ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ

ଭୁବନେଶ୍ୱର,୩୦ା୧୧: ‘ମେକ୍‌ ଇନ୍‌ ଓଡ଼ିଶା’(ଏମ୍‌ଆଇଓ) କନ୍‌କ୍ଲେଭ-୨୦୨୨ ବୁଧବାରଠାରୁ ଆରମ୍ଭ ହେବ। ୫ଦିନ ବ୍ୟାପି ହେବାକୁ ଥିବା ଏହି କନ୍‌କ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢ଼େ ୫ଟାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଏହି କନ୍‌କ୍ଲେଭ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ୧୦ରୁ ଅଧିକ ରାଷ୍ଟ୍ରର ଶିଳ୍ପପତି ଏବଂ ବିଭିନ୍ନ କମ୍ପାନୀର ୧୨୪ଜଣ ବକ୍ତା ଯୋଗ ଦେବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି। ୨୦୧୬ ଏବଂ ୨୦୧୮ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ସଫଳ ଆୟୋଜନ ପରେ ୨୦୨୨ରେ ହେବାକୁ ଥିବା ୩ୟ ସଂସ୍କରଣର ବ୍ୟାପକ ସଫଳତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ମନ୍ତ୍ରୀ ପ୍ରତାପ ଦେବ ଏମ୍‌ଆଇଓ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ କହିଛନ୍ତି ଯେ କନ୍‌କ୍ଲେଭରେ ଭାଗନେବା ପାଇଁ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ସଂସ୍ଥା ପଞ୍ଜୀକରଣ କରିଛନ୍ତି। ଏପରିକି ରାଜ୍ୟର ବିକାଶ ପାଇଁ ସରକାର ଏକ ବୃହତ୍‌ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଗତ ୨ଟି ସଂସ୍କରଣ ତୁଳନାରେ ୩ୟ ସଂସ୍କରଣ ସବୁ ଦୃଷ୍ଟିରୁ ଭଲ ଓ ଫଳପ୍ରଦ ହେବ। କନ୍‌କ୍ଲେଭର ସଫଳ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ୨୨ଟି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟଭାର ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ। ଶିିଳ୍ପ ସଚିବ ହେମନ୍ତ ଶର୍ମା ଏମ୍‌ଓଆଇର ଆଭିମୁଖ୍ୟ ସାଙ୍ଗକୁ ଏମ୍‌ଆଇଓ ପୋର୍ଟାଲରେ ପ୍ରତିଦିନରେ କାର୍ଯ୍ୟକ୍ରମ, ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ସର୍ବଦଳୀୟ ଅଧିବେଶନ, ଥିମେଟିକ୍‌ ଅଧିବେଶନ, ସେକ୍ଟରାଲ ଅଧିବେଶନ, ସ୍ପିକର ତାଲିକା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ରହିଥିବା କହିଥିଲେ। ଏମ୍‌ଓଆଇ କନ୍‌କ୍ଲେଭ୍‌-୨୨କୁ ଅଧିକରୁ ଅଧିକ ଲୋକାଭିମୁଖ୍ୟ କରିବା ସହ ଏହାକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଗତ ୩ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ସହର କୋଏମ୍ବାଟୁର, ଜାମଶେଦପୁର, ଅହମ୍ମଦାବାଦ, ଲକ୍ଷ୍ନୌ, ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ବିଭିନ୍ନ ମେଟ୍ରୋ ସହର ଏବଂ ଦୁବାଇଠାରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଉପରୋକ୍ତ ସମସ୍ତ ରୋଡ୍‌ ଶୋ’ରୁ ବହୁଳ ଭାବେ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ ଉକ୍ତ କନ୍‌କ୍ଲେଭ କର୍ପୋରେଟ୍‌ ଇଣ୍ଡିଆରୁ ବହୁଳ ପରିମାଣର ଅଂଶଗ୍ରହଣ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କନ୍‌କ୍ଲେଭରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍‌.ଏନ୍‌. ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ରିସୋର୍ସ ଲିମିଟେଡ୍‌ର ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ସଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ର ଚେୟାରମ୍ୟାନ ନବୀନ ଜିନ୍ଦଲ ଏବଂ ଟାଟା ଷ୍ଟିଲ୍‌ର ଏମ୍‌ଡି ତଥା ସିଇଓ ଟି. ଭି. ନରେନ୍ଦ୍ରନ୍‌ଙ୍କ ସମେତ ବହୁ ଜଣାଶୁଣା ଶିଳ୍ପପତି ମଧ୍ୟ ଉକ୍ତ କନ୍‌କ୍ଲେଭରେ ସାମିଲ ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ , ଜାପାନ, ନରୱେ ଏବଂ ଜର୍ମାନୀ ଚଳିତ ବର୍ଷର କଣ୍ଟ୍ରି ପାର୍ଟନର ଥିବା ବେଳେ ସେମାନଙ୍କର ପ୍ରତିନିଧିମାନେ ମଧ୍ୟ ଉକ୍ତ ସମାରୋହରେ ଯୋଗଦେବେ ବୋଲି ସୂଚନା ମିଳିଛି। ଖବରଦାତା ସମ୍ମିଳନୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri