ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ ପରିବାର ବୋଝ। ପୂର୍ବରୁ ବାପା ପରିବା ବିକି ଯାହା ରୋଜଗାର ହେଉଥିଲା କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା। ହେଲେ ୨୦୧୮ରେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହେବାରୁ କିଛି କାର୍ଯ୍ୟ କରିବା ସମ୍ଭବ ହେଲାନି। ଏଭଳି ସମୟରେ ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା ଖର୍ଚ୍ଚର ଭାର ନିଜେ ମୁଣ୍ଡାଇଥିଲେ ମାମୁନି। ଘରୁ ଗୋଡ଼ କାଢି ବାହାରକୁ ଯିବାକୁ ସ୍ଥିରକଲେ। ଗାଁର ଜଣେ ଚିହ୍ନାଲୋକଙ୍କ ସାହାଯ୍ୟରେ କାମ କରିବାକୁ ଆନ୍ଧ୍ର ପ୍ରଦେଶର ବାପାଟଲାକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚତ୍ବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ପ୍ରତିଦିନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏହା ଭିତରେ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେବା ପରେ ତାଙ୍କ ଜୀବନ ଆହୁରି ଦୁର୍ବିଷହ ହୋଇଯାଇଥିଲା। ପାଖରେ ରହୁଥିବା ଅନ୍ୟମାନେ ତାଙ୍କ ମୋବାଇଲ୍‌ ଫୋନ୍‌ ସହ ସମସ୍ତ ସାମଗ୍ରୀ ଚୋରି କରିନେଇଥିଲେ। ଏଭଳି ଦୁଃସମୟରେ ମାମୁନିଙ୍କ ପାଇଁ ଦେବଦୂତ ସାଜିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ମାମୁନିଙ୍କ ମା’ଙ୍କଠାରୁ ଏକ ଫୋନ୍‌ କଲ୍‌ ପାଇ ସବ୍ୟସାଚୀ ସବୁକଥା ଶୁଣିଥିଲେ। ଲଣ୍ଡନରେ ରହୁଥିବା ସବ୍ୟସାଚୀଙ୍କ ବନ୍ଧୁ ଡ. ସମ୍ବାଶିବା ରାଓଙ୍କ ଘର ବାପଟଲା ହୋଇଥିବାରୁ ତାଙ୍କୁ ସାହାଯ୍ୟ ପାଇଁ ସବ୍ୟସାଚୀ କହିଥିଲେ। ସେ ଓ ତାଙ୍କ ସାଙ୍ଗମାନେ ମିଶି ମାମୁନିଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ସହଯୋଗ କରି ବାପଟଲା ପୋଲିସ ଷ୍ଟେଶନକୁ ଅବଗତ କରିଥିଲେ। ରବିବାର ମାମୁନି ସୁରକ୍ଷିତ ଅବସ୍ଥାରେ ଓଡ଼ିଶା ଫେରିଆସିଛନ୍ତି। ଭୁବନେଶ୍ୱର ଷ୍ଟେଶନରେ ମା’ଙ୍କୁ ଦେଖି ସେ ଖୁସିରେ କାନ୍ଦି ପକାଇଥିଲେ। ସବ୍ୟସାଚୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ ମାମୁନି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ...

ରାଜ୍ୟବାସୀଙ୍କ ତରଫରୁ ଦ୍ରୌପଦୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର, ୨୨ା୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି। ଦ୍ରୌପଦୀଙ୍କୁ ଏହି...

ଡିଜେ, ବାଣ ଫୁଟା ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୪।୧୨(ବ୍ୟୁରୋ): ବିବାହ ପ୍ରେଶେସନରେ ମାନୁନାହାନ୍ତି କରୋନା କଟକଣା। ମନ ଇଚ୍ଛା ଡିଜେ ବଜାଇ ବାଣ ଫୁଟାଇ ଧୂମଧାମ୍‌ରେ ନାଚୁଛନ୍ତି ବରଯାତ୍ରୀ। ଡିଜେ ସାଉଣ୍ଡରେ ବରିଷ୍ଠ ନାଗରିକ,...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା...

ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ...

ଭଦ୍ରକରେ ରାତ୍ରକାଳୀନ କର୍ଫ୍ୟୁ ଜାରି: ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ମନା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲାରେ ମଙ୍ଗଳବାରଠାରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ...

ସ୍ବର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ...

ଏଟିଏମ୍‌, ଶାଖାରେ ଟଙ୍କାର ଅଭାବ ରଖନାହିଁ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କଗୁଡିକ ପର୍ଯ୍ୟାପ୍ତ...

Advertisement
Archives

Model This Week