ଏଲନ ମସ୍କଙ୍କ ବେଳା ଖରାପ

ଓ୍ବାଶିଂଟନ୍‌, ୪ା୭: କୋଭିଡ୍‌-୧୯ ମହାମାରୀ ନ ଯାଉଣୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଥିବାବେଳେ ଏହାର ଦୁଷ୍ପରିଣାମରୁ ବାଦ୍‌ ପଡ଼ିନାହାନ୍ତି ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। କିଛି ମାସ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଅଧିଗ୍ରହଣ ଯୋଜନା ସମ୍ପର୍କରେ ଘୋଷଣା କରି ବହୁଚର୍ଚ୍ଚିତ ହୋଇଥିବା ଟେସ୍‌ଲା ସିଇଓ ମସ୍କ କେବଳ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ନୁହେଁ, ବରଂ ନିଜର କେତେକ ବ୍ୟକ୍ତିଗତ ଭୁଲ୍‌ ପାଇଁ ଜନମାନସରେ ମଧ୍ୟ ନିନ୍ଦିତ ହୋଇଛନ୍ତି। ଏପରି କି ଦକ୍ଷିଣ ଆମେରିକାରେ ଜନ୍ମିତ ଏହି ୫୧ ବର୍ଷୀୟ ପ୍ରଭାବଶାଳୀ ଆମେରିକୀୟଙ୍କଠାରୁ ତାଙ୍କ ଟ୍ରାନ୍ସଜେଣ୍ଡର ଝିଅ ମଧ୍ୟ ଦୂରେଇ ଯାଇଛନ୍ତି। ଏଥିପାଇଁ ମସ୍କ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଶରଣାପନ୍ନ ହୋଇଛନ୍ତି।
ପର୍ଯ୍ୟଟନର ବ୍ୟବସାୟୀକରଣକୁ ନୂଆ ଦିଗ ଦେଖାଇଥିବା ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କଙ୍କ ସାମାନ୍ୟ ଗୋଟିଏ ଟୁଇଟ୍‌ ନ୍ୟୁୟର୍କର ଓ୍ବାଲ୍‌ଷ୍ଟ୍ରିଟ୍‌ଠାରୁ ନେଇ ମୁମ୍ବାଇସ୍ଥିତ ଦଲାଲ ଷ୍ଟ୍ରିଟ୍‌ ପର୍ଯ୍ୟନ୍ତ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟକୁ ତଳଉପର କରିଥାଏ। ଖାସ୍‌ ଏଇଥିପାଇଁ ମସ୍କଙ୍କ ମନ୍ତବ୍ୟ ଉପରେ ସମସ୍ତଙ୍କ ନଜର ରହିଥାଏ। ସେ କ’ଣ କହୁଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବା ପାଇଁ ଟ୍ରେଡର୍ସଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥାଏ। ମସ୍କଙ୍କ ଟିପ୍ପଣୀକୁ ଅନେକେ ଶେୟାର ବଜାର ବଢ଼ିବା ଖସିବାର ସଙ୍କେତ ରୂପେ ଧରି ନେଇ ଅନୁରୂପ ଟ୍ରେଡିଂ କରିଥାନ୍ତି। ତାଙ୍କ ପ୍ରଖର ବୁଦ୍ଧିକୁ ଦେଖି କେହି କେହି କହନ୍ତି ‘ମସ୍କ ଜଣେ ଏଲିଅନ୍‌’। ଏହା ସତ୍ତ୍ୱେ ପୃଥିବୀବାସୀଙ୍କ ପାଇଁ ଯେଉଁ ନିୟମ ଲାଗୁ ହୋଇଥାଏ ସେଥିରୁ ମସ୍କ ବର୍ତ୍ତିବା ଅସମ୍ଭବ।

