Posted inଜାତୀୟ

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ ଏବଂ ପଶ୍ଚିମବଙ୍ଗରେ ହୋଇଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ଏବଂ ନ୍ୟାଶନାଲ ଇଲେକ୍‌ଶନ ଓ୍ବାଚ୍‌ ବିଶ୍ଳେଷଣରୁ ଜଣାପଡ଼ିଛି। ୨୬ ଲୋକ ସଭା ସଦସ୍ୟ, ୭ ରାଜ୍ୟ ସଭା ସଦସ୍ୟ ଏବଂ ୭୮ ବିଧାୟକ ଦଳ ବଦଳାଇଛନ୍ତି। ନାଗଲାଣ୍ଡରେ ସର୍ବାଧିକ ୩୨ ବିଧାୟକ ଦଳ ବଦଳାଇଥିବା ଜଣାପଡ଼ିଛି। ଏନ୍‌ଡିପିପିରୁ ନିର୍ବାଚିତ ୨୫ ବିଧାୟକ ଦଳ ବଦଳାଇଥିବାବେଳେ ୩୨ ଜଣ ଏନ୍‌ପିଏଫ୍‌ରେ ଯୋଗ ଦେଇଛନ୍ତି।
ପଶ୍ଚିମବଙ୍ଗରେ ୨୦ ଲୋକ ସଭା ସଦସ୍ୟ ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚିତ ହେବା ପରେ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ)ରେ ସାମିଲ ହୋଇଛନ୍ତି। ସେହିପରି ତେଲଙ୍ଗାନାର ୯ ବିଧାୟକ ବିଆର୍‌ଏସ୍‌ ଟିକେଟରେ ନିର୍ବାଚନ ଜିତିବା ପରେ ଦଳ ବଦଳାଇଛନ୍ତି। ସେଥିରୁ ସର୍ବାଧିକ ବିଧାୟକ କଂଗ୍ରେସରେ ମିଶିଥିବା ଜଣାପଡ଼ିଛି। ସେହିପରି ଗୋଆରେ ୮ଟି ମାମଲା ଘଟିଛି, ଯେଉଁଠି କଂଗ୍ରେସ ବିଧାୟକମାନେ ଭାଜପାରେ ଯୋଗ ଦେଇଛନ୍ତି। ପଞ୍ଜାବରେ ୬ ଜଣ ରାଜ୍ୟ ସଭା ସଦସ୍ୟ ଏବଂ ୨ ବିଧାୟକ ଦଳବଦଳ କରିଛନ୍ତି।
ଶିବସେନା (ୟୁବିଟି) ଟିକେଟରେ ଜିତିଥିବା ୬ ଲୋକ ସଭା ସଦସ୍ୟ ଏକନାଥ ଶିନ୍ଦେଙ୍କ ଶିବସେନାରେ ଯୋଗଦେଇଛନ୍ତି। ମେଘାଳୟରେ ୬ ବିଧାୟକ, ମଣିପୁରରେ ୫, ଅରୁଣାଚଳ ପ୍ରଦେଶ ଓ ଗୁଜରାଟରେ ୪ ଜଣ ଲେଖାଏ ବିଧାୟକ ଦଳବଦଳ କରିଛନ୍ତି। ହିମାଚଳପ୍ରଦେଶ ଓ ରାଜସ୍ଥାନରେ ୨ ଜଣ ଲେଖାଏ, କର୍ନାଟକ, ମଧ୍ୟପ୍ରଦେଶ, ସିକିମ୍‌ ଓ ଉତ୍ତରପ୍ରଦେଶରେ ଜଣେ ଲେଖାଏ ବିଧାୟକ ଦଳ ବଦଳାଇଥିବାବେଳେ ଦିଲ୍ଲୀର ଜଣେ ରାଜ୍ୟ ସଭା ସଦସ୍ୟ ଦଳ ପରିବର୍ତ୍ତନ କରିଛନ୍ତି।
ଦଳୀୟ ଦୃଷ୍ଟିରୁ ଦେଖିଲେ ଏନ୍‌ଡିପିପିରୁ ସର୍ବାଧିକ ୨୫ ଜଣ ଦଳ ଛାଡ଼ିଥିବାବେଳେ ଟିଏମ୍‌ସିରୁ ୨୦, କଂଗ୍ରେସରୁ ୧୯, ବିଆର୍‌ଏସ୍‌ରୁ ୯, ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଏନ୍‌ସିପିରୁ ୭ ଜଣ ଲେଖାଏ, ଶିବସେନା (ୟୁବିଟି)ରୁ ୬, ଜେଡିୟୁରୁ ୫ ଏବଂ ଏନ୍‌ପିପିରୁ ୪ ଜଣ ଦଳ ଛାଡ଼ିଛନ୍ତି। ଏନ୍‌ପିଏଫ୍‌ରେ ସର୍ବାଧିକ ୩୨ ବିଧାୟକ ଯୋଗ ଦେଇଛନ୍ତି। ଏହା ପଛକୁ ଭାଜପାରେ ୨୯ ଏବଂ ଏନ୍‌ସିପିଆଇରେ ୨୦ ଜଣ ଆଇନ ପ୍ରଣେତା ମିଶିଛନ୍ତି। କଂଗ୍ରେସରେ ୯ ଜଣ, ଶିବସେନାରେ ୮, ଏନ୍‌ପିପିରେ ୬ ଏବଂ ଅରୁଣାଚଳର ପିପୁଲ୍ସ ପାର୍ଟିରେ ୪ ଜଣଙ୍କ ମିଶ୍ରଣ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?