭବିଷ୍ୟତରେ ଯୁଦ୍ଧ ଅବସାନର ଆଶା ଦିଶୁ ନ ଥିବାରୁ ସେମିକଣ୍ଡକ୍ଟର ସଙ୍କଟ ମସ୍କଙ୍କୁ ଆହୁରି କ୍ଷତିଗ୍ରସ୍ତ କରିପାରେ ବୋଲି ବାଣିଜ୍ୟ ବିଶେଷଜ୍ଞମାନେ କହିଲେଣି।

ଏଲନ ମସ୍କଙ୍କ ବିରୋଧରେ ଅନ୍ୟ କେତେକ ସଙ୍ଗିନ ଅଭିଯୋଗ ମଧ୍ୟ ଆସିଛି। ୨୦୧୬ରେ ସ୍ପେସ୍‌ଏକ୍ସ ମାଲିକ ମସ୍କ ନିଜ କମ୍ପାନୀର ଏକ ପ୍ରାଇଭେଟ ଜେଟ୍‌ରେ ଲଣ୍ଡନ ଯାତ୍ରା କରୁଥିବାବେଳେ ଫ୍ଲାଇଟ୍‌ର ମହିଳା ଆଟେଣ୍ଡାଣ୍ଟଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ସମ୍ପର୍କିତ ଏକ ରିପୋର୍ଟ ଗତ ମେ ୧୯ରେ ‘ବିଜ୍‌ନେସ୍‌ ଇନ୍‌ସାଇଡର’ରେ ପ୍ରକାଶ ପାଇଥିଲା। ମସ୍କ କୁଆଡ଼େ ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଯୌନ ଅନୁଗ୍ରହ ଆଶା କରି ତାଙ୍କ ପାଇଁ ଘୋଡ଼ା କିଣିଦେବେ ବୋଲି କହିଥିଲେ। ଚାକିରିରୁ ବିଦା ହେବା ଆଶଙ୍କାରେ ମହିଳା ଜଣକ ସେତେବେଳେ ମୁହଁ ଖୋଲି ନ ଥିଲେ। ମାମଲା ରଫାଦଫା କରି ୨୦୧୮ରେ ମସ୍କ ତାଙ୍କୁ ୨ ଲକ୍ଷ ୫୦ ହଜାର ଡଲାର ଦେଇଥିବା ଉକ୍ତ ମାଗାଜିନ୍‌କୁ ପୀଡ଼ିତାଙ୍କ ଜଣେ ବାନ୍ଧବୀ କହିଥିଲେ। ଗତ ଜୁନ ୨୦ରେ ଟେସ୍‌ଲା ପ୍ରତିଷ୍ଠାତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏଥର ବାହାର ଲୋକ ନୁହନ୍ତି, ବରଂ ଯାହାଙ୍କୁ ସେ ୧୮ ବର୍ଷ ଧରି ପୁଅ ଭାବେ ଲାଳନ ପାଳନ କରୁଥିଲେ ସିଏ ହିଁ ମସ୍କଙ୍କୁ ଆଇନର କାଠଗଡ଼ାକୁ ଟାଣିଥିଲେ। ମସ୍କ ତାଙ୍କ ନାଁ ଜାଭିୟର ରଖିଥିବାବେଳେ ସେ ନିଜକୁ ଜଣେ କିନ୍ନର ଦାବି କରି ଭିଭିଆନ୍‌ ଜେନା ଓ୍ବିଲ୍‌ସନ୍‌ ରୂପେ ପରିଚିତ ହେବାକୁ ପସନ୍ଦ କରିଥିଲେ। ଏଥିସହ ନିଜ ଜୈବିକ ପିତା ମସ୍କଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଥିଲେ। ଇତିମଧ୍ୟରେ ମସ୍କ ଗତ ଶୁକ୍ରବାର ପୋପ୍‌ଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ। ସାକ୍ଷାତବେଳର ଫଟୋକୁ ସେ ଟୁଇଟ ମଧ୍ୟ କରିଥିଲେ। ଏଥିରେ ତାଙ୍କ ପୂର୍ବତନ ସ୍ତ୍ରୀ ଓ ୪ ସନ୍ତାନଙ୍କୁ ଦେଖିବାକୁ ମିଳିଥିବାବେଳେ ଫିମେଲ୍‌ ଟ୍ରାନ୍ସଜେଣ୍ଡର ଭିଭିଆନ ସେଠାରେ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?