ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ

ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଇ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଆଶ୍ରୟ ନେଉଛନ୍ତି। ବାରମ୍ବାର ଧରାପଡ଼ିଲେ ମଧ୍ୟ ସେମାନଙ୍କର ନେଟ୍‌ୱର୍କ ସକ୍ରିୟ ରହୁଥିବାରୁ ଘଟଣାରେ ସମ୍ପୃକ୍ତ ରହୁଛନ୍ତି। ଗତ ଜାନୁୟାରୀ ଓ ଫେବୃୟାରୀରେ ଚୋରି, ଛିନ୍‌ତାଇ ଓ ଡକାୟତି ମାମଲାରେ ୪ଜଣଙ୍କୁ ବସ୍ତା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଅଧିକ ତଦନ୍ତ ପାଇଁ ପଡୋଶୀ ରାଜ୍ୟ ପକ୍ଷରୁ ସହଯୋଗ ମିଳୁ ନ ଥିବାରୁ ପୋଲିସକୁ ନିରାଶ ହେବାକୁ ପଡୁଛି। ଉକ୍ତ ର଼୍ୟାକେଟ୍‌ର ଆଉ ୪ଜଣ ଡକାୟତଙ୍କୁ ଗତ ରବିବାର ବସ୍ତା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବାଲେଶ୍ୱର ସଦର ଥାନା ଅଞ୍ଚଳର ମନୋଜ କୁମାର ନାୟକ (୨୦), ବାରିପଦା ଟାଉନ ଥାନା ଅଞ୍ଚଳର ସେକ ସଲିମ (୨୦), ସେକ ସାହିଲ (୧୯) ଏବଂ ଝାଡ଼ଖଣ୍ଡର ଘମରିଆ ଥାନା ଅଞ୍ଚଳର ମହମ୍ମଦ ଇମତାଜ ଆଲାମ (୨୮)। ତେବେ ଏହି ର଼୍ୟାକେଟ୍‌ରେ ଅନ୍ୟ ୨ଜଣ ଫେରାର ଥିବା ଜଣାପଡ଼ିଛି।
ବସ୍ତା ଥାନା ଅଧୀନ ୬୦ନଂ. ଜାତୀୟ ରାଜପଥର ମଥାନୀ ନିକଟରୁ ଗତ ଜୁନ୍‌ ୨୬ ତାରିଖରେ ଏକ କାର୍‌ (ନଂ. ଡବ୍ଲ୍ୟୁବି୬୮ୟୁ-୪୮୪୮) ଚୋରି ହୋଇଯାଇଥିଲା। ଏନେଇ ଗାଡ଼ି ମାଲିକ ସୁଜିତ ସେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଏହି ଚୋରି ର଼୍ୟାକେଟ୍‌କୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ର଼୍ୟାକେଟ୍‌ରେ ଚେର ବାହାର ରାଜ୍ୟକୁ ଲମ୍ବିଥିବା ତଦନ୍ତ ବେଳେ ଜଣାପଡ଼ିବା ପରେ ବସ୍ତା ଥାନା ଆଇଆଇସି ମାନସ କୁମାର ଦେଓଙ୍କ ସମେତ ୨ଜଣ ଏସ୍‌ଆଇ ଓ ୪ଜଣ କନଷ୍ଟେବଳଙ୍କ ସହ ଏକ ପୋଲିସ ଟିମ୍‌ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରା ଗାଡ଼ି ସହ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ଏହି ର଼୍ୟାକେଟ୍‌ରେ ବିଭିନ୍ନ ରାଜ୍ୟରୁ ଡକାୟତଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରିଛି। ଅଧିକ ତଥ୍ୟ ପାଇଁ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଆଣିବ ବୋଲି ବସ୍ତା ଏସ୍‌ଡ଼ିପିଓ ଜଳଧର ଜାଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଦବିଲା ରାସ୍ତା, ଇନ୍ଦ୍ରଦ୍ୟୁମ୍ନରେ ପଶିଲା ମଇଳା ପାଣି

ପୁରୀ ଅଫିସ, ୨୫ା୭: ବିପର୍ଯ୍ୟସ୍ତ ହୋଇପଡ଼ିିଛି ଶ୍ରୀକ୍ଷେତ୍ରର ଏକାଧିକ ଐତିହ୍ୟ ପୁଷ୍କରିଣୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପୁଷ୍କରିଣୀର ସ୍ଥିତି ସଙ୍ଗିନ ହେବାରେ...

୧୪ ଜିଲାରୁ ୧୭୩ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୬୪ ଜଣ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରୁ ଶନିବାର ଚିହ୍ନଟ ୧୭୩ କରୋନା ଆକ୍ରାନ୍ତ ୧୪ଟି ଜିଲାର। ଏମାନଙ୍କ ମଧ୍ୟରୁ ସର୍ବଧିକ ଗଞ୍ଜାମ ଜିଲାରୁ ୬୪ ଜଣ ରହିଛନ୍ତି। ସେହିପରି ଯାଜପୁରରୁ...

ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଚେନ୍ନାଇକୁ ଶୁକ୍ରବାର ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ ବିମାନ ଚେନ୍ନାଇରୁ ୮୪ଜଣ...

ଏପ୍ରିଲ ୩ ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର,୧।୪(ବ୍ୟୁରୋ): ଏପ୍ରିଲ ୩ ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଏହା ଆସନ୍ତା ୧୫ ଯାଏ ଚାଲିବ । ଏ ନେଇ ୫୬ଟି କେନ୍ଦ୍ରରେ ଖାତା...

କମିଲା ମୁଣ୍ଡ ପିଛା ଆୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟର ମୁଣ୍ଡ ପିଛା ଆୟ ହ୍ରାସ ପାଇଛି। ୨୦୧୯ -୨୦ରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୪ ହଜାର...

୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେମୁଣା,୨୪।୭(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ବରପଦା ଗାଁରୁ ଏକ କାର୍‌(ନଂ. ଓଡ଼ି୩୧-୭୦୭୦)ରେ ଥିବା ୭ ପେଟି ଗଞ୍ଜେଇ (ଆନୁମାନିକ ଓଜନ ୫୦କେଜି)କୁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା...

ଏଥର ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଚଳିତବର୍ଷ ପଞ୍ଚାୟତ ନିର୍ବାଚନର ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ଭୋଟ୍‌ ସରିବା ପରେ ଭୋଟ୍‌ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ୍‌ ରୁମରେ ରଖାଯିବ। ସେଥିପାଇଁ ବ୍ଲକ୍‌...

ରାଜପଥରେ ହାତୀପଲ

ଦାରିଙ୍ଗବାଡ଼ି,୫।୪: ଗଞ୍ଜାମ-କନ୍ଧମାଳ ସିମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ. ଜାତୀୟ ରାଜପଥ କଡ଼ରେ ରବିବାର ହାତୀପଲ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ପଲରେ ୧୨ରୁ ୧୫ଟି ହାତୀ...

Advertisement
Archives

Model This Week