ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୋଲିସ । ଜଣେ ବିଧବା ମହିଳାଙ୍କଠାରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରବିବାର ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୋଲିସ ଗିରଫ କରିଛି । ସେହିପରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଥିବା ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

​ପୋଲିସ କହିବା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର ସାଈ କୃପା ଦାସ ବୋଲି ପରିଚୟ ଦେଇଥିଲା। ସେ ନିଜ ବାପାଙ୍କ ଆଗରୁ ଥିବା ରୋଗ ଏବଂ ତାଙ୍କ ଦେହାନ୍ତ ଓ ନିଜେ ସୋରିଆସିସ୍ (ଚର୍ମରୋଗ)ରେ ପୀଡ଼ିତ ଥିବା ନେଇ ମିଥ୍ୟା କାହାଣୀ ରଚି ବାହାଘର ବାହାନାରେ ମହିଳାଙ୍କ ସହାନୁଭୂତି ହାସଲ କରିଥିଲା। ପରେ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ସାଈ କୃପା ଦାସ ନାମକ ବ୍ୟକ୍ତିଜଣକ ପ୍ରକୃତରେ ରାକେଶ ରାଜପୁତ। ରାକେଶ ଜାଲ୍ ଆକାଉଣ୍ଟ ଜରିଆରେ ବେଆଇନ ଭାବେ ଅନେକ ଥର ଟଙ୍କା ଆଦାୟ କରିବା ପାଇଁ ଉତ୍ତମଙ୍କ ସହାୟତା ନେଇଥିଲେ।

​ମହିଳା ଜଣଙ୍କର ବିଶ୍ୱାସ ଜିତିବା ପାଇଁ ରାଜପୁତ ମିଥ୍ୟା ଫଟୋ, ନକଲି ଦସ୍ତାବିଜ୍ ଏବଂ ମେଡିକାଲ୍ ରିପୋର୍ଟ ପଠାଉଥିଲେ । ଏପରିକି ଏକ ସରକାରୀ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟ ସିଜ୍ ହୋଇଯାଇଥିବା ଏବଂ ତାଙ୍କର ଜରୁରୀ ଟଙ୍କା ଆବଶ୍ୟକ ଥିବା ନେଇ ସେ ଜଣାଇଥିଲେ। ରାକେଶଙ୍କ କଥାକୁ ବିଶ୍ୱାସ କରି ମହିଳା ଜଣକ ସୁନା ଋଣ ଏବଂ ପରିବାର ଲୋକ ଓ ସମ୍ପର୍କୀୟଙ୍କଠାରୁ ଉଦ୍ଧାର ଆଣି ପାଖାପାଖି ୬୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ସେ ସାହୁଙ୍କ ମାଧ୍ୟମରେ କ୍ରମାଗତ ଭାବେ ଏକାଧିକ ଥରରେ ବ୍ୟାଙ୍କ ଜରିଆରେ ଏହି ଟଙ୍କା ପଠାଇଥିଲେ ବୋଲି ପୋଲିସ ସୂଚନା ଦେଇଛି।

​ପରେ ସନ୍ଦେହ ହେବାରୁ ମହିଳା ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଥାନା ଏହି ମାମଲାକୁ ଗଞ୍ଜାମ ଜିଲା ସାଇବର ଥାନାକୁ ହସ୍ତାନ୍ତର କରିଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ସାହୁ ନିଜର ଦୋଷ ସ୍ୱୀକାର କରିଛନ୍ତି ଏବଂ ତାଙ୍କୁ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଉତ୍ତମଙ୍କ ନିକଟରୁ ଏକାଧିକ ଏଟିଏମ୍ କାର୍ଡ, ୧୦,୦୦୦ ଟଙ୍କା ନଗଦ ଏବଂ ଗୋଟିଏ ସ୍ମାର୍ଟଫୋନ୍ ଜବତ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଆଇଆଇସି ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ପରିବାରକୁ ସହାୟତା ପ୍ରଦାନ, ବିଭିନ୍ନ ଗାଁ ବୁଲି ମାନବିକତା ଦେଖାଇଲେ ସ୍ବେଚ୍ଛାସେବୀ

ଭଞ୍ଜନଗର,୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଭୟାବହ ବନ୍ୟା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିପନ୍ନଙ୍କୁ ସହାୟତାର ହାତ ବଢ଼ାଯାଉଛି। ଏହି କ୍ରମରେ ଗୁରୁବାର…

୧୦ ହଜାର ଲାଞ୍ଚ ନେଇ ଫସିଲେ SI; ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ, ତାପରେ…

ଭୁବନେଶ୍ବର,୪।୧୧: ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍‌କୁ ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର (SI) । ରାସ୍ତାରେ ଦୌଡ଼ୁଥିବା ବେଳେ ଖସିବାକୁ ଯାଇ ଏକ…

ବନ୍ୟାରେ ଗଞ୍ଜାମର ୪୯୮ ସ୍କୁଲ୍‌ କ୍ଷତିଗ୍ରସ୍ତ, ଏହି ତାରିଖ ଯାଏ ବଢ଼ିଲା ଛୁଟି

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଜିଲାର ମୋଟ ୩୦୯୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ…

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଆଗରେ ଧାରଣା, ବୁଝାଶୁଝା ପରେ…

ରିଆମାଳ,୪ା୧୧(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନିଆଁନାଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ବୁଧବାର…

‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି…

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ୮ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ।…

ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ

ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍‌ ପରେ ଏବେ ବକ୍ସିଂ ରିଙ୍ଗ୍‌ରେ ଦୁଇ…

ସୋନପୁରରୁ ସ୍ପିଡ୍‌ ବାଇକ୍‌ରେ ଆସି ବଲାଙ୍ଗୀରରେ ଲୁଟୁଥିଲେ ସୁନା ଚେନ୍‌, ଏହି ପେସାଦାର ଲୁଟେରାଙ୍କୁ ଗିରଫ କରି…

ବଲାଙ୍ଗୀର,୪ା୧୧(ସୁନିଲ କୁମାର ମହାନ୍ତି): ନଭେମ୍ବର ୧ ତାରିଖ ରାତିରେ ସ୍କୁଟିରେ ରାସ୍ତାରେ ଆସୁଥିବା ଦମ୍ପତିଙ୍କଠାରୁ ଚେନ୍‌ ଲୁଟ୍‌ କରି ଫେରାର ମାରିଥିଲେ ଲୁଟେରା। ବଲାଙ୍ଗୀର ସହର ତାଲପାଲି…

ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…

ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍‌ଲିମିଟେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?