Posted inଜାତୀୟ

ଭାରତ ଆସିବା ପୂର୍ବରୁ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦିପ୍‌କେଙ୍କ ୟୁ ଟର୍ନ, ୬ ଜୁନକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୬: ଅଭିଜିତ କହିଛନ୍ତି ଯେ ୬ ଜୁନରେ ଦିଲ୍ଲୀ ଏୟାରପୋର୍ଟରେ ସେ ପହଞ୍ଚିବା ସମୟରେ କେହି ଭିଡ଼ ଜମାନ୍ତୁ ନାହିଁ। ତାଙ୍କ ଆନ୍ଦୋଳନକୁ ମିଳୁଥିବା ଜନସମର୍ଥନ ତାଙ୍କ ଆଶାଠାରୁ ବହୁତ ଅଧିକ, କିନ୍ତୁ ଏୟାରପୋର୍ଟରେ ପ୍ରବଳ ଭିଡ଼ ହେବା ଦାରା ସାଧାରଣ ଜନତା ଏବଂ ସୁରକ୍ଷା ବାହିନୀକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ସେ ସ୍ପଷ୍ଟ କରିଛନ୍ତି ଯେ ଏୟାରପୋର୍ଟରେ ଓହ୍ଲାଇବା ପରେ ସେ ଯନ୍ତର-ମନ୍ତରଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ ପାଇଁ ଆଧିକାରିକ ଅନୁମତି ନେବାକୁ ସିଧାସଳଖ ପାର୍ଲାମେଣ୍ଟ ଷ୍ଟ୍ରିଟ ପୋଲିସ ଷ୍ଟେସନ ଯିବେ।

ଏକ ଭିଡିଓ ବାର୍ତ୍ତାରେ ଦିପକେ କହିଛନ୍ତି ଯେ ଆମେ ଯଦି ଆଇନ ମାନୁଥିବା ଦାୟିତ୍ୱବାନ ନାଗରିକ, ତେବେ ଆମକୁ ଦାୟିତ୍ୱର ସହ କାମ କରିବା ଉଚିତ। ଦୟାକରି ମନେ ରଖନ୍ତୁ ଯେପରି କୌଣସି ପ୍ରକାରର ଅଶାନ୍ତି କିମ୍ୱା ବିଶୃଙ୍ଖଳା ସୃଷ୍ଟି ନ ହୁଏ। ସୂଚନାଯୋଗ୍ୟ ଯେ, ଅଭିଜିତ ପୂର୍ୱରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ସମର୍ଥକମାନଙ୍କୁ ୬ ଜୁନରେ ଏୟାରପୋର୍ଟ ଆସି ଦେଖା କରିବାକୁ ଅପିଲ କରିଥିଲେ, କିନ୍ତୁ ଅଶାନ୍ତି ଏବଂ ବିଶୃଙ୍ଖଳା ହେବାର ଆଶଙ୍କା ଥିବାରୁ ସେ ଏହି ଅପିଲ୍କୁ ପ୍ରତ୍ୟାହାର କରି ନେଇଛନ୍ତି।

ଅଭିଜିତ ଦିପକେ ପାର୍ଟିର ୩ ଜଣ ଆଧିକାରିକ ପ୍ରବକ୍ତାଙ୍କ ନାମ ଘୋଷଣା କରିଛନ୍ତି। ସୌରଭ ଦାସ, ବିଜେତା ଦାହିୟା ଏବଂ ଆଶୁତୋଷ ରାଙ୍କାଙ୍କୁ ଆଧିକାରିକ ପ୍ରବକ୍ତା ଭାବେ ନିଯୁକ୍ତ କରାଯାଇଛି। ସେମାନେ ଗତକାଲି ଦିଲ୍ଲୀରେ ପାର୍ଟିର ପ୍ରଥମ ପ୍ରେସ କନଫରେନ୍ସ କରିଥିଲେ ଏବଂ ପାର୍ଟିର ଦାବିଗୁଡ଼ିକୁ ଜନସାଧାରଣଙ୍କ ସାମ୍ନାରେ ରଖିଥିଲେ। ଏହି ତିନିଜଣ ଗଣମାଧ୍ୟମ ଜରିଆରେ ଦେଶସାରା ପାର୍ଟିର ସମର୍ଥକ ଏବଂ ଛାତ୍ରମାନଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅପିଲ କରିଛନ୍ତି।

