Posted inଖେଳ

ମେଡିକାଲ ପ୍ରଫେସନାଲଙ୍କୁ ସ୍ବର୍ଣ୍ଣ ପଦକ ଅଫର କଲେ ମାରିନ

ମାଡ୍ରିଡ, ୭।୭: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ପେନ୍‌ରେ ଉଦ୍ୟମ ଜାରି ରହିଛି। ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମେଡିକାଲ ପ୍ରଫେସନାଲଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଅଲିମ୍ପିକ୍‌ ଚାମ୍ପିୟନ ଗୋଲ୍ଡେନ ଗର୍ଲ କାରୋଲିନା ମାରିନ। କରୋନା ସମୟରେ ନିରନ୍ତର ସେବା ଦେଇ ଲଢ଼େଇ ଜାରି ରଖିଥିବା ପେସାଦାର ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ମାରିନ ନିଜେ ଜିତିଥିବା ସ୍ବର୍ଣ୍ଣ ପଦକ ଅଫର କରିଛନ୍ତି। ସ୍ପେନର ଅନେକ ମେଡିକାଲ ପ୍ରଫେସନାଲଙ୍କ ସହ ଭାବ ବିନିମୟ କରି ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଏହି ମହିଳା ବ୍ୟାଡ୍‌ମିଣ୍ଟନ ତାରକା।
ମାରିନ ରିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ସ୍ପାନିଶ ମହିଳା ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କରୋନା ଭାଇରସ ସଂକ୍ରମଣ ସମୟରେ ସାଧାରଣ ନାଗରିକଙ୍କୁ ଘରେ ରହିବା ପାଇଁ କୁହା ଯାଉଛି। ମାତ୍ର ସମଗ୍ର ବିଶ୍ୱର ମେଡିକାଲ ପ୍ରଫେସନାଲମାନେ ପ୍ରକୃତ ଯୋଦ୍ଧାଭାବେ ଏହା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ନିରନ୍ତର ସେବାପାଇଁ ଡାକ୍ତର ଏବଂ ଅନ୍ୟ ପେସାଦାର ସ୍ବାସ୍ଥ୍ୟ କର୍ମଚାରୀମାନେ ଲକ୍ଷଲକ୍ଷ ଲୋକଙ୍କର ହୃଦୟ ଜିତିଛନ୍ତି। ବିଶ୍ୱରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ସ୍ପେନ ଅନ୍ୟତମ। ତେଣୁ ଏହା ବିରୋଧରେ ଲଢ଼େଇ ଜାରି ରଖିଥିବା ମେଡିକାଲ ପ୍ରଫେସନାଲଙ୍କୁ ସମର୍ଥନ କରିବା ସହ ନିଜର ସ୍ବର୍ଣ୍ଣ ପଦକ ଦେଇ ଦେବାକୁ ଇଚ୍ଛା ଜାହିର କରିଛନ୍ତି ଏହି ବ୍ୟାଡ୍‌ମିଣ୍ଟନ ତାରକା। ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ଭାରତର ପି.ଭି. ସିନ୍ଧୁଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିବା ମାରିନ ନିକଟରେ ମାଡ୍ରିଡସ୍ଥିତ ଭିର୍ଗେନ ଡେଲ୍‌ ମାର୍‌ ହସ୍ପିଟାଲର ଆଗଧାଡ଼ିର ମେଡିକାଲ ପ୍ରଫେଶନାଲଙ୍କ ସହିତ ଭିଡିଓ କଲ୍‌ ମାଧ୍ୟମରେ ଭାବବିନିମୟ କରି ସମସ୍ତଙ୍କୁ ବିସ୍ମିତ କରିଥିଲେ। ”ସେମାନେ ପ୍ରକୃତରେ ସ୍ପେନର ହିରୋ। ସେମାନଙ୍କ ସହ କଥା ହେବାବେଳେ ମୁଁ ମୋ ପଦକ ଅଫର କରିଛି। ପ୍ରକୃତରେ ସେମାନେ ପ୍ରଶଂସାର ପାତ୍ର“ ବୋଲି ଏକ ସାକ୍ଷାତ୍‌କାରରେ ମାରିନ କହିଛନ୍ତି। ବାର୍ସିଲୋନାସ୍ଥିତ ସାନିଟାସ କିମା ହସ୍ପିଟାଲର ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ମଧ୍ୟ ମାରିନ କଥା ହୋଇଛନ୍ତି। ସେଠାରେ ଜଣେ ୧୦୦ ବର୍ଷର ବ୍ୟକ୍ତିଙ୍କୁ କରୋନା ଭାଇରସ ସଂକ୍ରମଣରୁ ସଫଳତାର ସହ ସୁସ୍ଥ କରିବାରେ ଏମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri