Posted inଜାତୀୟ

ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକାତା,୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ଏହି ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ଯେଉଁ ଟ୍ୟାକ୍ସ ନେଉଛି ତାକୁ କମ୍ କରାଯାଉ । ଏହାସହ ଦେଶରେ ଚାଲିଥିବା ମହଙ୍ଗା ମାଡ ଉପରେ ବି କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ । ମମତା ଲେଖିଛନ୍ତି ଏବେ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଉପରକୁ ଚାଲି ଗଲାଣି । ୪ ମେ, ୨୦୨୧ ପରେ ଆପଣଙ୍କ ସରକାର ୮ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ଜୁନ୍ ମାସରେ ୬ଥର ଓ ଏକ ସପ୍ତାହରେ ୪ ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ଆଶ୍ଚର୍ଯ୍ୟ ଲାଗେ ଆଉ ଏଥିରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?