Posted inଫୁରସତ

ଶୂନ୍ୟରେ ବସିଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ଅନେକ ସମୟରେ ଆପଣ ହୁଏତ ରାସ୍ତା ପାର୍ଶ୍ୱରେ କିମ୍ବା ବଜାରରେ କୌଣସି ଲୋକ ଯାଦୁ ଦେଖାଉଥିବା ଦେଖିଥିବେ। ସେହି ଯାଦୁଗର ଯାଦୁ ଦେଖାଇବା ପରେ ମନକୁ ପ୍ରଶ୍ନ ଆସେ ଏସବୁ କରୁଛନ୍ତି କେମିତି? ଠିକ୍‌ ସେହିପରି ଏକ ଯାଦୁଗରି କୌଶଳ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଶୂନ୍ୟରେ ବସିଥିବାର ନଜର ଆସିଛନ୍ତି। ତାଙ୍କୁ ଆକାଶରେ ବସିଥିବାର ଦେଖି ସେହି ବାଟ ଦେଇ ଯାଉଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଭିଡିଓ ଏବଂ ଫଟୋ ଉଠାଇବାରେ ଲାଗିପଡ଼ିଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଜଣେ ବ୍ୟକ୍ତି ହଠାତ୍‌ ଆକାଶରେ କିପରି ବସିପାରେ? କିନ୍ତୁ କିଛି ଲୋକ ତାଙ୍କ ଯାଦୁଗରିର ଏହି କୌଶଳକୁ ଧରି ଦେଇଛନ୍ତି।

 


ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁ ଲୋକ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଆକାଶରେ ବସିଛନ୍ତି। ସେ ଏକ ଖୁଣ୍ଟ ଉପରେ ହାତ ରଖିଛନ୍ତି। ତାଙ୍କ ଆଖପାଖର ସମସ୍ତ ଲୋକ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି। ଏହି ଭିଡିଓକୁ ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚ୍ୟାପ୍‌ମ୍ୟାନ୍‌ ତାଙ୍କ ଟୁଇଟ୍‌ର ପେଜ୍‌ରେ ଶେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କି, ବ୍ୟକ୍ତି ଜଣକ ରାସ୍ତାରେ ଯାଉଛନ୍ତି ଏବଂ ହାତରେ ବାଡ଼ି ଧରି ପବନରେ ହଠାତ୍‌ ବସିପଡୁଛନ୍ତି। ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ସେହି ବ୍ୟକ୍ତିଜଣକ ଏହିପରି ଭାବେ କିଛି ସମୟ ଶୂନ୍ୟରେ ବସି ପୁଣି ଭୂମିରେ ବସିପଡୁଛନ୍ତି। ଏହି ଭିଡିଓକୁ ରେକ୍ସ ଚ୍ୟାପମ୍ୟାନ୍‌ ଜୁଲାଇ ୧୪ରେ ଶେୟାର କରିଛନ୍ତି, ଭିଡିଓଟିକୁ ଏପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

ଲୋକେ ଭିଡିଓ ଦେଖିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଯାଦୁଗରି କୌଶଳକୁ ଧରିଥିଲେ। ଜଣେ ୟୁଜର ଏକ ଫଟୋ ପୋଷ୍ଟ କରି ଏହା କିପରି ସମ୍ଭବ ହୋଇପାରେ ସେ ସମ୍ପର୍କରେ ଜଣାଇଛନ୍ତି। ସେହିପରି ଆଉ ଜଣେ ୟୁଜର ଏହା ଉପରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଜଣେ ବ୍ୟକ୍ତି କିପରି ସହଜରେ ଏପରି ବସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ରାହୁଲଙ୍କ ଅଭିଯୋଗକୁ ନେଇ ସରକାରଙ୍କ କଡ଼ା ଜବାବ, ଗୁଳି ନୁହେଁ କେବଳ….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ପେପର ଲିକ ବିରୋଧୀ ବିଲ ଉପରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

କୌଣସି ପ୍ରମାଣ ନାହିଁ… ୧୧ ବର୍ଷ ପୁରୁଣା ମାମଲାରେ ମନମୋହନ ସିଂଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୨୯ା୭: କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri