ଜାରିହେଲା ମାର୍ଚ୍ଚ ଗାଇଡ୍‌ଲାଇନ୍‌: ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ମନା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡ୍ଲାଇନ୍‌ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଅନଲକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାତ୍ର କୋଭିଡ ସଂକ୍ରମଣ ବୃଦ୍ଧିର ଆଶଙ୍କା କରି ବିବାହ ଭୋଜିରେ ସର୍ବାଧିକ ୫୦୦ ଜଣ, ଶୁଦ୍ଧିକ୍ରିୟାରେ ୨୫୦ଜଣ ଲୋକଙ୍କୁ ଅନୁମତି ଦେବା ସହ ଚଳିତବର୍ଷ ରାଜ୍ୟବ୍ୟାପୀ କେହି ସର୍ବସାଧାରଣ ସ୍ଥାନରେ ହୋଲି ଖେଳି ପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୋମବାର ଏ ନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଚଳିତବର୍ଷ ହୋଲି ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ। ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ । କିନ୍ତୁ ତାହା ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ନୁହେଁ ବୋଲି ଏସ୍‌ଆରସି ସ୍ପଷ୍ଟ କରିଛନ୍ତି । ତେବେ ସ୍ଥାନୀୟ ଜିଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ । ଏହାସହିତ ଅନଲକିଂ ପ୍ରକ୍ରିୟା ଆରମ୍ଭ ସହ ରାତ୍ରିକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ରହିବ ନାହିଁ। ଅନଲକିଂ ସମୟରେ ସମସ୍ତ ପ୍ରକାରର ଗତିବିଧି କୋଭିଡ ଗାଇଡଲାଇନ ମଧ୍ୟରେ ହେବ ବୋଲି ଏସ୍‌ଆରସି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ନିୟମ ମାନି ସମସ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା ଓ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଲୋକ ଏକଜୁଟ ନେଇ ଅନୁମତି ଦେଇଛନ୍ତି। ସେହିପରି ପ୍ରଦର୍ଶନୀ, ମେଳାଆଦି ମଧ୍ୟ ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ମଧ୍ୟରେ ସମ୍ଭବପର ହେବ। ବିବାହ, ବ୍ରତୋପନୟନ ଆଦିରେ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ସର୍ବାଧିକ ୫୦୦ଲୋକଙ୍କ ସମାଗମ ଏବଂ ଶୁଦ୍ଧିକ୍ରିୟା ଓ ଅନ୍ତେଷ୍ଟିରେ ସର୍ବାଧିକ ୨୫୦ଜଣଙ୍କ ଏକଜୁଟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ। କୌଣସି ପରିସ୍ଥିତିରେ ବି ଏହି ସଂଖ୍ୟା ବୃଦ୍ଧି ପାଇବ ନାହିଁ । ସେହିପରି ବିବାହ ଶୋଭାଯାତ୍ରାରେ ସମସ୍ତଙ୍କୁ ମିଶାଇ ସର୍ବାଧିକ ୧୦୦ଜଣ ରହିପାରିବେ । ବିବାହ ପାଇଁ ନିର୍ଦ୍ଧାରିତ ୫୦୦ ଜଣଙ୍କ ମଧ୍ୟରେ ଏହା ଗଣନା କରାଯିବ ନାହିଁ । ଏହି ସମସ୍ତ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତୀତ ସର୍ବସାଧାରଣ ସ୍ଥାନ, ସାର୍ବଜନୀନ ଯାନବାହନରେ ଯିବାବେଳେ ଓ କର୍ମସ୍ଥଳୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ଫୁଟର ସାମାଜିକ ଦୂରତ୍ୱ ରଖିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ନିୟମ ଅନୁସାରେ ଜରିମାନା ସହ ଦଣ୍ଡିତ ହେବାକୁ ପଡ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ...

ବନ୍ୟା କ୍ଷୟକ୍ଷତି: ୧୧୦୦ କୋଟି ସହାୟତା ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭ା୯(ବ୍ୟୁରୋ)-ଅଗଷ୍ଟରେ ହୋଇଥିବା ବନ୍ୟା କ୍ଷୟକ୍ଷତିି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୧୦୦ କୋଟି ଟଙ୍କାର ସହାୟତା ଲୋଡିଛନ୍ତି। ଓଡ଼ିଶା...

ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର...

ଅକ୍ଟୋବର ୩ ଯାଏ ଗ୍ରହଣ ହେବ ଆପତ୍ତି ଅଭିଯୋଗ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଏକ ନିର୍ଭୁଲ ଚାଷୀମାନଙ୍କ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ଉପରେ ସମବାୟ ରଣେନ୍ଦ୍ର...

ଝଲସିବନି ଆଲୁମିନିୟମ ନଗରୀ

ବଅଁରପାଳ, ୪ା୯(ଡି.ଏନ.ଏ.) ଚଳିତ ବର୍ଷ ଝଲସିବନି ଆଲୁମିନିୟମ ନଗରୀ। କରୋନା ଯୋଗୁ ବନ୍ଦ ହେବାକୁ ଯାଉଛି ୩୦ ବର୍ଷର ପରମ୍ପରା। ଏଥର ମୂର୍ତ୍ତି ବଦଳରେ ନାଲ୍‌କୋରେ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ...

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ...

Advertisement
Archives

Model This Week