କକ୍ରୋଚ ଜନତା ପାର୍ଟିର ଆସନ୍ତାକାଲି (୬ ଜୁନ) ଦିଲ୍ଲୀର ଯନ୍ତର-ମନ୍ତରଠାରେ ହେବାକୁ ଥିବା ପ୍ରଦର୍ଶନରେ ସୋନମ ୱାଙ୍ଗଚୁକ ମଧ୍ୟ ସାମିଲ ହୋଇପାରନ୍ତି। ଅନ୍ୟପଟେ ପାର୍ଟି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଦୋହରାଇଛି। ସିଜେପି (CJP) ପ୍ରବକ୍ତା ସୌରଭ ଦାସ ସିବିଏସଇ (CBSE) ଚେୟାରମ୍ୟାନ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ବଦଳିକୁ ଏକ ଦେଖାଣହାରି ବୋଲି କହିଛନ୍ତି ଏବଂ ଶିକ୍ଷା ବ୍ୟବସ୍ଥାରେ ଜବାବଦେହିତା ସ୍ଥିର ହେବା ଉଚିତ, କେବଳ ବଦଳି ଦାରା ଏହାର ସମାଧାନ ହେବନାହିଁ ବୋଲି ପ୍ରକାଶ କରିଛନ୍ତି।

କକ୍ରୋଚ ଜନତା ପାର୍ଟି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଅଟେ। ଭାରତର ସର୍ୱୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ କକ୍ରୋଚ (ଅସରପା) ସହ ଜଡ଼ିତ ଏକ ସମୀକ୍ଷା/ଟିପ୍ପଣୀ ପରେ ଏହି ପାର୍ଟି ଅସ୍ତିତ୍ୱକୁ ଆସିଥିଲା। ଇନଷ୍ଟାଗ୍ରାମରେ ଏହି ପାର୍ଟିର ୨ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ଏହାର ପ୍ରତିଷ୍ଠାତା ଅଭିଜିତ ଦିପକେ ଅଟନ୍ତି, ଯିଏକି ଆମେରିକାରେ ରୁହନ୍ତି ଏବଂ ପୂର୍ୱରୁ ଆମ ଆଦମୀ ପାର୍ଟି (AAP) ସହିତ କାମ କରିସାରିଛନ୍ତି। ସେ ୨୦୨୦ ରୁ ୨୦Runner ପର୍ଯ୍ୟନ୍ତ ଆମ ଆଦମୀ ପାର୍ଟିର ସୋସିଆଲ ମିଡିଆ ଷ୍ଟ୍ରାଟେଜିଷ୍ଟ ଥିଲେ। ୨୦୨୦ ଦିଲ୍ଲୀ ବିଧାନସଭା ର୍ନିବାଚନରେ ସେ AAP ପାଇଁ ଭାଇରାଲ ମିମ-ଆଧାରିତ ଅନଲାଇନ ବିଷୟବସ୍ତୁ (content) ପ୍ରସ୍ତୁତ କରୁଥିଲେ।

୩୦ ବର୍ଷ ବୟସ୍କ ଅଭିଜିତ ଦିପକେ ମହାରାଷ୍ଟ୍ରର ସମ୍ଭାଜୀ ନଗରର ବାସିନ୍ଦା ଅଟନ୍ତି। ସେ ପୁଣେରୁ ସାମ୍ୱାଦିକତା (Journalism) ପଢ଼ିଛନ୍ତି। ଆର୍ଥିକ ସ୍ଥିରତା ପାଇଁ ସେ AAP ଛାଡ଼ି ବୋଷ୍ଟନ ୟୁନିଭର୍ସିଟିରେ ନାମ ଲେଖାଇଲେ ଏବଂ ଆମେରିକାକୁ ସିଫ୍ଟ ହୋଇଗଲେ। ସେ ଏବେ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ପବ୍ଲିକ ରିଲେସନ୍ସ (ଜନସମ୍ପର୍କ) ରେ ମାଷ୍ଟର୍ସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri