Posted inଜାତୀୟ

କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି। ସମଗ୍ର ଦେଶରେ ଏକ ଭୟର ବାତାବରଣ ରହିଛି। ଏମ୍‌ପିଙ୍କ ମଧ୍ୟରେ ମଧ୍ୟ ଭୟ ରହିଛି। ସମଗ୍ର ବିଶ୍ୱରେ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଏହା ଉପରେ ସଂସଦରେ ଆଲୋଚନା କରାଯିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଲଦାଖରେ ଭାରତ ଏବଂ ଚାଇନା ସେନା ମୁହାଁମୁହିଁ ହୋଇଛନ୍ତି ଏବଂ ସେଠାରେ ଉତ୍ତେଜନା ଦେଖାଦେଇଛି। ଜିଡିପି ହ୍ରାସ ପାଇଛି। ମୁଦ୍ରାସ୍ଫୀତି ଏବଂ ନୂତନ ଶିକ୍ଷା ନୀତି ଭଳି ଅନେକ ସମସ୍ୟା ଅଛି, ଯାହାକୁ ଆଲୋଚନା କରିବା ଆବଶ୍ୟକ। ଦେଶବାସୀ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ଜାଣିବାକୁ ଚାହାଁନ୍ତି। ତେଣୁ ଏହାକୁ ସଂସଦରେ ଆଲୋଚନା କରାଯିବା ଉଚିତ୍‌ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି। ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଲୋକସଭାର ୫ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସବୁ ଏମ୍‌ପିଙ୍କ କରୋନା ଟେଷ୍ଟ ଚାଲିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। କରୋନା ସଙ୍କଟ ମଧ୍ୟରେ ହେବାକୁ ଥିବା ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଏମ୍‌ପିମାନଙ୍କୁ ଲୋକ ସଭା ଓ ରାଜ୍ୟ ସଭାରେ ସାମାଜିକ ଦୂରତା ବଜାୟ ରଖିବେ। ଏଥିପାଇଁ ଦୁଇଟି ଚାମ୍ବର ଏବଂ ଏକ ଗ୍ୟାଲେରୀ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୮।୧: ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଏନ୍‌ .ଚନ୍ଦ୍ରାବାବୁ ନାଇଡୁ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। କୋଭିଡ୍‌ର ସାମାନ୍ୟ ଲକ୍ଷଣ ଅନୁଭବ କରି କୋଭିଡ୍‌ ପରୀକ୍ଷା କରାଇଥିଲେ,...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ...

ସାହସିକତା ପୁରସ୍କାର ପ୍ରାପ୍ତ ଯବାନ ପଞ୍ଜାବ ପୋଲିସରେ ଭର୍ତ୍ତି ହୋଇ ପାରିବେ: ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୭: ସାହସିକତା ପୁରସ୍କାର ପାଇଥିବା ଯବାନମାନେ ଏବେ ଚାହିଁଲେ ପଞ୍ଜାବ ପୋଲିସରେ ଯୋଗ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପ୍ରକାଶ...

ଝୁମ୍ପୁଡି ଘରେ ରାତି ବିତାଇଲେ ସଚିନ

ଜୟପୁର, ୧୦।୬: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ସନ୍ଧ୍ୟାରେ ଜାଲୋର ଜିଲାର କାସେଲା ଗ୍ରାମ ପରିଦର୍ଶନରେ ପହଞ୍ଚିଥିଲେ। ସେଠାରେ ଜଣେ କୃଷକଙ୍କ କ୍ଷେତରେ ଥିବା...

ପାକିସ୍ତାନ ଯିବାକୁ ଏସ୍‌. ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ...

ଲୁଧିଆନା ଓ୍ବାକ୍ସ ମ୍ୟୁଜିୟମରେ ଲାଗିଲା କେଜରିଓ୍ବାଲଙ୍କ ମହମ ପ୍ରତିମୂର୍ତ୍ତି

ଲୁଧିଆନା,୧୬।୨: ପଞ୍ଜାବର ଲୁଧିଆନାରେ ଥିବା ‘ପ୍ରଭାକର ଓ୍ବାକ୍ସ ମ୍ୟୁଜିୟମ’ରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ଏକ ମହମ ପ୍ରତିମୂର୍ତ୍ତି ରବିବାର ସ୍ଥାପନ କରାଯାଇଛି।...

କୋର୍ଟଙ୍କ କେତେକ ସର୍ତ୍ତ ପରେ ରିମାଣ୍ଡରେ ଗଲେ ସିସୋଡିଆ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରୋଜ ଏଭିନ୍ୟୁ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛି। ତେବେ ରିମାଣ୍ଡରେ ସିସୋଡିଆଙ୍କୁ ସବୁବେଳେ...

Advertisement
Archives

Model This Week