Posted inଖେଳ

‘ଅନେକ ବଳିଦାନ ଦେଇଛି’

ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ ଚାନ୍ନୁ। ୨୧ ବର୍ଷ ପରେ ଦେଶର ପ୍ରଥମ ଓ୍ବେଟ୍‌ଲିପ୍ଟର ଭାବେ ଚାନ୍ନୁ (୪୯ କେଜି) ଅଲିମ୍ପିକ୍ସ ପଦକ ଜିତିଛନ୍ତି।

‘ଜଣେ ବଡ଼ ଖେଳାଳି କିମ୍ବା କିଛି ବଡ଼ ସଫଳତା ଲାଗି ବଳିଦାନ ଦେବାକୁ ପଡ଼େ। ମୁଁ ଅନେକ କିଛି ପଛରେ ଛାଡ଼ିଛି। ୨୦୧୬ ରିଓ ଅଲିମ୍ପିକ୍ସ ବିଫଳତା ପରେ ୨୦୧୭ ବିଶ୍ୱ ଚାମ୍ପିୟନଶପ୍‌ ଲାଗି କଠିନ ପରିଶ୍ରମ କରିଥିଲି। ନିଜକୁ ପ୍ରମାଣ କରିବା ପାଇଁ ତାହା ଥିଲା ସବୁଠୁ ବଡ଼ ସୁଯୋଗ। ଏଣୁ ଘରକୁ ଯାଇ ନ ଥିଲି। ଏପରି କି ମୋ ଭାଉଣୀ ବିବାହରେ ଯୋଗଦେଇ ପାରି ନ ଥିଲି’ ବୋଲି ରୌପ୍ୟ ପଦକ ଜିତିବା ପରେ ମୀରାବାଇ କହିଛନ୍ତି।

ପରିବାର ଲୋକଙ୍କୁ ଭେଟିବା ପାଇଁ ଅପେକ୍ଷା କରିପାରୁ ନାହିଁ। କିଛି ଦିନ ହେଲା ମା’ ମନେ ପଡ଼ୁଛନ୍ତି। ସେ ମୋ ଲାଗି ଅନେକ ପ୍ରାର୍ଥନା କରିଛନ୍ତି ବୋଲି କୋହ ଭରା କଣ୍ଠରେ ଚାନ୍ନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମଷ୍ଟରଡାମ୍‌, ୧୦ା୮ (ପି.ଟି.)-ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଶୁକ୍ରବାର ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କର ଆଣ୍ଠୁରେ ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଫିଟ୍‌ ହେବାଲାଗି ୪ରୁ ୬...

ଡବ୍ଲ୍ୟୁଟିସି ଫାଇନାଲରେ ଯୋଗଦେବେ ଦର୍ଶକ

ସାଉଥାମ୍ପଟନ, ୨୦।୫ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କୁ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ୧୦୦ ମିଟରରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୯।୨(ସ୍ପୋଟର୍‌ସ ବ୍ୟୁରୋ): ଦେଶର ଦ୍ରୁତତମ ମହିଳା ଦୂତୀ ଚାନ୍ଦ ପୁଣିଥରେ ନିଜ ଖ୍ୟାତି ଅନୁରୂପ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

ଟ୍ରେନିଂ ଆରମ୍ଭ କଲେ ଅଷ୍ଟ୍ରେଲିଆ କ୍ରିକେଟର

ସିଡ୍‌ନୀ, ୧।୬ (ପି.ଟି.): ସିଡ୍‌ନୀ ଅଲିମ୍ପିକ୍‌ ପାର୍କରେ ସୋମବାର ଆଗଧାଡିର କେତେକ ଅଷ୍ଟ୍ରେଲିଆ କ୍ରିକେଟର ଟ୍ରେନିଂ ଆରମ୍ଭ କରିଛନ୍ତି। ଏଥିରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ସାମିଲ...

କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଟସ୍‌ ଜିତି...

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର...

ଟିମ୍‌ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ

ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍‌...

Advertisement
Archives

Model This Week