Posted inଜାତୀୟ

ଜାତୀୟ ସଂଗୀତ ଗାନ ବେଳେ ଛିଡ଼ା ହେଲେ ମମତା

ନନ୍ଦିଗ୍ରାମ (ପଶ୍ଚିମବଙ୍ଗ), ୩୦।୩ : ହାଇ ଡ୍ରାମା ସହ ମଙ୍ଗଳବାର ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଶେଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୋଡ଼ଜନିତ ଆଘାତ ସମସ୍ୟା ସତ୍ତ୍ୱେ ସେ ଜାତୀୟ ସଂଗୀତ ଗାନ ବେଳେ ମଞ୍ଚ ଉପରେ ଛିଡ଼ା ହୋଇଥିଲେ। ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୂର୍ବତନ ଘନିଷ୍ଠ ତଥା ଏବେକାର ବଡ଼ ଶତ୍ରୁ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ନନ୍ଦିଗ୍ରାମରେ ହେବାକୁ ଯାଉଛି ସମ୍ମାନର ଯୁଦ୍ଧ। ଗୁରୁବାର ଏହି ଆସନରେ ନିର୍ବାଚନ ହେବାକୁ ଥିବାରୁ ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ।

ଏହି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେବେଠାରୁ ସେ ହ୍ବିଲଚେୟାର ବସି ପ୍ରତ୍ୟେକ ରାଲିରେ ଯୋଗ ଦେଉଛନ୍ତି। ଭାଜପା ଦେଶକୁ ଯେଉଁଭଳି କ୍ଷତ ଦେଇଛି, ତା ଆଗରେ ମୋ ଗୋଡ଼ରେ ଲାଗିଥିବା ଆଘାତ କିଛି ନୁହେଁ ବୋଲି ସେ କହି ଆସୁଛନ୍ତି। କିନ୍ତୁ ଜାତୀୟ ସଂଗୀତ ଗାନବେଳେ ତାଙ୍କ ପତିକ୍ରିୟା ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଆସନ ହିଁ ମମତାଙ୍କୁ ୧୦ ବର୍ଷ ତଳେ ଆଣି ଦେଇଥିଲା ମୁଖ୍ୟମନ୍ତ୍ରୀ ପଦ।

 


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri