ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଯାହା ତାଙ୍କ ସଦ୍ୟ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଭାଇ କିଏ ଜଣେ କରୋନା ଟିକା ପ୍ରସ୍ତୁତ କରିଦିଅ। ନଚେତ୍‌ ୟେ ଯୌବନ ଚାଲିଯିବ ବୋଲି ସେ କହିଛନ୍ତି। ପୂର୍ବରୁ ମଲାଇକା ଆଉ ଏକ ପୋଷ୍ଟ ଶେୟାର କରି କରୋନା ନିୟମ ଅଧୀନରେ ହୋମ ଆଇସୋଲେସନରେ ରହି କାହା ସହିତ ମିଶୁନାହାନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ କିପରି ନିଜର ଯତ୍ନ ନେବେ ସେ କଥା ମଧ୍ୟ ନିଜ ପ୍ରଶଂସକଙ୍କୁ କହିଥିଲେ। ମଲାଇକା ଆରୋରାଙ୍କ ପୂର୍ବରୁ ତାଙ୍କ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ। ମୋ ଶରୀରରେ କରୋନାର ଛୋଟ ଛୋଟ ଲକ୍ଷଣ ଦେଖିବାକୁ ମିଳିଛି। ଡାକ୍ତରଙ୍କ ପରାମର୍ଶରେ ନିଜକୁ ହୋମ କ୍ୱାରାଣ୍ଟାଇନରେ ରଖିଛି। ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଅର୍ଜୁନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବଲିଉଡ୍‌ ମୁଭିର ସେଟ୍‌ ତିଆରି କରିବାକୁ ଲାଗିଥିଲା ୩ ମାସ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହେଉଥିବା ଫିଲ୍ମ ‘ବାଗି ୩’ ଘୋଷଣା ହେବା ଦିନରୁ ହିଁ ଅଛି ଚର୍ଚ୍ଚାରେ। ଏହାର ଗୀତ ହେଉ ଅବା...

ଶୀଘ୍ର ମା’ ହେବାକୁ ଚାହୁଁଛି: ସନା

ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍‌ତି ଅନସଙ୍କ...

ଡିପ୍ରେସନକୁ ନେଇ ଏମିତି କହିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଆଜି ସେ ଜଣେ ସଫଳ ଅଭିନେତ୍ରୀ ଏବଂ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ...

ବୁର୍ଜ ଖଲିଫାରେ ଦେଖାଗଲା ‘ପଠାନ୍‌’ ଟ୍ରେଲର୍‌

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ରିଲିଜ ହେବାକୁ ଯାଉଛି କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’। ଆରମ୍ଭରୁ ବିବାଦର ସାମ୍ନା କରିଆସୁଥିଲେ ହେଁ ପ୍ରଶଂସକଙ୍କୁ କିଛି...

ଦୀପିକାଙ୍କୁ ଦରକାର ମୋ ଭଳି ପରାମର୍ଶଦାତା: ବାବା ରାମଦେବ

ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ...

ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ...

ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ...

ଆସନ୍ତା ବର୍ଷ ଇଦ୍‌ରେ ପୁଣି ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ...

Advertisement
Archives

Model This Week