ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗାଡ଼ି ଚଳାଚଳ ବନ୍ଦ

ପଟ୍ଟାଙ୍ଗି,୩୦ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଜୁଗଡ଼ା-ତେଲରାଇ ଗ୍ରାମ ମଝି ଜାତୀୟ ରାଜପଥରେ ମଙ୍ଗଳବାର ଏକ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି। ସେଥିରୁ ଗ୍ୟାସ ଲିକ୍‌ କରୁଥିବାରୁ ଉକ୍ତ ରାସ୍ତାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ଗାଡି ଚଳାଚଳ ନ କରିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉକ୍ତ ଟ୍ୟାଙ୍କର (ସିଜି୦୭ବିଏଲ୍‌-୧୬୮୪)ଟି ବିଶାଖାପାଟଣାରୁ ଛତିଶଗଡ଼ର ରାୟପୁରକୁ ଯାଉଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଏବଂ ପୋଲିସ ପହଞ୍ଚତ୍ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳକୁ ବନ୍ଦ କରି ଦେଇଥିଲେ। ଯେକୌଣସି ଅଘଟଣ ରୋକିବା ପାଇଁ ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସେଠୀଙ୍କ ତତ୍ତ୍ୱାବଧାନରେ ଦମକଳ ବାହିନୀ ସେଠାରେ ସଜାଗ ରହିଛି। ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଉପରକୁ ପାଣି ମାରି ଲିକ୍‌ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଜାରି ରହିଛି। ଦୁର୍ଘଟଣାରେ ଟ୍ୟାଙ୍କର ଚାଳକଙ୍କ କୌଣସି କ୍ଷତି ହୋଇନାହିଁ। କୋରାପୁଟ ଜିଲାପାଳ ଅବଦାଲ ଏମ୍‌. ଅଖତର ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଯୋଗୁ ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବା ସମ୍ପର୍କରେ ଟୁଇଟ୍‌ ଯୋଗେ ଲୋକଙ୍କୁ ଅବଗତ କରାଇଛନ୍ତି। ମାତ୍ର ଯେଉଁ ଯାତ୍ରୀମାନେ ଆନ୍ଧ୍ର ଅଭିମୁଖେ ଯିବାକୁ ଚାହିଁବେ, ସେମାନେ ପଟ୍ଟାଙ୍ଗି ପୂର୍ବରୁ ଥିବା ପୁକାଲି ଛକଠାରୁ ଡାହାଣକୁ ଯାଇଥିବା ରାସ୍ତାରେ ଯାଇ ପୁକାଲି ସାପ୍ତାହିକ ହାଟରୁ ବାମପଟେ ଅନ୍ୟ ଏକ ରାସ୍ତାରେ ଚନ୍ଦକା ରାଲେଗଡା ଦେଇ ଆନ୍ଧ୍ର ଅଭିମୁଖେ ଯାଇପାରିବେ ବୋଲି ଅବଗତ କରାଇଛନ୍ତି। ଏ ସମ୍ପର୍କରେ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ କଟାଙ୍କୁ ପଚାରିବାରୁ ସେ କହିଲେ, ରେଲେଗଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିଆଁ ଲଗାଇବାକୁ ପୋଲିସ ଆସି ମନା କରିଛି। ଫଳରେ ବର୍ତ୍ତମାନ ଲୋକେ ରୋଷେଇବାସ କରିପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ଖାଦ୍ୟ ବ୍ୟବସ୍ଥା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?