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ବିଶ୍ୱ ବଜାର ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରୁଛି। ସେମିକଣ୍ଡକ୍ଟର-ଗ୍ରେଡ୍‌ ନିଅନ୍‌ ଓ ଲିଥିୟମ ଭଳି ମୂଲ୍ୟବାନ ଧାତବ ପଦାର୍ଥର ସର୍ବାଧିକ ରପ୍ତାନିକାରୀ ରାଷ୍ଟ୍ର ହେଉଛି ୟୁକ୍ରେନ୍‌। ଏସବୁ ଧାତୁୁ କମ୍ପ୍ୟୁଟର ସମେତ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଭେହିକିଲ(ଇଭି)ର ଚିପ୍ସରେ ବ୍ୟବହୃତ ହୋଇଥାଏ। ଯୁଦ୍ଧ ପରେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଟେସ୍‌ଲା କାର୍‌ ଉତ୍ପାଦନ ଧିମେଇ ଯାଇଛି। ସେହିପରି କରୋନା ମହାମାରୀ ମଧ୍ୟ ନିର୍ମାଣ ଓ ଯୋଗାଣ ଶୃଙ୍ଖଳକୁ ଦୁର୍ବଳ କରିଦେଇଛି। ବିଶେଷକରି ଚାଇନାରେ କୋଭିଡ୍‌ କଟକଣା ଯୋଗୁ ମସ୍କଙ୍କ ଇଭି ନିର୍ମାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ମସ୍କ ନିକଟରେ ନିରାଶା ବ୍ୟକ୍ତ କରିଥିଲେ। ଜୁନ୍‌ ୨ରେ ଆସିଥିବା କାର ବିକ୍ରି ସମ୍ପର୍କିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଟେସ୍‌ଲାର ଇଭି ରପ୍ତାନି ଦ୍ୱିତୀୟ ତ୍ରୈମାସରେ ୧୭.୯% ହ୍ରାସ ପାଇଛି। ବିଶ୍ୱର ସର୍ବବୃହତ୍‌ ଇଭି ନିର୍ମାତା ଗତ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨ ଲକ୍ଷ ୫୪ ହଜାର ୬୯୫ କାର୍‌ ବିକ୍ରି କରିଛି। ପୂର୍ବ କ୍ୱାର୍ଟରରେ ଏହି ସଂଖ୍ୟା ୩ ଲକ୍ଷ ୧୦ ହଜାର ୪୮ ଥିଲା। ମସ୍କଙ୍କ କାର୍‌ ଫ୍ୟାକ୍ଟ୍ରିରେ ବର୍ଣ୍ଣବୈଷମ୍ୟ ଶିକାର ହୋଇଥିବା ଅନୂ୍ୟନ ୧୫ ଜଣ କର୍ମଚାରୀ ଅଭିଯୋଗ ଆଣିଛନ୍ତି। ନିଜ ସହକର୍ମୀ, ମ୍ୟାନେଜର ଏବଂ ମାନବସମ୍ବଳ କର୍ମଚାରୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ନେଇ ଏହି କୃଷ୍ଣକାୟମାନେ କାଲିଫର୍ନିଆ ସମେତ ଅନ୍ୟ କେତେକ ରାଜ୍ୟର କୋର୍ଟରେ ଟେସ୍‌ଲା ବିରୋଧରେ ଏତଲା ଦେଇଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ମସ୍କଙ୍କ ସମ୍ପତ୍ତିର ପରିମାଣ ୬୨ ବିଲିୟନ ଡଲାର ହ୍ରାସ ପାଇଛି। ନିକଟ ଭବିଷ୍ୟତରେ ଯୁଦ୍ଧ ଅବସାନର ଆଶା ଦିଶୁ ନ ଥିବାରୁ ସେମିକଣ୍ଡକ୍ଟର ସଙ୍କଟ ମସ୍କଙ୍କୁ ଆହୁରି କ୍ଷତିଗ୍ରସ୍ତ କରିପାରେ ବୋଲି ବାଣିଜ୍ୟ ବିଶେଷଜ୍ଞମାନେ କହିଲେଣି।

ଏଲନ ମସ୍କଙ୍କ ବିରୋଧରେ ଅନ୍ୟ କେତେକ ସଙ୍ଗିନ ଅଭିଯୋଗ ମଧ୍ୟ ଆସିଛି। ୨୦୧୬ରେ ସ୍ପେସ୍‌ଏକ୍ସ ମାଲିକ ମସ୍କ ନିଜ କମ୍ପାନୀର ଏକ ପ୍ରାଇଭେଟ ଜେଟ୍‌ରେ ଲଣ୍ଡନ ଯାତ୍ରା କରୁଥିବାବେଳେ ଫ୍ଲାଇଟ୍‌ର ମହିଳା ଆଟେଣ୍ଡାଣ୍ଟଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ସମ୍ପର୍କିତ ଏକ ରିପୋର୍ଟ ଗତ ମେ ୧୯ରେ ‘ବିଜ୍‌ନେସ୍‌ ଇନ୍‌ସାଇଡର’ରେ ପ୍ରକାଶ ପାଇଥିଲା। ମସ୍କ କୁଆଡ଼େ ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଯୌନ ଅନୁଗ୍ରହ ଆଶା କରି ତାଙ୍କ ପାଇଁ ଘୋଡ଼ା କିଣିଦେବେ ବୋଲି କହିଥିଲେ। ଚାକିରିରୁ ବିଦା ହେବା ଆଶଙ୍କାରେ ମହିଳା ଜଣକ ସେତେବେଳେ ମୁହଁ ଖୋଲି ନ ଥିଲେ। ମାମଲା ରଫାଦଫା କରି ୨୦୧୮ରେ ମସ୍କ ତାଙ୍କୁ ୨ ଲକ୍ଷ ୫୦ ହଜାର ଡଲାର ଦେଇଥିବା ଉକ୍ତ ମାଗାଜିନ୍‌କୁ ପୀଡ଼ିତାଙ୍କ ଜଣେ ବାନ୍ଧବୀ କହିଥିଲେ। ଗତ ଜୁନ ୨୦ରେ ଟେସ୍‌ଲା ପ୍ରତିଷ୍ଠାତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏଥର ବାହାର ଲୋକ ନୁହନ୍ତି, ବରଂ ଯାହାଙ୍କୁ ସେ ୧୮ ବର୍ଷ ଧରି ପୁଅ ଭାବେ ଲାଳନ ପାଳନ କରୁଥିଲେ ସିଏ ହିଁ ମସ୍କଙ୍କୁ ଆଇନର କାଠଗଡ଼ାକୁ ଟାଣିଥିଲେ। ମସ୍କ ତାଙ୍କ ନାଁ ଜାଭିୟର ରଖିଥିବାବେଳେ ସେ ନିଜକୁ ଜଣେ କିନ୍ନର ଦାବି କରି ଭିଭିଆନ୍‌ ଜେନା ଓ୍ବିଲ୍‌ସନ୍‌ ରୂପେ ପରିଚିତ ହେବାକୁ ପସନ୍ଦ କରିଥିଲେ। ଏଥିସହ ନିଜ ଜୈବିକ ପିତା ମସ୍କଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଥିଲେ। ଇତିମଧ୍ୟରେ ମସ୍କ ଗତ ଶୁକ୍ରବାର ପୋପ୍‌ଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ। ସାକ୍ଷାତବେଳର ଫଟୋକୁ ସେ ଟୁଇଟ ମଧ୍ୟ କରିଥିଲେ। ଏଥିରେ ତାଙ୍କ ପୂର୍ବତନ ସ୍ତ୍ରୀ ଓ ୪ ସନ୍ତାନଙ୍କୁ ଦେଖିବାକୁ ମିଳିଥିବାବେଳେ ଫିମେଲ୍‌ ଟ୍ରାନ୍ସଜେଣ୍ଡର ଭିଭିଆନ ସେଠାରେ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri